ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ଆଠଗଡ଼ (କ୍ରମିକ ସଂଖ୍ୟା: ୮୯) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।
ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୪,୩୭୩ |
ଜିଲ୍ଲା: | କଟକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଟକ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: |
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଠଗଡ଼ (ବି), ଆଠଗଡ଼ ବ୍ଳକ, ତିଗିରିଆ ବ୍ଳକ ଓ ଟାଙ୍ଗୀ-ଚୌଦ୍ୱାର ବ୍ଳକର କିଛି ଅଂଶ ।[1][2]
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେପିର ବ୍ରଜେନ୍ଦ୍ର କୁମାର ରାୟଙ୍କଠାରୁ ୫୭,୯୯୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[3]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଚିତ୍ରାନନ୍ଦ ମୁଦୁଲିଙ୍କଠାରୁ ୬୮୪୮୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[4]
ଗତ ୨୦୧୨ ଉପ-ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କଠାରୁ ୪୭,୩୯୦ ଅଧିକ ଭୋଟ ପାଇ ନିର୍ବାଚିତ ହେଇଥିଲେ ।[5]
୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[6][4]
୨୦୧୨ ବିଧାନ ସଭା ଉପ-ନିର୍ବାଚନ, ଆଠଗଡ଼ [7] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରଣେନ୍ଦ୍ର ପ୍ରତାପ ସ୍ୱାଇଁ | ୮୭,୬୦୪ | - | - | |
କଂଗ୍ରେସ | ସୁରେଶ ମହାପାତ୍ର | ୪୦,୨୧୪ | - | - | |
ଭାଜପା | ବିକ୍ରମ ଦାସ | ୨,୪୫୨ | - | - | |
ଭୋଟ ବ୍ୟବଧାନ | ୪୭,୩୯୦ | - | - | ||
ମତଦାନ ହାର | - | - | - |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.