From Wikipedia, the free encyclopedia
କଦଳୀ ହେଉଛି ଏକ ଲମ୍ବାଳିଆ ଖଦ୍ଯୋପଯୋଗୀ ଫଳ, ଉଦ୍ଭିଦବିଜ୍ଞାନ ଅନୁସାରେ ଏକ କୋଳି ।[୧][୨] ଏଗୁଡିକ ମୁସା ପ୍ରଜାତିର ବଡ଼ବଡ଼ ଗୁଳ୍ମଜାତୀୟ ଉଦ୍ଭିଦମାନଙ୍କର ଫଳ ।[୩] ଫଳଟି ବିଭିନ୍ନ ରଙ୍ଗ ଏବଂ ଆକାରର କିନ୍ତୁ ସାଧାରଣତଃ ଲମ୍ବା, ବଙ୍କା ଏବଂ ଶର୍କରାରେ ପୂର୍ଣ୍ଣ ମାଂସ ଯୁକ୍ତ ହୋଇଥାଏ, ଯାହା ଏକ ସବୁଜ କିମ୍ବା ହଳଦିଆ ଚୋପାଦ୍ୱାରା ଘୋଡାଇ ହୋଇ ରହିଥାଏ । କଦଳୀ, ଗଛର ଉପରପଟୁ ଏକତ୍ର ଫଳିଥାଏ । ବର୍ତ୍ତମାନର ପ୍ରାୟ ସମସ୍ତ ମଞ୍ଜି-ବିହୀନ କଦଳୀ ଦୁଇଟି ବନ୍ଯ ପ୍ରଜାତିଠାରୁ ଆସିଥାଏ - ମୁସା ଆକୁମିନାଟା, ଏବଂ ମୁସା ବାଲ୍ୱିସିଆନା।
କଦଳୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ଏକବୀଜପତ୍ରୀ |
ଗୋଷ୍ଠୀ: | କମେଲିନିଡ |
ବଂଶ: | ମୁସାସି |
ପ୍ରଜାତି: | ମୁସା(ପ୍ରଜାତି) |
ମୁସା ଜାତିଗୁଡ଼ିକ ଇଣ୍ଡୋମଳୟ ଏବଂ ଅଷ୍ଟ୍ରେଲାସିଆରେ ଉତ୍ପନ୍ନ ହୋଇଥିଲେ । ଏଗୁଡ଼ିକ ପ୍ରଥମେ ନ୍ଯୁ ଗ୍ୱିନିରେ ଚାଷ କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ ।[୪][୫]
ନ୍ଯୁଗ୍ୱିନିରେ ସର୍ବପ୍ରଥମେ ବଣରେ ମିଳୁଥିବା ମୁସା ଆକୁମିନାଟା ବାଙ୍କସିର ମଞ୍ଜି-ବିହୀନ କେତେକ ଉପଜାତିକୁ ଚାଷ କରାଯାଇଥିବ ବୋଲି କଳ୍ପନା କରାଯାଏ । ପପୁଆଙ୍କଦ୍ୱାରା ଏହା ଚାଷିତ ହେଉଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.