ଭାରତୀୟ ରାଜନୀତିଜ୍ଞ From Wikipedia, the free encyclopedia
ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା(ଜନ୍ମ ୧୮ ମଇ ୧୯୩୩)[1] ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।[2] ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ କର୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା ଜନତା ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।[3]
ଏଚ.ଡି. ଦେବଗୌଡ଼ା | |
---|---|
୧୧ ଭାରତର ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ ୧ ଜୁନ ୧୯୯୬ – ୨୧ ଅପ୍ରିଲ ୧୯୯୭ | |
ରାଷ୍ଟ୍ରପତି | ଶଙ୍କର ଦୟାଲ ଶର୍ମା |
ପୂର୍ବ ଅଧିକାରୀ | ଅଟଳ ବିହାରୀ ବାଜପେୟୀ |
ପର ଅଧିକାରୀ | ଇନ୍ଦ୍ର କୁମାର ଗୁଜରାଲ |
ଗୌଡ଼ାଙ୍କ ଜନ୍ମ କର୍ଣାଟକର ହରଦନହଲ୍ଲୀ ଗ୍ରାମରେ ୧୮ ମି ୧୯୩୩ରେ ହେଇଥିଲେ।[4][5] ସେ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପ୍ରାପ୍ତ କରିଥିଲେ।[6] ସେ ଚେନ୍ନମାଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଚାରୋଟି ପୁଅ ଓ ଦୁଇଟି ଝିଅଙ୍କ ବାପା ହେଇଥିଲେ।[7]
ଗୌଡ଼ା ୧୯୫୩ ମସିହାରେ ଭାରତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।[8] ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନ ସଭାର ସଦସ୍ୟ ହେଇଥିଲେ ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ। କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ। ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ ଜନତା ପାର୍ଟିର ସଭାପତି ଥିଲେ।ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।
୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.