କ୍ରନିକ ବୃକ୍କ ରୋଗ
ମାସ ଓ ବର୍ଷ ଧରି ବୃକ୍କର କାର୍ଯ୍ୟହାନୀ / From Wikipedia, the free encyclopedia
କ୍ରନିକ ବୃକ୍କ ରୋଗ (ଇଂରାଜୀ ଭାଷାରେ Chronic kidney disease ବା ସିକେଡି/ CKD) ଏକ ପ୍ରକାର ବୃକ୍କ ରୋଗ (kidney disease) ଯେଉଁଥିରେ ମାସ ମାସ ଓ ବର୍ଷ ବର୍ଷା ଧରି ବୃକ୍କର କାର୍ଯ୍ୟ (kidney function) ସମ୍ପାଦନ ହୋଇପାରେନି ।[2][3] ଆରମ୍ଭରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[2] ପରବର୍ତ୍ତୀ କାଳରେ ପାଦ ଇଡିମା (Leg swelling), ଥକ୍କା ଅନୁଭବ, ବାନ୍ତି (vomiting), ଅରୁଚି, ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣମାନ ବିକଶିତ ହୁଏ ।[2] ରୋଗ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଉଚ୍ଚ ରକ୍ତଚାପ, ରେନାଲ ଓଷ୍ଟିଓଡିସଟ୍ରୋଫି (bone disease) ଓ ଆନିମିଆ ହୋଇପାରେ ।[8][9][10]
କ୍ରନିକ ବୃକ୍କ ରୋଗ (Chronic kidney disease) | |
---|---|
Chronic renal disease, impaired kidney function[1] | |
ବିଭାଗ | ମୂତ୍ରରୋଗ ବିଜ୍ଞାନ (Nephrology) |
ଲକ୍ଷଣ | ପ୍ରାରମ୍ଭ: ନାସ୍ତି[2] ପଶ୍ଚାତ: ପାଦ ଇଡିମା (Leg swelling), ଥକ୍କା ଅନୁଭବ, ବାନ୍ତି (vomiting), ଅରୁଚି, ଦ୍ୱନ୍ଦ୍ୱ (confusion)[2] |
ଅବଧି | ଦୀର୍ଘକାଳୀନ[3] |
କାରଣ | ମଧୁମେହ ନିଉରୋପାଥି (Diabetes), ଉଚ୍ଚ ରକ୍ତଚାପ, ଗ୍ଲୋମେରୁଲୋନେଫ୍ରାଇଟିସ (glomerulonephritis), ପଲିସିସ୍ଟିକ ବୃକ୍କ ରୋଗ (polycystic kidney disease)[3][4] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା (Blood tests), ମୂତ୍ର ପରୀକ୍ଷା (urine tests)[5] |
ଚିକିତ୍ସା | ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ସ୍ୱଳ୍ପ କୋଲେସ୍ଟେରୋଲ ନିମନ୍ତେ ଔଷଧ ଚିକିତ୍ସା, ରେନାଲ ରିପ୍ଲେସମେଣ୍ଟ ଥେରାପି (renal replacement therapy), ବୃକ୍କ ଟ୍ରାନ୍ସପ୍ଲାଣ୍ଟ (kidney transplant)[6][7] |
ପୁନଃପୌନିକ | ୭୫୩ ନିୟୁତ (୨୦୧୬)[1] |
