ଆର୍ଥ୍ରାଇଟିସ
ଗଣ୍ଠି ଭିତରେ ପ୍ରଦାହ / From Wikipedia, the free encyclopedia
ଆର୍ଟେରାଇଟିସ ଗୋଟିଏ ଅଲଗା ରୋଗ ।
ଆର୍ଥ୍ରାଇଟିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | rheumatology[*] |
ଆଇସିଡ଼ି-୧୦ | M00.-M25. |
ଆଇସିଡ଼ି-୯-ସିଏମ୍ | 710 -719 |
ରୋଗ ଡାଟାବେସ | 15237 |
ମେଡ଼ିସିନ-ପ୍ଲସ | 001243 |
ଇ-ମେଡ଼ିସିନ | topic list |
MeSH | D001168 |
ଆର୍ଥ୍ରାଇଟିସ (ଇଂରାଜୀ ଭାଷାରେ Arthritis) ଏକ ନାମ ଯାହା ଅଧିକାଂଶ ସମୟରେ ଗଣ୍ଠିର (joints) ଯେ କୌଣସି ବେମାରୀ ନିମନ୍ତେ ବ୍ୟବହାର ହେଉଛି ।[1] ଏହାର ମୂଖ୍ୟ ଲକ୍ଷଣ: ଗଣ୍ଠି ଯନ୍ତ୍ରଣା (joint pain) ଓ ଶକ୍ତ ଗଣ୍ଠି ।[1] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଲାଲ ଦେଖାଯିବା, ଉଷୁମ ହୋଇଯିବା, ଗଣ୍ଠି ଭିତରେ ତରଳ ପଦାର୍ଥ ଜମିଯାଇ ଫୁଲିବା ଓ ଚଳନ ପରିମାଣ କମିଯିବା ଇତ୍ୟାଦି ଦେଖାଯାଏ ।[1][2] କେତେକ ଆର୍ଥ୍ରାଇଟିସରେ ଦେହର ଅନ୍ୟ ଅଙ୍ଗ ପ୍ରଭାବିତ ହୁଅନ୍ତି ।[3] ଏହି ରୋଗର ଆରମ୍ଭ ହଠାତ ବା ଧୀରେ ହୋଇପାରେ ।[4]
ଅଧୁନା ପ୍ରାୟ ୧୦୦ ପ୍ରକାର ଆର୍ଥ୍ରାଇଟିସ ଚିହ୍ନଟ ହେଲାଣି ।[5][4] ଏମାନଙ୍କ ମଧ୍ୟରୁ ଦୁଇଟି ମୂଖ୍ୟ ରୋଗ, ଓଷ୍ଟିଓଆର୍ଥାରାଇଟିସ (ବିନଷ୍ଟକାରୀ ଗଣ୍ଠି ରୋଗ) ଓ ରିଉମାଟଏଡ ଆର୍ଥ୍ରାଇଟିସ । ଓଷ୍ଟିଓଆର୍ଥାରାଇଟିସ ରୋଗ ସାଧାରଣତଃ ବୟସ ବୃଦ୍ଧି ହେଲେ ହୁଏ, ଆଙ୍ଗୁଠି, ଆଣ୍ଠୁ ଓ ହିପ ଗଣ୍ଠି ଆକ୍ରମଣ କରେ । ରିଉମାଟଏଡ ଆର୍ଥ୍ରାଇଟିସ ଏକ ଅଟୋଇମ୍ମ୍ୟୁନ ରୋଗ ଯାହା ହାତ ଓ ପାଦକୁ ଆକ୍ରମଣ କରେ ।[3] ଅନ୍ୟାନ୍ୟ ଗଣ୍ଠି ରୋଗମାନଙ୍କର ନାମ: ଗାଉଟ, ଲୁପସ (lupus), ଫାଇବ୍ରୋମ୍ୟାଲଜିଆ (fibromyalgia) ଓ ସେପ୍ଟିକ ଆର୍ଥ୍ରାଇଟିସ (septic arthritis) । [3][6] ଏହି ରୋଗ ଗୁଡ଼ିକ ରିଉମାଟିକ ରୋଗର (rheumatic disease) ଅନ୍ତର୍ଭୁକ୍ତ ।[1]
ପ୍ରଭାବିତ ଗଣ୍ଠିକୁ ବିଶ୍ରାମ ଦିଆଯାଏ ଓ ଥଣ୍ଡା ଓ ଗରମ ସେକ ବଦଳ କରି ଦିଆଯାଏ । ଓଜନ ହ୍ରାସ ଓ ବ୍ୟାୟାମ ମଧ୍ୟ ଉପକାରରେ ଆସେ ।[3] ଯନ୍ତ୍ରଣା ନିବାରଣ ନିମନ୍ତେ ଆଇବୁପ୍ରୋଫେନ୍ ଓ ପାରାସେଟାମୋଲ ଦିଆଯାଇପାରେ ।[7] କେତେକ ସ୍ଥଳରେ ଗଣ୍ଠି ବଦଳ ମଧ୍ୟ କରାଯାଏ ।[3]
ଓଷ୍ଟିଓଆର୍ଥ୍ରାଇଟସ ପ୍ରାୟ ୩.୮% ଓ ରିଉମାଟଏଡ ଆର୍ଥ୍ରାଇଟିସ ପ୍ରାୟ ୦.୨୪% ଲୋକଙ୍କୁ ଆକ୍ରମଣ କରେ ।[8] ପଶ୍ଚିମ ପୃଥିବୀର ପ୍ରାୟ ୧ରୁ ୨% ଲୋକଙ୍କ ଜୀବନରେ କୌଣସି ସମୟରେ ଗାଉଟ ହୁଏ । [9] ଅଷ୍ଟ୍ରେଲିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦%ରୁ ଅଧିକ ଲୋକଙ୍କର ଆର୍ଥ୍ରାଇଟିସ ରୋଗ ଥାଏ ।[6][10] ମୋଟାମୋଟି ଭାବରେ ବୟସ ବୃଦ୍ଧି ହେଲେ ଏହି ରୋଗ ହୁଏ ।[6] କର୍ତ୍ତବ୍ୟ ହାନୀର ଏହି ରୋଗ ଏକ ମୂଖ୍ୟ କାରଣ ଓ ଏହା ଯୋଗୁ ଜୀବନଧାରାର ଗୁଣବତ୍ତା କମିଯାଏ ।[7] ଆର୍ଥ୍ରାଇଟିସ ଶବ୍ଦଟି ଆର୍ଥ୍ରୋସ (ଯାହାର ଅର୍ଥ ଗଣ୍ଠି) ଓ ଆଇଟିସ (ଯାହାର ଅର୍ଥ ପ୍ରଦାହ) ନାମକ ଦୁଇଟି ଗ୍ରୀକ ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି ।[11]