ଇନ୍ଦ୍ରା କ୍ରିଷ୍ଣମୂର୍ତ୍ତି ନୂଇ(ଜନ୍ମ ୨୮ ଅକ୍ଟୋବର ୧୯୫୫) ଜଣେ ଆମେରିକୀୟ ବ୍ୟବସାୟ ପରିଚାଳକ,ଓ ସେ ପୃଥିବୀର ଦ୍ୱିତୀୟ ଖାଦ୍ୟ ଓ ପାନୀୟ ବ୍ୟବସାୟ କମ୍ପାନି [2] ପେପ୍ସିକୋର ବର୍ତ୍ତମାନର ସଭାଧ୍ୟକ୍ଷ ଓ ମୂଖ୍ୟ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ।
Indra Nooyi | |
---|---|
ଜନ୍ମ | Indra Krishnamurthy ୨୮ ଅକ୍ଟୋବର ୧୯୫୫ |
ଜାତୀୟତା | United States[1] |
ଶିକ୍ଷାନୁଷ୍ଠାନ | Madras Christian College (B.S., 1974) IIM Calcutta (P.G.D.B.M., 1976) Yale School of Management (M.A., 1980) |
ବୃତ୍ତି | Chairperson & CEO of PepsiCo |
ଚାକିରିକ୍ଷେତ୍ର | PepsiCo |
ବୈବାହିକ-ସାଥୀ | Raj K. Nooyi |
ସେ ଲଗାତାର ପୃଥିବୀର ୧୦୦ ଜଣ ଶକ୍ତିଶାଳୀ ମହିଳା ଶ୍ରେଣୀରେ ସ୍ଥାନ ଅଧିକାର କରିଛନ୍ତି [3]।୨୦୧୪ ମସିହାରେ ଫୋର୍ବସ୍ ମଗାଜିନ୍ଦ୍ୱାରା ପୃଥିବୀର ଶକ୍ତିଶାଳୀ ନାରୀଙ୍କ ମଧ୍ୟରେ ୧୩ତମ ସ୍ଥାନ[4] ଅଧିକାର କରିଥିଲେ।,ଏବଂ ୨୦୧୬ ଫୋରଚୁନ ତାଲିକାରେ ସେ ପୃଥିବୀର ୮୨ତମ ଶକ୍ତିଶାଳୀ ମହିଳା ରୂପେ ସ୍ଥାନ ପାଇଥିଲେ।
ବାଲ୍ୟ ଜୀବନ ଓ ବୃତ୍ତି
ନୁଇ ଭାରତ, ତାମିଲନାଡୁର ମାଡ୍ରାସ [5]ଠାରେ ଏକ ତାମିଲ୍ ପରିବାର [6]ରେ ଜନ୍ମଗ୍ରହଣ କରିଥିଲେ।ସେ ମାଡ୍ରାସସ୍ଥିତ "ହୋଲି ଏଞ୍ଜେଲ ଆଂଗ୍ଲୋ ଇଣ୍ଡିଆନ୍ ମାଧ୍ୟମିକ ବିଦ୍ୟାଳୟ"ରେ ପାଠ ପଢ଼ିଥିଲେ।୧୯୭୬ରେ ସେ ମ"ାଡ୍ରାସ କ୍ରିଶ୍ଚିଆନ୍ ମହାବିଦ୍ୟାଳୟ"ରୁ ଭୌତିକ ବିଜ୍ଞାନ,ରାସାୟନିକ ବିଜ୍ଞାନ ଓ ଗଣିତରେ ସ୍ନାତକ ଲାଭ କରିଥିଲେ। ସେ ୧୯୭୬ରେ Indian institute of management Calcutta [7]ରୁ ସ୍ନାତକୋତ୍ତର ହାସଲ କରିଥିଲେ।
ବ୍ୟକ୍ତିଗତ ଜୀବନ
ଇନ୍ଦିରାଙ୍କ ଦୁଇ ସନ୍ତାନ ଝିଅ ଅଟନ୍ତି ଓ ସେମାନେ ଗ୍ରୀନୱ୍ୱିଚ୍, କନେ୍କ୍ଟିକଟ୍ରେ ରହନ୍ତି।ତାଙ୍କ ଜଣେ ଝିଅ ଏବେ ୟେଲସ୍ଥିତ ସ୍କୁଲ ଅଫ ମ୍ୟାନେଜମେଣ୍ଟରେ ଅଧ୍ୟାୟନ କରୁଅଛନ୍ତି [8]।ସେ ଫୋର୍ବସ୍ ଅନୁସାରେ ପୃଥିବୀର ତୃତୀୟ ସବୁଠୁ ଶକ୍ତିଶାଳୀ ମହିଳା ଶ୍ରେଣୀରେ ଅନ୍ତରଭୁକ୍ତ।[9]
ତାଙ୍କ ବଡ଼ ଭଉଣୀ ଚନ୍ଦ୍ରିକା କ୍ରିଷ୍ଣାମୁର୍ତୀ ଟଣ୍ଡନ୍ ଜଣେ ଗାୟିକା।[10]
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.