ମୃତ୍ୟୁ ସାନ୍ଦ୍ରତା | ୧.୨ ନିୟୁତ (୨୦୧୫)[4] |
ମଧୁମେହ ନିଉରୋପାଥି (Diabetes), ଉଚ୍ଚ ରକ୍ତଚାପ, ଗ୍ଲୋମେରୁଲୋନେଫ୍ରାଇଟିସ (glomerulonephritis), ପଲିସିସ୍ଟିକ ବୃକ୍କ ରୋଗ (polycystic kidney disease) ଇତ୍ୟାଦି ରୋଗଗୁଡ଼ିକ ଏହି କ୍ରନିକ ବୃକ୍କ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି ।[3][4] ପରିବାରରେ ଏହି ରୋଗ ଇତିହାସ ଥିଲେ ପରବର୍ତ୍ତୀ ପଢ଼ିର ରୋଗ ସଙ୍କଟ ରହିପାରେ ।[2] ରକ୍ତ ପରୀକ୍ଷାରୁ (Blood tests) ଜିଏଫଆର ମାପ କରି ଓ ମୂତ୍ର ପରୀକ୍ଷାରୁ (urine tests) ଆଲବୁମିନ ପରିମାଣ ମାପ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[5] ରେନାଲ ଅଲଟ୍ରାସାଉଣ୍ଡ (ultrasound) ଓ ବୃକ୍କ ବାୟୋପ୍ସି (kidney biopsy) କରି ଅନ୍ତର୍ନିହିତ କାରଣ ଖୋଜିହୁଏ ।[3] ଏହାର ଅନେକ ପ୍ରକାର ବର୍ଗୀକରଣ କରାଯାଇଛି ।[11][12]
ଏହି ରୋଗ ସଙ୍କଟାପନ୍ନ ଲୋକଙ୍କର ନିୟମିତ ସ୍କ୍ରୀନିଙ୍ଗ କରିବା ଉଚିତ ।[5] ପ୍ରାରମ୍ଭିକ ଭାବରେ ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ସ୍ୱଳ୍ପ କୋଲେସ୍ଟେରୋଲ ନିମନ୍ତେ ଔଷଧ ଚିକିତ୍ସା କରାଯାଏ । [7] ଏନଏସଏଆଇଡି (NSAIDs) ଦେବାକୁ ନିଷେଧ କରାଯାଏ ।[7] ଖାଦ୍ୟ ପରିବର୍ତ୍ତନ କରିବା ସହିତ ସକ୍ରିୟ ଜୀବନଯାପନ କରିବାକୁ ଉପଦେଶ ଦିଆଯାଏ ।[7] କେତେକ ରୋଗରେ ରେନାଲ ରିପ୍ଲେସମେଣ୍ଟ ଥେରାପି (renal replacement therapy) ବା ବୃକ୍କ ଟ୍ରାନ୍ସପ୍ଲାଣ୍ଟ (kidney transplant) କରାଯାଏ ।[6] ଆନିମିଆ ଓ ହାଡ଼ ରୋଗର ମଧ୍ୟ ଉପଯୁକ୍ତ ଚିକିତ୍ସା କରାଯାଏ ।[13][14]
ସନ ୨୦୧୬ରେ ସାରା ପୃଥିବୀରେ ୪୧୭ ଜଣ ମହିଳା ଓ ୩୩୬ ଜଣ ପୁରୁଷଙ୍କ ସହିତ ମୋଟ ୭୫୩ ଜଣ ଲୋକ ଏହି କ୍ରନିକ ବୃକ୍କ ରୋଗରେ ଆକ୍ରାନ୍ତ ହୋଇଥିଲେ ।[1] ସନ ୨୦୧୫ରେ ପ୍ରାୟ ୧.୨ ନିୟୁତ ଲୋକ ଏହି ରୋଗରେ ମୃତ୍ୟୁ ବରଣ କରିଥିଲେ ।[4][15] ଏମାନଙ୍କ ମଧ୍ୟରୁ ଉଚ୍ଚ ରକ୍ତଚାପରେ ୫୫୦,୦୦୦ ଜଣ, ମଧୁମେହରେ ୪୧୮,୦୦୦ ଜଣ ଓ ଗ୍ଲୋମେରୁନେଫ୍ରାଇଟିସରେ ୨୩୮,୦୦୦ ଜଣ ରୋଗାକ୍ରାନ୍ତ ଥିଲେ । [4]