ଇଉକାଲିପଟାସ (Tasmanian Blue Gum, Southern Blue Gum ବା Blue Gum, ଉଦ୍ଭିଦିକ ନାମ Eucalyptus globulus) ହେଉଛି ଏକ ଚିରହରିତ ଦ୍ରୁମ । ଏହା ପୃଥିବୀର ସବୁ ଜଳବାୟୁରେ ବଢ଼ିପାରେ। ଏହାର ଉତ୍ପତ୍ତିସ୍ଥଳ ହେଉଛି ଅଷ୍ଟ୍ରେଲିଆ । ଏହା ୩୦ରୁ ୫୫ ମିଟର (୯୮ରୁ ୧୮୦ ଫୁଟ) ଉଚ୍ଚ ହୋଇଥାଏ। ସବୁଠାରୁ ଉଚ୍ଚ (୯୦.୭ ମିଟର) ଇଉକାଲିପଟାସ ତାସମାନିଆରେ ଦେଖାଯାଇଛି ।[1] ଆଗରୁ ତାସମାନିଆରେ ଏହାଠାରୁ ଉଚ୍ଚ ୧୦୧ ମିଟରର ଗଛ ଥିଲା ବୋଲି କେହି କେହି କହିଥାନ୍ତି ।[2] ତାସମାନିଆ ଓ ଅଷ୍ଟ୍ରେଲିଆ ଛଡ଼ା ଏହା ଇଉରୋପ, ପର୍ତୁଗାଲ, ଦକ୍ଷିଣ ଆଫ୍ରିକା, ନିଉଜିଲାଣ୍ଡ, ଆମେରିକା, ହାୱାଇ, ମାକାରୋନେସିଆ ଓ କକେସସ ଆଦି ସ୍ଥାନରେ ମଧ୍ୟ ଦେଖିବାକୁ ମିଳେ । [3][4]
ଇଉକାଲିପଟାସ୍ | |
---|---|
ହାୱାଇ ଦ୍ୱୀପର ଇଉକାଲିପଟାସ୍ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Myrtales |
କୁଳ: | Myrtaceae |
ପ୍ରଜାତି: | Eucalyptus |
ଜାତି: | E. globulus |
ବାଇନୋମିଆଲ ନାମ | |
Eucalyptus globulus Labill. | |
ସ୍ୱରୂପ ବର୍ଣ୍ଣନା
ଏହି ଗଛରୁ ବାରମ୍ବର ଫଡ଼ା ଫଡ଼ା ହୋଇ ବଳ୍କଳ ବାହାରିଥାଏ। ପତ୍ର ଗୁଡ଼ିକ ବିପରୀତ ଆବର୍ତୀ, ଅଠାଳିଆ ଓ ଏହାର ଲମ୍ବ ୬ରୁ ୧୫ ସେ.ମି. ହୋଇଥାଏ। ପାକଳ ପତ୍ର ଗାଢ଼ ସବୁଜ ରଙ୍ଗର ହୋଇଥାଏ। ଏହାକୁ ଦଳିଲେ ଏକପ୍ରକାର ସୁଗନ୍ଧ ବାହାରେ। ଏହାର କଢ଼ ଗୁଡ଼ିକ ନଟୁ ଆକାରର ଏବଂ ଏହାର କଢ଼ ଅଗରେ ଏକ ଟୋପି ରହିଥାଏ। ଲହୁଣୀ ରଙ୍ଗର ଫୁଲଗୁଡ଼ିକ ଗୋଟି ଗୋଟି ହୋଇ ଫୁଟିଥାଏ ଓ ଏଥିରୁ ଅତି ସୁଗନ୍ଧଯୁକ୍ତ ମହୁ ଜାତ ହୋଇଥାଏ। ଫଳ ଗୁଡ଼ିକୁ ଟାଣୁଆ ଓ ୧.୫ରୁ ୨.୫ ସେ.ମି. ବ୍ୟାସଯୁକ୍ତ ହୋଇଥାଏ। ଗୋଟିଏ ଫଳରେ ୩ରୁ ୬ ଗୋଟି ମଂଜି ରହିଥାଏ। ଏହାର ଚେର ମାଟି ଭିତରେ ବହୁତ ଗଭୀରତାକୁ ଯାଇଥାଏ।
ଫରାସୀ ଉଦ୍ଭିଦ ବିଜ୍ଞାନୀ ଜ୍ୟାକସ ଲାବିଲାରଡେରେ (Jacques Labillardière) ଏହି ଗଛକୁ ପ୍ରଥମେ ଚିହ୍ନଟ କରିଥିଲେ। (Eucalyptus globulus)(id = 6643)[5] ସେ ଏହି ଗଛକୁ ରେଚେର୍ଚେ ଉପସାଗରୀୟ ଅଂଚଳରୁ ଆବିଷ୍କାର କରିଥିଲେ।
