From Wikipedia, the free encyclopedia
କନ୍ନାଟ ପ୍ଲେସ (कनॉट प्लेस) ଭାରତୀୟ ରାଜଧାନୀ ମହାନଗରର ଏକ ବୃହତ୍ତମ ଆର୍ଥିକ , ବାଣିଜ୍ୟିକ କେନ୍ଦ୍ର । ଏହାକୁ CP କୁହାଯାଇଥାଏ ଓ ଏଠାରେ ଅନେକ ବିଖ୍ୟାତ ଭାରତୀୟ ସଂସ୍ଥାନ ମାନଙ୍କ ମୁଖ୍ୟାଳୟ ରହିଛି ।ନୂଆ ଦିଲ୍ଲୀର ଏହି ମୁଖ୍ୟ ବାଣିଜ୍ୟ ଅଞ୍ଚଳ ବ୍ରିଟିଶ ସମୟରେ ମଧ୍ୟ ଦିଲ୍ଲୀ ସହରର ଗର୍ବର ସ୍ଥାନ ଅଧିକାର କରିଥିଲା ଓ ଏଠାରେ ଅନେକ ଐତିହ ମୂଳକ ସ୍ଥାପତ୍ୟ ରହିଛି । ଏହା " lutyen's ଦିଲ୍ଲୀ" ନାମରେ ଖ୍ୟାତ ଥିଲା ।
ଏହାର ନିର୍ମାଣ 1929 ମସିହାରେ ଆରମ୍ଭ ହେଇ 1933ରେ ସମାପ୍ତ ହେଇଥିଲା ଓ ଇଂଲଣ୍ଡ କନ୍ନାଟର ପ୍ରଥମ ଡୂକଙ୍କ ନାମାନୁସାରେ ନମିତା ହେଇଥିଲା । ବର୍ତ୍ତମାନ ଏହା ତଳ ଦେଇ ଦିଲ୍ଲୀ ମେଟ୍ରୋର ଲାଇନ ଯାଇଛି ଓ ଏଠାରେ ରାଜୀବ ଚୌକ ମ୍ନାମକ ମେଟ୍ରୋ ଷ୍ଟେସନ ରହିଛି । [୧]
କନ୍ନାଟ ପ୍ଲେସ ନିର୍ମାଣ ଆଗରୁ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପୂର୍ଣ ଥିଲା । ଜଙ୍ଗଲରେ ହେଟାବାଘ , ଅରଣ୍ୟ ଘୁଷୁରି ଆଦି ରହୁଥିଲେ ଓ ନିକଟସ୍ଥ କାଶମେର ଗେଟ ଓ ସିଭିଲ ଲାଇନ ଅଞ୍ଚଳର ଲୋକେ ସେଟାକୁ ଛୁଟି ଦିନରେ ପକ୍ଷୀ ଶିକାର କରିବାକୁ ଯାଉଥିଲେ । ସେଠାରେ ଥିବା ପ୍ରାଚୀନ ହନୁମାନ ମଦିରକୁ ଅନେକ ଦର୍ଶକ ଆସୁଥିଲେ । ଅଞ୍ଚଳଟି ରାତ୍ର କଳାରେ ଯାତାୟତ ପାଇଁ ବିପଦଜନକ ଥିଲା ।
ଏହି ଅଞ୍ଚଳ ସମେତ ମାଧୋଗଞ୍ଜ , ଜାୟସିଙ୍ଗ ପୁରା ଓ ରାଜା କି ବଜାର ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇ କନ୍ନାଟ ପ୍ଲେସ ନିର୍ମାଣ ପାଇଁ ସ୍ଥାନ ଖାଲି କରାଯାଇଥିଲା । ମୁଗଳ ଶାସନ କାଳରୁ ରହିଥିବା ଏଇତିହାସିକ କୁତବ ରୋଡ , ସହଜନାବାଦ ରୋଡ ଅଞ୍ଚଳରେ ଥିବା ଗ୍ରାମାଞ୍ଚଳକୁ ଖାଲି କରାଯାଇ ସେଠାକାର ଅଧିବାଶିଙ୍କୁ କାରୋଲ ବାଗରେ ରଖାଯାଇଥିଲା । କେବଳ ହନୁମାନ ମନ୍ଦିର , ଜୟସିଙ୍ଘ ପୁରା ଜୈନ ମନ୍ଦିର ଓ ଯନ୍ତର ମନ୍ଥରକୁ ରଖାଯାଇଥିଲା । [୨]
ବ୍ରିଟିଶ ଭାରତ ସରକାର ଙ୍କ ମୁଖ୍ୟ ସ୍ଥପତ୍ୟ ବିଦ W. H. Nichollsଙ୍କଦ୍ୱାରା ଏଠାରେ କେନ୍ଦ୍ରୀୟ ବାଣିଜ୍ୟ ଜିଲ୍ଲା ସ୍ଥାପନ ପାଇଁ ଯୋଜନା ତିଆରି ହେଲା । ସେଠାରେ ଉରୋପୀୟ ଢାଞ୍ଚାରେ ଏକ କେନ୍ଦ୍ରୀୟ ପ୍ଲାଜା ନିର୍ମିତ ହେବାର ଯୋଜନା ହେଲା । ତେବେ Nicholls ଭାରତ ଛାଡି ଚାଲି ଯିବାରୁ ଓ "ଲୁଟ୍ୟେନ" ଓ "ବାକର" ଅନ୍ୟ କାମରେ ବ୍ୟସ୍ତ ଥିବାରୁ "ରବର୍ଟ ଟର ରସେଲ" ଙ୍କ ଉପରେ ଏହାର ନିର୍ମାଣ ଭାର ସମର୍ପଣ କରାଯାଇଥିଲା ।
