ସାଧାରଣତଃ ଧମନୀର ବିସ୍ତାର ହୁଏ । From Wikipedia, the free encyclopedia
ଆନିୟୁରିଜମ୍ ରୋଗରେ ସାଧାରଣତଃ ଧମନୀର କୌଣସି ଅଂଶରେ ବେଲୁନ ଭଳି ଏକ ଫୁଲା ହୋଇଯାଏ | ରୋଗ ପ୍ରାରମ୍ଭରେ ପ୍ରାୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ | [1] ଲକ୍ଷଣ ରୋଗର ସ୍ଥାନ ଉପରେ ନିର୍ଭର କରେ ଏବଂ ଏଥିରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ରକ୍ତ ସଞ୍ଚାଳନ ଶକ୍ ଅନ୍ତର୍ଭୁକ୍ତ ହୋଇପାରେ | [1] ରୋଗ ଜଟିଳ ହେଲେ ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ କିମ୍ବା ଧମନୀ ଫାଟିଯାଏ | [5]
Aneurism | |
ବିଭାଗ | Vascular surgery |
---|---|
ଲକ୍ଷଣ | None, headache, abdominal pain, back pain, circulatory shock[1] |
ଆକ୍ରାନ୍ତ ସମୟ | Older age[2] |
ବିପଦ କାରକ | Family history, high blood pressure, high cholesterol, smoking, injury of the artery[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging[1] |
ଚିକିତ୍ସା | Lifestyle changes, surgery[1] |
ପୁନଃପୌନିକ | Brain ~4%,[3] aorta ~2.5%[4] |
ପାରିବାରିକ ଇତିହାସ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ଧୂମପାନ ଏବଂ ରକ୍ତନଳୀ ଆଘାତ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରେ | [1] ଯଦିଓ ଯେ କୌଣସି ଧମନୀ ପ୍ରଭାବିତ ହୋଇପାରେ, ତେବେ ସାଧାରଣତଃ ଆଓର୍ଟା ଧମନୀ (AA) ଅଧିକ ପ୍ରଭାବିତ ହୁଏ | [5] ମସ୍ତିଷ୍କ, ପପଲିଟାଲ୍ ଧମନୀ, ମେସେଣ୍ଟେରିକ୍ ଧମନୀ, କରୋନାରୀ ଧମନୀ ଏବଂ ସ୍ପ୍ଲେନିକ୍ ଧମନୀ ଇତ୍ୟାଦି ସ୍ଥାନମାନଙ୍କରେ ଏହି ରୋଗ ହୋଇପାରେ | [1] [5] ମେଡିକାଲ ଇମେଜିଙ୍ଗ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ । [1]
ଜୀବନଚର୍ଯ୍ୟାର ପରିବର୍ତ୍ତନ ଏବଂ ଅସ୍ତ୍ରୋପଚାର ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ | [1] ଧମନୀର ଅବସ୍ଥା ଉପରେ ନିର୍ଭର କରି ଅସ୍ତ୍ରୋପଚାର ସୁପାରିଶ କରାଯାଏ | [5] ସାଧାରଣତ ୫ ସେମିରୁ ଅଧିକ ଆକାରର AAAର ମରାମତି ପାଇଁ ପରାମର୍ଶ ଦିଆଯାଉଥିବାବେଳେ ମସ୍ତିଷ୍କ ଆନିୟୁରିଜମ୍ ସାଧାରଣତଃ ୭ ମିଲିମିଟର କିମ୍ବା ଅଧିକ ଥିଲେ ବା ପରବର୍ତ୍ତୀ ରକ୍ତ ସଞ୍ଚାଳନରେ ଜଡ଼ିତ ହେବା ସମ୍ଭାବନା ଥିଲେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦିଆଯାଏ | [6] [3] ବାହୁରେ ଥିବା ଆନିୟୁରିଜମ୍ଗୁଡ଼ିକ ରକ୍ତନଳୀର ସାଧାରଣ ଆକାରର ୨ ଗୁଣ ହୋଇଗଲେ ଆବିଷ୍କୃତ ହେବା ମାତ୍ରେ ମରାମତି କରାଯାଏ | [5]
ମସ୍ତିଷ୍କ ଆନିୟୁରିଜମ୍ ଜନସଂଖ୍ୟାର ପ୍ରାୟ ୪% ଲୋକଙ୍କୁ ପ୍ରଭାବିତ କରୁଥିବାବେଳେ ଆର୍ଟିକ୍ ଆନୁରାଇଜମ୍ ପ୍ରାୟ ୨.୫% ଲୋକ ପ୍ରଭାବିତ କରିଥାଏ। [6] [3] ବୟସ୍କ ବ୍ୟକ୍ତିମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥାଏ। [5] ପ୍ରାଚୀନ ଇଜିପ୍ଟ ଏବଂ ଭାରତୀୟ ଗ୍ରନ୍ଥଗୁଡ଼ିକରେ ଥିବା ବର୍ଣ୍ଣନା ଗୁଡ଼ିକ ଆନିୟୁରିଜମ୍ର ବୋଲି ଧରାଯାଏ | [7] ଗ୍ରୀକ ଭାଷାର νεύρυσμα ବା ଆନିୟୁରିଜମ୍ର ଅର୍ଥ "ଚଉଡା" | [8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.