ଆଇସୋଫ୍ଲୁରେନ (ଇଂରାଜୀ ଭାଷାରେ Isoflurane, ବିକ୍ରୟ ନାମ ଫୋରେନ/ Forane ଏକ ସର୍ବାଙ୍ଗ ନିଶ୍ଚେତକ (general anesthetic) । ନିଶ୍ଚେତନ (anesthesia) ଆରମ୍ଭ କରିବାକୁ ଓ ବଜାୟ ରଖିବାକୁ ଏହା ଦିଆଯାଏ ।[1] ଆଇସୋଫ୍ଲୁରେନ ଶ୍ୱାସନଳୀ ଉତ୍ତେଜକ ହୋଇଥିବାରୁ ଅଧିକାଂଶ ସମୟରେ ଏହା ସହିତ ଅନ୍ୟ ଔଷଧ ଦିଆଯାଏ ।[2][3] ଏହା ଆଘ୍ରାଣ (inhalation) ପଦ୍ଧତିରେ ଦିଆଯାଏ ।[1]
Clinical data | |
---|---|
Trade names | Forane, others |
AHFS/Drugs.com | FDA Professional Drug Information |
Pregnancy category |
|
Routes of administration | inhalation |
ATC code |
|
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.043.528 |
Chemical and physical data | |
Formula | C3H2ClF5O |
Molar mass | 184.5 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ଆଇସୋଫ୍ଲୁରେନର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ମାନ୍ଦା (decreased effort to breathe ବା (respiratory depression) ହୁଏ, ନିମ୍ନ ରକ୍ତଚାପ (low blood pressure) ଓ ଅନିୟମିତ ହୃତ୍ ସ୍ପନ୍ଦନ ଆଦି ଲକ୍ଷଣ ଦେଖାଯାଏ ।[2] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ମାଲିଗନାଣ୍ଟ ହାଇପରଥର୍ମିଆ (malignant hyperthermia) ଓ ହାଇପରକାଲେମିଆ ବା ମାତ୍ରାଧିକ ରକ୍ତ ପଟାସିଅମ ସ୍ତର ହୋଇଯାଏ ।[1] ମାଲିଗନାଣ୍ଟ ହାଇପରଥର୍ମିଆ ରୋଗୀକୁ ବା ତାହାର ପରିବାରରେ ଏହି ରୋଗ ଇତିହାସ ଥିଲେ ଏହି ଔଷଧ ଦିଆଯାଏନାହିଁ ।[2] ଗର୍ଭସ୍ଥ ଶିଶୁ ପ୍ରତି ଏହାର ନିରାପତ୍ତା ଜଣାନଥିଲେ ମଧ୍ୟ ସିଜରିଆନ ସେକସନ (cesarean section) ଅପରେଶନ ବେଳେ ଦେଇହୁଏ ।[1][2] ହାଲୋଜେନେଟେଡ ଇଥର (halogenated ether) ଶ୍ରେଣୀର ଏହା ଏକ ଔଷଧ । [4]
ସନ ୧୯୭୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଆଇସୋଫ୍ଲୁରେନ ସ୍ୱୀକୃତିପ୍ରାପ୍ତ ହୋଇଥିଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [5] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୫୦ ମି:ଲି: ବୋତଲର କ୍ରୟ ମୂଲ୍ୟ ୧୭.୨୪ରୁ ୧୭୦.୪୦ ଆମେରିକୀୟ ଡଲାର ।[6]
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.