From Wikipedia, the free encyclopedia
କେଦାରନାଥ, ଉତ୍ତରାଖଣ୍ଡ ରାଜ୍ୟର ପ୍ରମୂଖ ସହର ତଥା ଏକ ଧାର୍ମିକ ଯାତ୍ରାଧାମ । ଏହା ପ୍ରମୁଖ ଚାରଧାମ ମଧ୍ୟରୁ ଗୋଟିଏ ଧାମ । ଏଠାକୁ ପହଞ୍ଚିବାକୁ କୌଣସି ସଡକ ସୁବିଧା କିମ୍ବା ରେଳରାସ୍ତା ନାହିଁ । ୧୪କି ମି ଦୁର୍ଗମ ରାସ୍ତା ଚାଲିବାକୁ ପଡ଼ିଥାଏ । ଶୀତ ଛଅ ମାସ ଏହି ମନ୍ଦିର ବନ୍ଦ ରୁହେ ଓ ଭଗବାନ ଶିବଙ୍କୁ (କେଦାରନାଥ) ଉଖି ମଠରେ ପୂଜା କରାଯାଇଥାଏ । ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ଭଗବାନଙ୍କୁ ଉଖି ମଠରୁ କେଦାରନାଥ ଅଣାଯାଇଥାଏ । ସେହିଦିନ କେଦାରନାଥ ମନ୍ଦିର ଖୋଲେ ଏବଂ ଗ୍ରୀଷ୍ମ ଛଅ ମାସ ଭଗବାନ ସେଠାରେ ପୂଜା ପାଇଥାନ୍ତି । ଉଖି ମଠ ରୁଦ୍ରପ୍ରୟାଗରୁ ୪୧ କି ମି ଦୂରରେ ଅବସ୍ଥିତ ।
କେଦାରନାଥ | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଉତ୍ତରାଖଣ୍ଡ |
ଜିଲ୍ଲା | ରୁଦ୍ରପ୍ରୟାଗ |
Elevation | 3,553 m (11,657 ft) |
Population (2001) | |
• Total | ୪୭୯ |
ଭାଷା | |
• ସରକାରୀ | ହିନ୍ଦୀ |
Time zone | UTC+5:30 (ଭାରତୀୟ ମାନକ ସମୟ) |
କେଦାରନାଥ ଉତ୍ତରାଖଣ୍ତ ରାଜ୍ୟର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ ।
ଏହି ମନ୍ଦିର ପାଣ୍ତବ ମାନଙ୍କଦ୍ୱାରା ତିଆରି କରାଯାଇଥିଲା ଏବଂ ଆଦି ଶଙ୍କରାଚାର୍ଯ୍ୟ ଏହାର ରଚୟିତା ଥିଲେ । ଏଠାରେ ଶିବ ଗୋଟିଏ ଅଧା ଷଣ୍ଢ ରୂପରେ ପୂଜା ପାଅନ୍ତି । କେବଳ ଷଣ୍ଢର ଦେହ ଏଠାରେ ଅବସ୍ଥିତ ଥିଲାବେଳେ ମୁଣ୍ତ ଭାଗଟି ନେପାଳର ଭକତପୁରର ଡୋଲେଶ୍ୱର ମହାଦେବ ମନ୍ଦିରରେ ପୂଜା ପାଆନ୍ତି ।
ଯେତେବେଳେ ପାଣ୍ତବମାନେ ମହାଭାରତ ଯୁଦ୍ଧ ଜିତି ସାରି ଶିବଙ୍କ ପାଖକୁ ଏତେ ଲୋକଙ୍କୁ ମାରିବା ପାପରୁ ପ୍ରାୟଶ୍ଚିତ କରିବା ସକାଶେ କାଶୀ ଯାଇଥିଲେ ସେତେବେଳେ ଶିବ ସେମାନଙ୍କୁ ଦେଖି ଲୁଚିଯାଇଥିଲେ । ପାଣ୍ତବମାନେ ଶିବଙ୍କୁ ଖୋଜି ଖୋଜି କାଶୀରୁ କେଦାରନାଥ ଆସିବା ସମୟରେ ନକୁଳ ଓ ସହଦେବଙ୍କୁ ଗୋଟିଏ ବିଚିତ୍ର ଷଣ୍ଢ ଦେଖାଯାଇଥିଲା । ସେତିକିବେଳେ ଅର୍ଜୁନ ନିଜ ଧନୁରେ ସେହି ଷଣ୍ଢକୁ ଆକ୍ଷେପ କରିଥିବା ବେଳେ ସେହି ଷଣ୍ଢର ମୁଣ୍ତଟି ଯାଇ ନେପାଳରେ ପଡ଼ିଥିଲା ଏବଂ ଦେହଟି କେଦାରନାଥରେ ରହିଥିଲା ।
ଗଡ଼ୱ୍ଆଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.