From Wikipedia, the free encyclopedia
ଓଉ ( ବୈଜ୍ଞାନିକ ନାମ- ଡିଲେନିଆ ଇଣ୍ଡିକା ) ଏକ ଡିଲେନିଆ ବଂଶର ଏକ ପ୍ରଜାତି | ଏହା ଭାରତ, ଚୀନ ଏବଂ ଏସିଆର ଅନ୍ୟ କ୍ରାନ୍ତିୟ ଅଞ୍ଚଳରେ ଦେଖିବାକୁ ମିଳେ[2]
ଓଉ | |
---|---|
ଓଉ ଗଛ ଓ ଫଳ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiospermae |
ଅଶ୍ରେଣୀକୃତ: | Dicotyledonae |
ଗଣ: | Dilleniales |
କୁଳ: | Dilleniaceae |
ପ୍ରଜାତି: | Dillenia |
ଜାତି: | indica |
ବାଇନୋମିଆଲ ନାମ | |
Dillenia_indica | |
ଏହା ଏକ ଚିର ସବୁଜ ମଧ୍ୟମ ଆକାରର ଗଛ ଯାହାର ଉଚ୍ଚତାରେ ୧୫ ମିଟର ପର୍ଯନ୍ତ ବଢିଥାଏ | ପତ୍ରଗୁଡିକ ୧୫-୩୬ ସେମି ଲମ୍ବା,ଶିରା ପ୍ରଶିରା ଯୁକ୍ତ। ଏହାର ଶାଖା ଜାଳକାଠ ହିସାବରେ ବ୍ୟବହୃତ ହୁଏ | ଏହାର ଫୁଲଗୁଡିକର ୧୫–୨୦ ସେମି ବ୍ୟାସ। ପ୍ରତ୍ୟେକ ଫୁଲର ପାଞ୍ଚଟି ଧଳା ପାଖୁଡା ଏବଂ ଅନେକ ହଳଦିଆ ପୁଂକେଶର ଥାଏ | ଏହାର ଗୋଲାକାର ଫଳଗୁଡିକ ବଡ଼, ସବୁଜ-ହଳଦିଆ । ଫଳରେ ଅନେକ ମଞ୍ଜି ଥାଏ ଏବଂ ଏହା ଖାଇବା ଯୋଗ୍ୟ |[2]
ଔଉ ଆର୍ଦ୍ର କ୍ରାନ୍ତୀୟ ଅଞ୍ଛଳରେ ଭଲ ବଢିଥାଏ। ଓଉଗଛ ୧୦ ସେମି ଆକାରର କଠିନ ଖାଇବା ଯୋଗ୍ୟ ଫଳ ଧାରଣ କରେ। ଜଙ୍ଗଲ ପରିବେଶରେ ଏହା ବୃହତକାୟ ବନ୍ୟ ତୃଣଭୋଜୀ ପ୍ରାଣୀଙ୍କ (ଯଥା ହାତୀ) ଖାଦ୍ୟ ହୁଏ | ପରିବେଶବିତ୍ ସେକର ଓ ସୁକୁମାରଙ୍କଦ୍ୱାରା ବକ୍ସା ବ୍ୟାଘ୍ର ଅଭୟରଣ୍ୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏସୀୟ ହାତୀମାନେ ଓଉ ଫଳ ପ୍ରତି ଆକର୍ଶିତ ହୋଇ ଏହି ବୃକ୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିହନ ବିଛିନ୍ନକାରୀ ଭବେ କାର୍ଯ୍ୟ କରନ୍ତି ।[3]
କେତେକ ସଂସ୍କୃତିରେ(ଯଥା- ଓଡ଼ିଆ) ଓଉକୁ ଖଟା ଭାବରେ ବ୍ୟବହାର କରାଯାଏ । [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.