୧୯୩୧ ମସିହାରେ କଥାଚିତ୍ର ପଦ୍ଧତି ଭାରତରେ ପ୍ରଚଳିତ ହେବା ପରେ ଏହାର ଆଦୃତି ବହୁ ପରିମାଣରେ ବଢି ଯାଇଥିଲା । ( ଆଗରୁ ନିର୍ବାକ ଚଳଚ୍ଚିତ୍ର ନିର୍ମିତ ହକନ୍ନଟ ପ୍ଲେସଠାରେ ପ୍ଲାଜା , ରେଗାଳ ,ରିଭୋଳି ଓ ଓଡିଅନ ନାମକ ୪ଟି ଥିଏଟର ଖୋଲି ଥିଲା । ଏହା ମଧ୍ୟରୁ ରେଗାଳ ଥିଏଟର ପ୍ରଥମେ ୧୯୩୨ ମସିହାରେ ଆରମ୍ଭ ହେଇଥିଲା । ଏଠାରେ ଫିଲ୍ମ ସହିତ ସଙ୍ଗୀତ , ନୃତ୍ୟ ଓ ଅନନ୍ୟ ମନୋରଞ୍ଜନ କରଜ୍ୟକରମ ସବୁ ହାଉଥିଲା । ଏବେ ମଧ୍ୟ ସେ ସବୁ ସିନେମା ଘର ରହିଥିଲେ ମଧ୍ୟ ଏହାର ମାଲିକାନା ପରିବର୍ତନ ହେଇ ପୁନଃ -ନିର୍ମିତ ହେଇଛି । [୩]
୨୦୧୪ ମସିହା ମାର୍ଚ ୭ ତାରିଖରେ ସେହି ସମୟର ବୃହତ୍ତମ ତ୍ରିରଙ୍ଗା କୁହାଯାଉଥିବା ୯୦ଫୁଟରେ ୬୦ ଫୁଟ ଆକାରର ଭାରତୀୟ ଜାତୀୟ ପତାକାକୁ ଏକ ୨୦୭ ଫୁଟ ଉଛ ଖମ୍ବ ସହାୟତାରେ କନ୍ନାଟ ପ୍ଲେସର କେନ୍ଦ୍ର ପାର୍କଠାରେ ଉଡ଼ାଯାଇଥିଲା । [୪]
2008 ମସିହାର ଦିଲ୍ଲୀ ଆତଙ୍କବାଦୀ ବିସ୍ଫୋରଣ ଘଟଣାର 5ଟି ବିସ୍ଫୋରଣ ମଧ୍ୟରୁ ଦୁଇଟି କନ୍ନାଟ ପ୍ଲେସ ଅଞ୍ଚଳରେ ହେଇଥିଲା । ପରିମଳ ପାଇଁ ଥିବା କୁଣ୍ଡରୁ ବୋମାଗୁଡ଼ିକ ମିଳିଥିଲା ଓ ଦୁଇଟି ବିସ୍ଫୋରଣରେ 10 ଜଣ ବ୍ୟକ୍ତି ଆହତ ହେଇଥିଲେ । ଏହା ବାଦ ସମସ୍ତ ପରିମଳ କୁଣ୍ଡ ହଟେଇ ଦିଆ ଯାଇଥିଲା ।
2000 ମସିହା ସମୟକୁ କନ୍ନାଟ ପ୍ଲେସ ତାହାର ପୂର୍ବତନ ଗୌରବ ଓ ସୌନ୍ଦର୍ଜୀ ଅନେକାଂଶରେ ହରେଇଥିଲା । ରାସ୍ତାଗୁଡ଼ିକ ଧୀରେ ଧୀରେ ଶଙ୍କିର୍ଣ ହେଇଚାଲିଥିଲା ଓ ନୂତନ ପିଢୀର ଭିଡ ସମ୍ଭାଳିବାକୁ ଅସମର୍ଥ ହେଇ ପଡିଥିଲା । ନୂଆ ଦିଲ୍ଲୀ ମୁନ୍ସିପାଳ କର୍ପୋରେସନ ଏହାର ପୁନରୁଦ୍ଧାର ପାଇଁ ଯୋଜନା କରିଥିଲେ । ରାସ୍ତା , ଜଳ ଯୋଗାଣ , ଟ୍ରାଫିକ ପରିଚାଳନା , ପୁରୁଣା ଅଟ୍ଟାଳିକା ମାନଙ୍କ ସୁରକ୍ଷ୍ୟା ଦିଗ ପାଇଁ ଧ୍ୟାନ ଦିଆଯାଇଥିଲା । 2010 କମନୱେଲ୍ଥ ଗେମ୍ସ ଆଗରୁ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାର ଯୋଜନା ଥିଲେ ମଧ୍ୟ ତାହା ହେଇ ପାରିନଥିଲା । 2016 ସୁଦ୍ଧା କିଛି ଅଞ୍ଚଳର କାର୍ଯ୍ୟ ସାରିଥିଲେ ମଧ୍ୟ ବାକି କାମ ସମ୍ପୂର୍ଣ ହେଲା ବେଳକୁ 2020 ମସିହା ହେଇଯାଇଥିବ ।
ଅନେକ ଭାରତୀୟ ଫିଲ୍ମରେ କନ୍ନଟ ପ୍ଲେସର ଦୃଶ୍ୟ ରହି ଥାଏ । ଏଠାରେ କିଛି ବିଦେଶୀୟ ଫିଲ୍ମର ଶୁଟିଙ୍ଗ ମଧ୍ୟ ହେଇଥିଲା ।
Other commercial centres in Delhi metropolitan area:
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.