From Wikipedia, the free encyclopedia
ଉତ୍କଣ୍ଠା ବେମାରୀ ବା ଉଦ୍ବେଗ ଅବ୍ୟବସ୍ଥା ଏକ ପ୍ରକାର ମାନସିକ ବେମାରୀମାନଙ୍କର (mental disorder) ଗୋଷ୍ଠୀକୁ ବୁଝାଏ ଯେଉଁଥିରେ ଭୟ (fear) ଓ ଉତ୍କଣ୍ଠା (anxiety) ଦେଖାଯାଏ ।[1] ଉତ୍କଣ୍ଠାରେ ବର୍ତ୍ତମାନ ଘଟଣାବଳୀ ପ୍ରତିକ୍ରିୟାରେ ସମ୍ଭାବ୍ୟ ଭବିଷ୍ୟତ ଘଟଣାବଳୀ ନିମନ୍ତେ ଚିନ୍ତା ପ୍ରକଟ ହୁଏ । ଏହି ଅନୁଭବ ଯୋଗୁ ଶାରୀରିକ ଲକ୍ଷଣ ଦେଖାଯାଏ ଯେପରିକି ଦୃତ ହୃତ୍ପିଣ୍ଡ ଗତି ଓ ଅସ୍ଥିରତା ଦେଖାଯାଏ । ଅନେକ ପ୍ରକାର ଉତ୍କଣ୍ଠା ବେମାରୀ ଅଛି ଯଥା:- ସାମୁହିକ ଉତ୍କଣ୍ଠା ବେମାରୀ (generalized anxiety disorder), ନିର୍ଦ୍ଦିଷ୍ଟ ଫୋବିଆ (specific phobia), ସାମାଜିକ ଉତ୍କଣ୍ଠା ବେମାରୀ (social anxiety disorder), ବିଚ୍ଛେଦ ଉତ୍କଣ୍ଠା ବେମାରୀ (en:separation anxiety disorder), ଆଗୋରାଫୋବିଆ (agoraphobia), ଓ ଆତଙ୍କ ବେମାରୀ (panic disorder) । ଲକ୍ଷଣ ଅନୁସାରେ ବେମାରୀରେ ଫରକ ହୁଏ । ଲୋକମାନଙ୍କର ଏକାଧିକ ଉତ୍କଣ୍ଠା ବେମାରୀ ମଧ୍ୟ ହୋଇପାରେ ।[1]
ଉତ୍କଣ୍ଠା ବେମାରୀ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | psychiatry[*], clinical psychology[*] |
ଆଇସିଡ଼ି-୧୦ | F40.-F42. |
ଆଇସିଡ଼ି-୯-ସିଏମ୍ | 300 |
ରୋଗ ଡାଟାବେସ | 787 |
ଇ-ମେଡ଼ିସିନ | med/152 |
MeSH | D001008 |
ବଂଶାନୁକ୍ରମିକ ଜେନେଟିକ (genetic) ଓ ପରିବେଶ କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ ।[2] ମାନସିକ ରୋଗ, ଶିଶୁ ଅତ୍ୟାଚାର (child abuse) ଓ ଦାରିଦ୍ର୍ୟର ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ । ଏହି ରୋଗ ସହିତ ଅନ୍ୟାନ୍ୟ ମାନସିକ ରୋଗ ରହିପାରେ ଯେପରିକି (ପ୍ରମୁଖ ଅବସାଦ ବେମାରୀ), ବ୍ୟକ୍ତିତ୍ୱ ଅବ୍ୟବସ୍ଥା (personality disorder) ଓ ସବସ୍ଟାନ୍ସ ୟୁଜ ଡିଜଅର୍ଡ଼ର (substance use disorder) ।[3] ଅତି କମ୍ରେ ୬ ମାସ ଧରି ଲକ୍ଷଣ ରହିଥିଲେ ଓ କର୍ମ କୁଶଳତା କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[1][3] ଅନ୍ୟାନ୍ୟ ମାନସିକ ଓ ଡାକ୍ତରୀ ସମସ୍ୟା ଯଥା: ହାଇପରଥାଇରଏଡିଜମ, ହୃତ୍ପିଣ୍ଡ ରୋଗ, କେଫିନ (caffeine), ଆଲକୋହୋଲ (alcohol) ବା କାନାବିସ (cannabis) ବ୍ୟବହାର ଓ କେତେକ ଔଷଧର ବ୍ୟବହାର ବନ୍ଦ କଲେ ଏହି ଉଦ୍ବେଗ ଅବ୍ୟବସ୍ଥାର ଲକ୍ଷଣ ସଦୃଶ ଲକ୍ଷଣ ଦେଖାଯାଏ ।[3]
ଚିକିତ୍ସା ନ ପାଇଲେ ରୋଗ ରହିଯାଏ ।[1][2] ଜୀବନଚର୍ଯ୍ୟାରେ ପରିବର୍ତ୍ତନ, କାଉନସେଲିଙ୍ଗ (counselling|) ଓ ଔଷଧ ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ । ଏଥିରେ କଗନିଟିଭ ବିହେଭିଅରାଲ ଥେରାପି (cognitive behavioural therapy) ଦିଆଯାଏ ।[3] ଆଣ୍ଟିଡିପ୍ରେସାଣ୍ଟ ବା ବିଟାବ୍ଲକର ଭଳି ଔଷଧ ଦେଲେ ଲକ୍ଷଣରେ ଉନ୍ନତି ହୁଏ ।[2] ପରୁଷଙ୍କ ଅପେକ୍ଷା ମହିଳାଙ୍କର ଉତ୍କଣ୍ଠା ବେମାରୀ ୨ଗୁଣ ଅଧିକ ହୁଏ ଓ ପ୍ରାୟ ୨୫ ବର୍ଷ ବୟସ ପୂର୍ବରୁ ଆରମ୍ଭ ହୁଏ ।[1][3] ଯେ କୌଣସି ବର୍ଷରେ ଏହି ରୋଗଦ୍ୱାରା ୧୨% ଲୋକ ଆକ୍ରାନ୍ତ ହୁଅନ୍ତି । ସବୁଠାରୁ ସାଧାରଣ ଫୋବିଆ ପ୍ରାୟ ୧୨% ଓ ସାମାଜିକ ଉତ୍କଣ୍ଠା ବେମାରୀ ପ୍ରାୟ ୧୦% ଲୋକଙ୍କୁ ଯେ କୌଣସି ସମୟରେ ଆକ୍ରମଣ କରିପାରେ । ଏହି ରୋଗଦ୍ୱୟ ୧୫ରୁ ୩୫ ବର୍ଷ ବୟସ ମଧ୍ୟରେ ଆକ୍ରମଣ କରେ ଓ ୫୫ ବର୍ଷ ପରେ ଅସାଧାରଣ ହୋଇଯାଏ । ଏହି ରୋଗ ହାର ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଅଧିକ ଦେଖାଯାଏ ।[3] ଅଧୁନା ୧୮% ଆମେରିକା ବାସିନ୍ଦା ଓ ୧୪% ୟୁରୋପ ବାସିନ୍ଦା କୌଣସି ନା କୌଣସି ପ୍ରକାରେ ଏହି ରୋଗର ଶିକାର ହେଉଛନ୍ତି ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.