From Wikipedia, the free encyclopedia
କେନ୍ଦୁଝର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ସଦର ମହକୁମା ଓ ଏକ ମୁଖ୍ୟ ସହର । ଏହି ସହର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, ସାନଘାଗରା ଜଳପ୍ରପାତ, ବଡ଼ଘାଗରା ଜଳପ୍ରପାତ, ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନସବୁ ଅଛି । ଏହି ସହର ବିପ୍ଳବୀ ଧରଣୀଧର ଭୂୟାଁ ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।
ଆରମ୍ଭରୁ କେନ୍ଦୁଝର ସହରହିଁ ଜିଲ୍ଲାର ମୂଖ୍ୟ ପ୍ରଶାସନିକ କେନ୍ଦ୍ର ରହି ଆସିଛି । ୧୨ଶ ଶତାବ୍ଦୀର ମଧ୍ୟଭାଗରେ ଖିଚିଂଠାରୁ ଅଲଗା ହେବାପରଠାରୁ ଭଞ୍ଜବଂଶର ରାଜମାନେ ଏହିଠାରୁହିଁ ରାଜ୍ୟର ଶାସନକାର୍ଯ୍ୟ ଚଳାଇଆସୁଥିଲେ । ଖିଚିଂଠାରୁ ଅଲଗା ହେବା ପରେ ରାଜା ଶ୍ରୀ ଜ୍ୟୋତି ଭଞ୍ଜ ଏହାର ଶାସନଭାର ଗ୍ରହଣ କରନ୍ତି । କାଳକ୍ରମେ ଯେଉଁ ଯେଉଁ ରାଜାମାନେ କେନ୍ଦୁଝରର ଶାସକ ହୋଇଥିଲେ ନିମ୍ନରେ ତାଙ୍କର ତାଲିକା ଦିଆଗଲା ।
ବିପ୍ଳବୀ ଧରଣୀଧରଙ୍କର ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା ।
କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡ଼ିଆ ଚତୁପାର୍ଶ୍ୱ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କେନ୍ଦୁଝର ସହରର ମୋଟ ଜନସଂଖ୍ୟା ୩୫୦୪୩ ।[1] ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । କେନ୍ଦୁଝରର ସାକ୍ଷରତା ହାର ୭୨.୦୮% । ଏହା ଜାତୀୟ ହାରଠାରୁ -୭.୨୪% ପ୍ରତିଶତ କମ । ସେଥିରୁ ୪୦.୮୭% ପ୍ରତିଶତ ପୁରୁଷ ଓ ୩୧.୨୨% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[1]
ଓଡ଼ିଆ କେନ୍ଦୁଝରର ସରକାରୀ ଭାଷା ।
କେନ୍ଦୁଝର ସହରର ଏହି ଗ୍ରନ୍ଥାଳୟଟି ୧୯୭୭ ମସିହାରୁ କାର୍ଯ୍ୟ କରିଆସୁଛି । ଉପଲବ୍ଧ ଗ୍ରନ୍ଥପଞ୍ଜି ଅନୁସାରେ, ଏହି ଗ୍ରନ୍ଥାଳୟରେ ମୋଟ ୧୦୮୭୦ଟି ପୁସ୍ତକ ରହିଛି । ଏହି ଗ୍ରନ୍ଥାଳୟ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଦିନ ୧୧ଟାଠାରୁ ସନ୍ଧ୍ୟା ୬ଟା ଯାଏ ଖୋଲାରହେ ।
ଏହା କେନ୍ଦୁଝରର ପୁରୁଣା ବଜାରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଅବସ୍ଥିତ । ଏହି ସଂଗ୍ରହାଳୟର ଏକ ଶାଖା ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ମଧ୍ୟ ରହିଛି ।
ଓଡ଼ିଶାର ଇଷ୍ଟଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଏହି ସୁଦୃଶ୍ୟ ମନ୍ଦିରଟି କେନ୍ଦୁଝରର ପୁରୁଣା ବଜାର ଅଞ୍ଚଳରେ ଅବସ୍ଥିତ । ପ୍ରତିବର୍ଷ ଏଠାରେ ମହା ସମାରୋହରେ ଶ୍ରୀ ଜୀଉଙ୍କର ରଥଯାତ୍ରା ପାଳନ କରାଯାଏ । ଏହି ମନ୍ଦିରର ଅନତି ଦୂରରେ ବଣଜଙ୍ଗଲ ଘେରା ସିଦ୍ଧମଠଠାରେ ସିଦ୍ଧକାଳୀଙ୍କର ମନ୍ଦିର ଅଛି ।
ସହର ଉପକଣ୍ଠରେ, ମାତ୍ର ୬କି.ମି. ଦୂରତାରେ ଥିବା ଏହି ଜଳପ୍ରପାତଟି ଏକ ଅତ୍ୟନ୍ତ ମନୋରମ ସ୍ଥାନ । ୧୦୦ଫୁଟ ଉଚ୍ଚତାର ଏହି ପ୍ରପାତ ନିକଟରେ ବର୍ଷସାରା ଜନଗହଳି ଲାଗିରହିଥାଏ । ଏଠାରେ ଏକ କୃତ୍ରିମ ଜଳଭଣ୍ଡାର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କପାଇଁ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ପ୍ରମୋଦ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ/ଫଳ ବୃକ୍ଷମାନ ଲଗାଯାଇଛି ।
ସହରରୁ ମାତ୍ର ୯କି.ମି. ଦୂରତାରେ ଅବସ୍ଥିତ ଏହା ଅନ୍ୟ ଏକ ମନୋରମ ଜଳପ୍ରପାତ । ଏହାର ଉଚ୍ଚତା ୨୦୦ଫୁଟ ।[2]
କେନ୍ଦୁଝର ବିଧାନ ସଭା ଆସନରୁ ଶ୍ରୀ ମୋହନ ଚରଣ ମାଝୀ
ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କେନ୍ଦୁଝର ଲୋକ ସଭା ଆସନରୁ ଚନ୍ଦ୍ରାଣୀ ମୁର୍ମୁ ନିର୍ବାଚିତ ହୋଇ ସାଂସଦ ଭାବେ ଜିଲ୍ଲାର ପ୍ରତିନିଧିତ୍ୱ କରୁଛନ୍ତି ।[3]
ଜାତୀୟ ରାଜପଥ ନଂ୦୬ ଏବଂ ୨୧୫ ଏହି ସହରର ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଦୁଇ ରାଜପଥ ସହରର ମଧ୍ୟଭାଗ ଦେଇ ଯାଇଛନ୍ତି । ୨୦୦୮-୦୯ରୁ ଏହି ସହରରୁ ରେଳ ପରିବହନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ନିୟମିତ ଭାବରେ ଯାତ୍ରୀବାହୀ ରେଳ ଚାଲୁଅଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.