ଆଲବେଣ୍ଡାଜୋଲ
ଏହା ଏକ ଔଷଧ ଯାହା ଅନେକ ରକମର ପରଜୀବୀ କୀଟ ସଂକ୍ରମଣର ଚିକିତ୍ସା ନିମନ୍ତେ ଦିଆଯାଏ । / From Wikipedia, the free encyclopedia
ଆଲବେଣ୍ଡାଜୋଲ ଔଷଧ ଅନେକ ରକମର ପରଜୀବୀ କୀଟ ସଂକ୍ରମଣର ଚିକିତ୍ସା ନିମନ୍ତେ ଦିଆଯାଏ । ଜିଆର୍ଡ଼ିଆସିସ, ଟ୍ରାଇଚୁରିଆସିସ, ଫାଇଲେରିଆସିସ, ନିଉରୋସିସ୍ଟିସର୍କୋସିସ, ହାଇଡାଟିଡ ରୋଗ, ପିନୱର୍ମ ରୋଗ, ଓ ଗୋଲକୃମି ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । ଏହା ପାଟିବାଟେ ଦିଆଯାଏ । [2]
Clinical data | |
---|---|
Trade names | Albenza |
AHFS/Drugs.com | monograph |
MedlinePlus | a610019 |
Pregnancy category |
|
Routes of administration | Oral |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | <5%[1] |
Protein binding | 70%[1] |
Metabolism | Hepatic[1] |
Elimination half-life | 8-12 hours[1] |
Excretion | Urine, faeces[1] |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
NIAID ChemDB | |
ECHA InfoCard | 100.053.995 |
Chemical and physical data | |
Formula | C12H15N3O2S |
Molar mass | 265.333 g/mol |
3D model (JSmol) | |
Melting point | 208 to 210 °C (406 to 410 °F) |
SMILES
| |
InChI
| |
(verify) |
ଅଇ, ପେଟ ଯନ୍ତ୍ରଣା ଓ ମୁଣ୍ଡବଥା ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ।ସମ୍ଭାବ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସ୍ଥି ମଜ୍ଜା ଦମନ ମୂଖ୍ୟ ଓ ଏହା ଔଷଧ ଖାଇବା ବନ୍ଦ କଲେ ଭଲ ହୋଇଯାଏ । ଯକୃତ ପ୍ରଦାହ ହେଉଥିବାର ରୋପୋର୍ଟ ମିଳୁଛି ଓ ଆଗରୁ ଯକୃତ ରୋଗ ଥିଲେ ଏହି ସମ୍ଭାବନା ଅଧିକ ରହେ । [2] ଆମେରିକାରେ ଏହା It is ଗର୍ଭାବସ୍ଥା ଶ୍ରେଣୀ ସି ଓ ଅଷ୍ଟ୍ରେଲିଆରେ ଶ୍ରେଣୀ ଡି; ଏହାର ଅର୍ଥ ଗର୍ଭବତୀ ମହିଳାଙ୍କ ନିମନ୍ତେ ଏହା ବିପଦଜନକ ହୋଇପାରେ । [2][3] ଆଲବେଣ୍ଡାଜୋଲ ଔଷଧ ବେଞ୍ଜିମିଡାଜୋଲ ଶ୍ରେଣୀର ଏକ ବ୍ରଡସ୍ପେକ୍ଟ୍ରମ ଆଣ୍ଟିହେଲମିନ୍ଥିକ ଏଜେଣ୍ଟ [2]
ଆଲବେଣ୍ଡାଜୋଲ ପ୍ରଥମେ ସନ ୧୯୭୧ରେ ବ୍ୟବହାର କରାଗଲା । [4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ପୃଥିବୀର ଅନେକ ସ୍ଥାନରେ ଏହାର ହୋଲସେଲ ଦାମ ଡୋଜ ପିଛା ୦.୦୧ରୁ ୦.୦୬ ଆମେରିକୀୟ ଡଲାର ।[6] ସନ ୨୦୧୪ରେ ଏହାର ମୂଲ୍ୟ ଆମେରିକାରେ ଡୋଜ ପିଛା ୫୦ ଆମେରିକୀୟ ଡଲାର ଥିଲା ଯାହା ଅତି ମହଙ୍ଗା । [2][7]