ଉଇକିମିଡ଼ିଆ ପ୍ରକଳ୍ପ From Wikipedia, the free encyclopedia
ଉଇକିଡାଟା ସମ୍ମିଳିତ ଭାବେ ପ୍ରସ୍ତୁତ ବଦଳଯୋଗ୍ୟ ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡ଼ିଆ ସଂସ୍ଥାଦ୍ୱାରା ପରିଚାଳିତ ହେଉଅଛି । ଏହାର ଲକ୍ଷ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ସ୍ରୋତ ତିଆରି କରିବା ଯାହା ଉଇକିମିଡ଼ିଆର ପରିକଳ୍ପନା ଯେପରି ଉଇକିପିଡ଼ିଆରେ ବ୍ୟବହୃଉତ ହେଇପାରିବ । [୨][୩] ଉଇକିଡାଟା ଉଇକିକମନ୍ସ ଭଳି ଏକ ଉଇକିମିଡ଼ିଆ ପ୍ରକଳ୍ପ । ଉଇକିକମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡ଼ିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକିଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକିଡାଟା ଉଇକିବେସ୍ଦ୍ୱାରା ତାର ସାମର୍ଥ୍ୟ ପାଇଛି ।[୪]
ୟୁ.ଆର.ଏଲ | www.wikidata.org |
---|---|
ବ୍ୟବସାୟିକ | No |
ସାଇଟର ପ୍ରକାର |
|
ରେଜେଷ୍ଟ୍ରିକରଣ | Optional |
ମିଳୁଥିବା ଭାଷା | Multilingual |
ମାଲିକ | Wikimedia Foundation |
ତିଆରି କରିଥିଲେ | Wikimedia community |
ଆରମ୍ଭ କରାଯାଇଥିଲା | 30 ଅକ୍ଟୋବର 2012 |
ଆଲେକ୍ସା କ୍ରମାଙ୍କ | 19,615 (January 2016[update]) [୧] |
ଉଇକିଡାଟା ଏକ ତଥ୍ୟ ଅଭିମୁଖି କମ୍ପ୍ୟୁଟର୍ଦ୍ୱାରା ସଜ୍ଜିତ ରଖାଯାଇଥିବା ବିଷୟବସ୍ତୁ । ଏହା ତାଲିକାଭୁକ୍ତ ବିଷୟ ପ୍ରତି କେନ୍ଦ୍ରିତ ହେଇଚି । ଏଠାରେ ପ୍ରତ୍ୟେକ ତାଲିକାଭୁକ୍ତ ବିଷୟ ଏକ ଆଲୋଚ୍ୟ ବିଷୟକୁ ପ୍ରତିନିଧିତ୍ୱ କରେ ଓ ଏକ ଅଦ୍ୱୀତିୟ ସଂଖ୍ୟାଦ୍ୱାରା ଚିହ୍ନିବା ସମ୍ଭବ ହୁଏ ଓ ତାର ପୂର୍ବପଦରେ 'Q' ଅକ୍ଷର ବ୍ୟବହାର ହୋଇଥାଏ । ଉଦାହରଣ ସ୍ୱରୂପ :- "ଓଡ଼ିଆ ଭାଷା" ପ୍ରସଙ୍ଗ ପାଇଁ Q33810 ବ୍ୟବହାର ହୋଇଛି । ଏହା ସାଧାରଣ ତଥ୍ୟ ବା ବିଷୟକୁ ଜାଣିବାର ସାମର୍ଥ୍ୟ ଦିଏ ।
