From Wikipedia, the free encyclopedia
ଏଚ.ଆଇ.ଭି. (ହ୍ୟୁମ୍ୟାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ) ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିପାରୁଥିବା ଏକ ପ୍ରକାର ଭୁତାଣୁ । ଏହା ଏତେ କ୍ଷୁଦ୍ର ଯେ ଖାଲି ଆଖିରେ ଦେଖାଯାଏ ନାହିଁ । ଏହି ଭୂତାଣୁ ଯୋଗୁଁ ଏଡସ ରୋଗ ହୋଇଥାଏ ।[1][2]
ଏହି ଭୂତାଣୁ ୨ ପ୍ରକାରର । ଯଥା:-
ଏଚ.ଆଇ.ଭି. -୧
ଏଚ.ଆଇ.ଭି -୨ ।
ଏଡସ୍ ହେଉଛି ଆକ୍ୱାର୍ଡ୍ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ୍ । ଏହାର ଅର୍ଥ ଯଥାକ୍ରମେ ଜଣେ ଅନ୍ୟ ଜଣଙ୍କଠାରୁ ଏଚ.ଆଇ.ଭି. ଭୁତାଣୁ ଗ୍ରହଣ କରି ରୋଗ ପ୍ରତିରୋଧକ ଶକ୍ତି ହ୍ରାସକରିବା ପରବର୍ତ୍ତୀ ଲକ୍ଷଣ | ଏଚ.ଆଇ.ଭି. ଭୁତାଣୁ ଏଡସରେ ପରିଣତ ହେବାକୁ ୮ରୁ ୧୦ ବର୍ଷ ସମୟ ଲାଗେ |
ଏହି ଭୁତାଣୁ ମନୁଷ୍ୟ ଶରୀରକୁ ପ୍ରବେଶ କରି ଶରୀରର ପ୍ରତିରକ୍ଷା ପ୍ରଣାଳୀ ଅର୍ଥାତ ସିଡି ୪ (CD 4 ) ସେଲ୍କୁ ନଷ୍ଟ କରି କ୍ଷୀପ୍ର ଗତିରେନିଜର ବଂଶ ବୃଦ୍ଧି କରେ | ସେଲ ଭିତରେ ବହୁ ମାତ୍ରାରେ ନୂଆ ଭୁତାଣୂ ସୃଷ୍ଟି ହେବା ପରେ ସେଲଟି ଫାଟିଯାଏ | ଏବଂ ଅଧିକାଂଶ ଭୁତାଣୁ ରକ୍ତ ପ୍ରବାହର ଧାରାରେ ମିଶି ଯାଇଥାନ୍ତି | ପରେ ଅନ୍ୟ ସିଡି୪ ସେଲ ଗୁଡିକୁ ଆକ୍ରମଣ କରିଥାନ୍ତି | ସମୟ କ୍ରମେ ଏଚ.ଆଇ.ଭି. ଅନ୍ୟ ସିଡି୪ ସେଲକୁ ନଷ୍ଟ କରି ଦିଏ | ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସିଧା ସଳଖ ଆକ୍ରମଣ କରେ | [3]
ସଧାରଣତଃ ଏଚ.ଆଇ.ଭି. ୪ଟି ଉପାୟରେ ବ୍ୟାପିଥାଏ | ସେଗୁଡିକ ହେଲା -
ଯଦି ଜଣେ ପୁରୁଷ ବା ମହିଳା ଏଚ.ଆଇ.ଭିଦ୍ୱାରା ସଂକ୍ରମିତ ହୋଇ କୌଣସି ପୁରୁଷ ବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏଡସ ହୋଇଥାଏ | ଏଚଆଭି ସଂକ୍ରମିତ ରକ୍ତ ଯେ କୌଣସି ବ୍ୟକ୍ତିଙ୍କୁ ଦିଆଗଲେ , ଅଶୋଧିତ ଛୁଞ୍ଛି ବା ସିରିଞ୍ଜ୍ ବ୍ୟବହାର କଲେ , ସଂକ୍ରମିତ ମାଆଠାରୁ ତାର ଶିଶୁକୁ ଜନ୍ମ ସମୟରେ ବା ସ୍ତନ୍ୟ ପାନ ସମୟରେ ବ୍ୟାପିଥାଏ |ଅସୁରକ୍ଷିତ ଯୌନ ସମ୍ପର୍କଦ୍ୱାରା ୮୫ ପ୍ରତିଶତ , ରକ୍ତ ଗ୍ରହଣ ଦ୍ୱରା ୫ ପ୍ରତିଶତ, ସଂକ୍ରମିତ ମାଠାରୁ ଶିଶୁକୁ ୩୦ ପ୍ରତିଶତ ଓ ଛୁଞ୍ଛିଦ୍ୱାରା ୮ ପ୍ରତିଶତ ଏଚଆଭି ସଙ୍କ୍ରମଣ ହୋଇଥାଏ|
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.