![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/9c/Gray513.png/640px-Gray513.png&w=640&q=50)
କ୍ୟାରୋଟିଡ ଧମନୀ ବିଚ୍ଛେଦନ
କ୍ୟାରୋଟିଡ ଧମନୀ ବିଚ୍ଛେଦନ ରୋଗରେ ବେକର ସାମନା ପାର୍ଶ୍ୱରେ ଥିବା କ୍ୟାରୋଟିଡ ଧମନୀର, ଯାହା ମାଧ୍ୟମରେ ରକ୍ତ ମସ / From Wikipedia, the free encyclopedia
କ୍ୟାରୋଟିଡ ଧମନୀ ବିଚ୍ଛେଦନ ରୋଗରେ ବେକର ସାମନା ପାର୍ଶ୍ୱରେ ଥିବା କ୍ୟାରୋଟିଡ ଧମନୀର, ଯାହା ମାଧ୍ୟମରେ ରକ୍ତ ମସ୍ତିଷ୍କକୁ ସରବରାହ ହୁଏ, ଭିତର ସ୍ତର ଚିରିଯାଇ ଏକ ଫ୍ଲାପରେ ପରିଣତ ହୋଇଯାଏ ।[1]ଲକ୍ଷଣ: ବେକ, ମୁହଁ କିମ୍ବା ମୁଣ୍ଡର ଗୋଟିଏ ପାର୍ଶ୍ୱରେ ଯନ୍ତ୍ରଣା ହୁଏ | [1] ଏହା ସାଥିରେ ଷ୍ଟ୍ରୋକ ଭଳି ଲକ୍ଷଣମାନ ଯେପରିକି ଗୋଟିଏ ଆଖିରେ ଅନ୍ଧତ୍ୱ, ଦ୍ୱିତ ଦୃଷ୍ଟି ଓ ଅସ୍ୱାଭାବିକ ସ୍ୱାଦ ଅନୁଭବର ଲକ୍ଷଣ ଦେଖାଯାଇପାର | [1] [3] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ହର୍ନର ସିଣ୍ଡ୍ରୋମ (ଛୋଟ ଚକ୍ଷୁ ପୁତ୍ତଳି ଓ ଉପର ଆଖିପତା ଓହଳି ପଡ଼ିବା) ଦେଖାଯାଇପାରେ | [3] ରୋଗ ଜଟିଳ ହେଲେ ଷ୍ଟ୍ରୋକ କିମ୍ବା ସବଆରାକନଏଡ ରକ୍ତସ୍ରାବ ହୋଇପାରେ । [1]
Carotid artery dissection | |
---|---|
Internal carotid artery dissection | |
![]() Ateries of the neck | |
ବିଭାଗ | Vascular surgery |
ଲକ୍ଷଣ | Pain in the neck or head, stroke symptoms[1] |
ଆକ୍ରାନ୍ତ ସମୟ | 20s to 40s[2] |
କାରଣ | Neck injury, spontaneous[1] |
ବିପଦ କାରକ | Family history[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging[1] |
ସଠିକ ରୋଗ ନିର୍ଣ୍ଣୟ | Cluster headache, migraine, neck injury, TIA, vertebral artery dissection, retinal artery occlusion[1] |
ଚିକିତ୍ସା | Anticoagulation, stenting[1][2] |
Prognosis | Variable[1] |
ପୁନଃପୌନିକ | 1.8 per 100,000 per year[3] |
ଏହି ରୋଗ ବିଭିନ୍ନ କାରଣରୁ ହୁଏ ଯେପରିକି ଧକ୍କାଜନିତ ବେକ ଆଘାତ, ଚିରୋପ୍ରାକ୍ଟିସ କିମ୍ବା ସ୍ୱତଃସ୍ଫୁର୍ତ୍ତ ଭାବରେ ମଧ୍ୟ ହୋଇପାରେ | [1]ପାରିବାରିକ ଇତିହାସ ଏବଂ ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ୍ ଭଳି ସଂଯୋଜକ ତନ୍ତୁ ରୋଗ ଥିଲେ ଏହି ରୋଗ ସଙ୍କଟ ରହେ | [1] ଏହି ରୋଗରେ ଧମନୀ ପ୍ରାଚୀର ଚିରି ହୋଇଯିବା କାରଣରୁ ରକ୍ତ ଧମନୀ ପ୍ରାଚୀର ଭିତରକୁ ବୋହିଯାଇ କ୍ଲଟ ବା ମୁଣ୍ଡା ହୋଇଯିବା ଫଳରେ ପ୍ରାଚୀର ମୋଟା ହୋଇଯାଏ ଓ ଏହା ଫଳରେ ରକ୍ତ ପ୍ରବାହ କମିଯାଏ । [1] ମେଡିକାଲ ଇମେଜିଙ୍ଗ ଓ ସିଟି ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଇପାରେ ।[1]
ଏହାର ଚିକିତ୍ସାରେ ଆସ୍ପିରିନ୍, ହେପାରିନ୍, କିମ୍ବା ୱାରଫାରିନ୍ ଦିଆଯାଇପାରେ | [1] [2] ବେଳେବେଳେ ରକ୍ତନଳୀରେ ଷ୍ଟେଣ୍ଟିଂ କରାଯାଇପାରେ | [1] ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ | [1] ଯଦି ଖପୁରୀ ଭିତରେ ବିସ୍ତାରିତ ହୋଇଥାଏ କିମ୍ବା ଉଭୟ ପାର୍ଶ୍ୱରେ ହୁଏ ତେବେ ଫଳାଫଳ ଅଧିକ ଖରାପ ହୋଇଥାଏ | [4]
କାରୋଟିଡ୍ ବିଚ୍ଛେଦନ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୧.୮ଜଣକୁ ପ୍ରଭାବିତ କରିଥାଏ | [1] [3] ସାଧାରଣତଃ ୨୦ରୁ ୪୦ ଦଶକର ଲୋକମାନଙ୍କଠାରେ ଦେଖାଯାଏ | [2] ଯୁବକମାନଙ୍କ ମଧ୍ୟରେ ଏହାହିଁ ପ୍ରାୟ ୨୦% ଷ୍ଟ୍ରୋକ ହେବାର କାରଣ | [1] ଭର୍ଟିବ୍ରାଲ ଧମନୀ ବିଚ୍ଛେଦନ ଅପେକ୍ଷା ଏହା ଅଧିକ ସାଧାରଣ ଅଟେ | [3] ଏହି ଅବସ୍ଥା ପ୍ରଥମେ ୧୯୫୪ ମସିହାରେ ଜେଣ୍ଟଜର ବର୍ଣ୍ଣନା କରିଥିଲେ । [5]