ଉପଯୋଗ
କାଠ
ଇଉକାଲିପଟାସ ଗଛର କାଠ ହଳଦିଆ ବାଦାମୀ ମିଶା ରଙ୍ଗର ଓ ଓଜନିଆ, ଏହାକୁ ପ୍ରକ୍ରିୟାକରଣ କରିବା ସହଜସାଧ୍ୟ ନୁହେଁ। [6] ଏହା ସେତେ ଶକ୍ତ ନ ହେଲେବି ବିଭିନ୍ନ କାଠ କାମ, ବାଡ଼, ଖୁଣ୍ଟ ଇତ୍ୟାଦିରେ ବ୍ୟବହାର କରାଯାଇଥାଏ। [7]
ଗନ୍ଧ ତୈଳ
ଏହାର ପତ୍ରରୁ ରାସାୟନିକ ପଦ୍ଧତିରେ ଗନ୍ଧତୈଳ (ଇଉକାଲିପଟାସ ତୈଳ ବା ନୀଳଗିରି ତେଲ) ପ୍ରସ୍ତୁତ କରାଯାଏ। ନୀଳଗିରି ତେଲ ଉତ୍ପାଦନରେ ଚୀନ ସବୁଠାରୁ ଆଗୁଆ। [8][9]
ଏହି ତୈଳର ବିଭିନ୍ନ ଚିକିତ୍ସୀୟ ଉପଯୋଗ ରହିଛି। ଏହାଛଡ଼ା ଏହା ସୁଗନ୍ଧ ତେଲ, ଜୈବ-କୀଟନାଶକ ଓ ଜୀବାଣୁ ନାଶକ ଗୁଣ ମଧ୍ୟ ରହିଛି। [10][11][12][13]
ଜଡ଼ିବୁଟି ଚା
ତାସମାନିଆରେ ଏହାର ପତ୍ରରୁ ଚା ପ୍ରସ୍ତୁତ କରି ପିଆଯାଏ। [14]
ମହୁ
ଇଉକାଲିପଟାସ ତେଲରୁ ମହୁମାଛିମାନେ ମକରନ୍ଦ ସଂଗ୍ରହ କରି ଯେଉଁ ମହୁ ତିଆରି କରନ୍ତି ତାହା ଗୁଣକାରୀ ଓ ସୁଗନ୍ଧଯୁକ୍ତ ହୋଇଥାଏ।
ସମ୍ବନ୍ଧିତ ବର୍ଗ
ଅନେକ ଉଦ୍ଭିଦ ବିଜ୍ଞାନୀଙ୍କ ମତରେ ଇ ଗ୍ଲୋବୁଲସ ବର୍ଗ ଭିତରେ ନିମ୍ନ ଲିଖିତ ଉପବର୍ଗ ଆସିଥାନ୍ତି।
- E. globulus subsp. bicostata = E. bicostata - Southern Blue Gum, Eurabbie, Victorian Blue Gum
- E. globulus subsp. globulus = E. globulus - Tasmanian Blue Gum
- E. globulus subsp. maidenii= E. maidenii - Maiden's Gum
- E. globulus subsp. pseudoglobulus = E. pseudoglobulus - Gippsland Blue Gum, Victorian Eurabbie
ଏହାକୁ ମେଲବୋର୍ଣର ଉଦ୍ଭିଦ ଉଦ୍ୟାନ [15] ତାସମାନୀୟ ଗୁଳ୍ମ ବଗିଚା [16] ମାନିଥାନ୍ତି କିନ୍ତୁ ରାଜକୀୟ ଉଦ୍ଭିଦ ଉଦ୍ୟାନ ସିଡ଼ନୀ [17] ଏହା ମାନେନାହିଁ। ଏଠାରେ ଏଇ ଚାରିଗୋଟି ଉପବର୍ଗକୁ ଅଲଗା ଅଲଗା ବର୍ଗ ବୋଲି ଧରାଯାଏ।
ଛପା
- ବକଳ ଝଡ଼ିବାର ବେଳ
- କଢ଼
- ଫୁଲ ଓ ପତ୍ର
- ଫଳ
- କୋଲ୍ହରଙ୍କ ଔଷଧୀୟ ଗଛ (Köhler's Medicinal Plants) (1887) ଅନ୍ତର୍ଗତ ଏକ ଛପା ।
ଆହୁରି ଦେଖନ୍ତୁ
ଆଧାର
ବାହାର ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.