ବିଷୟ ଉପରେ ତଥ୍ୟ ଯୋଡ଼ିବା ପାଇଁ ଏକ ଷ୍ଟେଟମେଣ୍ଟ ତିଆରି କରା ଯାଇଥାଏ । ଷ୍ଟେଟମେଣ୍ଟ "ଗୁଡ଼ିକ କି-ଭ୍ୟଲୁ ପେଆର୍"ର ରୂପ ନିଅନ୍ତି ଏବଂ ପ୍ରତ୍ୟେକ ଷ୍ଟେଟମେଣ୍ଟରେ ଏକ "କି" ଥାଏ ଓ ଏକ ତଥ୍ୟ ଲିଙ୍କ ହୋଇଥାଏ ।
ଏହି ପରିକଳ୍ପନାର ଉତ୍ପତ୍ତି ପାଇଁ ପାଣ୍ଠି ଯୋଗାଣ ଆଲେନ ଇନଷ୍ଟିଚ୍ୟୁଟ ଫର୍ ଆର୍ଟିଫିସିଆଲ ଇଣ୍ଟେଲ୍ଳିଜେନ୍ସ, ଗାର୍ଡନ ଆଣ୍ଡ ବେଟି ମୁର ଫାଉଣ୍ଡେସନ, ଗୁଗୁଲଇନ୍ସଦ୍ୱାରା ହେଇଥିଲା ଏବଂ ଏହାର ମୂଲ୍ୟ ୧.୩ଲକ୍ଷ ପାଉଣ୍ଡ ଥିଲା ।[୫][୬] ଏହି ପରିକଳ୍ପନାର ପ୍ରାରମ୍ଭିକ ବିକାଶ ଉଇକିମିଡ଼ିଆ ଡ଼ିଉତ୍ସେଲାଣ୍ଡଦ୍ୱାରା ପରିଚାଳିତ ହେଉଥିଲା ଓ ତିନୋଟି ଭାଗରେ ବିଭକ୍ତ ହୋଇଥିଲା[୭] :-
ଉଇକିଡାଟା ୩୦ ଅକ୍ଟୋବର ୨୦୧୨ ମସିହାରେ ପ୍ରଚାଳିତ ହେଇଥିଲା ଏବଂ ଉଇକିମିଡ଼ିଆ ଫାଉଣ୍ଡେସନର ୨୦୦୬ ପରଠାରୁ ପ୍ରଥମ ନୂତନ ଉଇକି ପରିକଳ୍ପନା ଥିଲା ।[୨][୮][୯] ଏହି ସମୟରେ ଏହା ପ୍ରଥମ ପର୍ଯ୍ୟାୟରେ ଥିଲା । ଏହା ପ୍ରତ୍ୟେକ ତାଲିକାଭୁକ୍ତ ବିଷୟ ପ୍ରତି କିଛି ସାଧାରଣ ତଥ୍ୟ ଯୋଡ଼ିବାର ସହଯୋଗ କରୁଥିଲା ଯେପରି ଏକ ନାମ, ଲେବଲ, କିଛି ବର୍ଣ୍ଣନା, ଅନ୍ୟ ପ୍ରସଙ୍ଗକୁ ଲିଙ୍କ ଇତ୍ୟାଦି ।
ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦୃଷ୍ଟିକୋଣ ୪ ଫେବୃଆରୀ ୨୦୧୩ରେ ଦେଖିବାକୁ ମିଳିଲା, ଏବଂ ଏହି ପର୍ଯ୍ୟାୟରେ ଉଇକିଡାଟାରେ ବକ୍ତବ୍କୁ ଲେଖିବାର ସୁବିଧା ପ୍ରଦାନ କରିଥିଲା । ପ୍ରଥମେ ଭ୍ୟାଲୁଗୁଡ଼ିକ ଲେଖିବାର ସୀମିତ ପ୍ରୟୋଗ ଆସିଥିଲା ଓ ପରେ ପରେ ଅଧିକ ପ୍ରକାର ଡାଟା ଲେଖିବାର ସାହାଯ୍ୟ ମଧ୍ୟ ମିଳିଥିଲା । ପ୍ରଥମ 'string' ଡାଟା ଟାଇପ ୬ ମାର୍ଚ୍ଚରେ ଦେଖିବାକୁ ମିଳିଲା ।[୧୦] ଉଇକିରେ ଥିବା ଅନ୍ୟାନ୍ୟ ଭାଷା ନିମନ୍ତେ ଉଇକିଡାଟା ୨୭ ମାର୍ଚ୍ଚରୁ ୨୫ ଏପ୍ରିଲ ୨୦୧୩ ମଧ୍ୟରେ ଆରମ୍ଭ ହୋଇଥିଲା ।[୧୧][୧୨]
ତୃତୀୟ ପର୍ଯ୍ୟାୟରେ ତଥ୍ୟ ପ୍ରସ୍ତୁତ ଥିବା ବିଷୟ ପାଇଁ ତାଲିକା ତିଆରି, ଡାଟାବେଶ ବନାଇବା ଇତ୍ୟାଦି କାର୍ଯ୍ୟ ଗୁଡ଼ିକ ପରିଚାଳିତ ହେଲା ।[୭]
{{citation}}
: Missing or empty |url=
(help)Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.