ଭାରତର ମୌର୍ଯ୍ୟ ବଂଶର ସମ୍ରାଟ୍ From Wikipedia, the free encyclopedia
ଅଶୋକ [୩](୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । [୪] ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ ।
ଅଶୋକ [୧][୨] | |
---|---|
ମୌର୍ଯ୍ୟ ଶାସକ | |
ଶାସନ କାଳ | 274–232 BCE |
ରାଜ୍ୟାଭିଷେକ | 270 BCE |
ଆଖ୍ୟା | Samraat Chakravartin; other titles include Devanampriya and Priyadarsin |
ଜନ୍ମ | 304 BCE |
ଜନ୍ମସ୍ଥାନ | ପାଟ୍ଟଳୀପୁତ୍ର, ପାଟନା |
ମୃତ୍ୟୁ | 232 BCE (aged 72) |
ମୃତ୍ୟୁସ୍ଥାନ | ପାଟ୍ଟଳୀପୁତ୍ର, ପାଟନା |
Buried | Ashes immersed in the Ganges River, possibly at Varanasi, Cremated 232 BCE, less than 24 hours after death |
ପୂର୍ବାଧିକାରୀ | ବିନ୍ଦୁସାର |
ଉତ୍ତରାଧିକାରୀ | ଦଶରଥ |
ଜୀବନସାଥି | ରାଣୀ କାରୁବାକୀ ରାଣୀ ଦେବୀ ରାଣୀ ପଦ୍ମାବତୀ ରାଣୀ ତିଶ୍ୟରକ୍ଷା |
Offspring | ମହେନ୍ଦ୍ର, ସଂଙ୍ଘମିତ୍ରା, ତ୍ରିବାଳ, କୁନାଳ |
ରାଜବଂଶ | Mauryan dynasty |
ପିତା | ବିନ୍ଦୁସାର |
ମାତା | Maharani Dharma or Shubhadrangi |
ଧର୍ମ | ବୌଦ୍ଧ ଧର୍ମ |
ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । [୫] ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। [୬]। "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।[୭]। ଅଶୋକ ଖ୍ରୀ. ପୂ. ୨୬୩ରେ ବୌଦ୍ଧ ଧର୍ମକୁ ପରିବର୍ତ୍ତିତ ହେଲେ।[୫]। ଅଶୋକ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ଓ ଭାରତ ବାହାରେ ବୌଦ୍ଧ ଧର୍ମକୁ ପହଞ୍ଚାଇବାରେ ବିଶେଷ ଭୂମିକା ବହନ କରିଥିଲେ"[୮]
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ବିଭୀଷିକା ବର୍ଣ୍ଣିତ ହୋଇଛି । [୯]
ଅଶୋକ, ବିଶ୍ୱ ଦରବାରରେ ବୌଦ୍ଧଧର୍ମକୁ ପରିଚିତ କରାଇବାରେ ଏକ ଉଲ୍ଲେଖନୀୟ ଅବଦାନ ବହନ କରନ୍ତି । ତାଙ୍କ ସାମ୍ରାଜ୍ୟର ଚିହ୍ନ "ଅଶୋକ ସ୍ତମ୍ଭ" ଆଜି ଭାରତର ରାଷ୍ଟ୍ରୀୟ ଚିହ୍ନ ଭାବେ ପରିଚିତ ।
ଅଶୋକଙ୍କ ବିଭିନ୍ନ ଶିଳାଲିପିଗୁଡିକରୁ ଜଣାଯାଏ, ତାଙ୍କର ସାମ୍ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ କର୍ଣ୍ଣାଟକ ଏବଂ ପଶ୍ଚିମରେ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନଠାରୁ ପୂର୍ବରେ ବ୍ରହ୍ମପୁତ୍ର ନଦୀ ଓ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
ନିଜର ଅସାଧାରଣ ବ୍ୟକ୍ତିତ୍ୱ, ଉଦାର ଧର୍ମନୀତି, ଅହିଂସା ନୀତି, ବୌଦ୍ଧ ଧର୍ମର ପ୍ରଚାର ତଥା ଲୋକହିତକର ରାଜ୍ୟଶାସନ ଯୋଗୁଁ ଅଶୋକ ବିଶ୍ୱ ଇତିହାସରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ମେଘାସ୍ଥିନିସଙ୍କ ଇଣ୍ଡିକା ଏବଂ ଅଶୋକଙ୍କର ଶିଳାନୁଶାସନରୁ ମୌର୍ଯ୍ୟ ଶାସନପଦ୍ଧତି ବିଷୟ ଜଣାଯାଏ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟରେ ଚନ୍ଦ୍ରଗୁପ୍ତ ଏକ ସୁଦୃଢ଼ ଓ ସୁପରିକଳ୍ପିତ ଶାସନପଦ୍ଧତିର ପ୍ରଚଳନ୍ କରିଥିଲେ । ତାଙ୍କପରେ ଅଶୋକ ଏହି ଶାସନ ପ୍ରଣାଳୀରେ କେତେକ ସଂସ୍କାର କରିଥିଲେ । ମୌର୍ଯ୍ୟ ଶାସନର ମୂଳଲକ୍ଷ୍ୟ ଥିଲା ଜନକଲ୍ୟାଣ ।
ତାଙ୍କର୧୩ ତମ ଶିଳାଲିପିରୁ,ଆମ୍ଭେମାନେ ଜାଣୁ ଯେ ଯୁଦ୍ଧ ଏକ ପ୍ରଚଣ୍ଡ ଏବଂ୧୦୦,୦୦୦ ସୈନିକର ମୃତ୍ୟୁର କାରଣ ଓ ବହୁତ ବେସାମରିକ ବ୍ୟକ୍ତି ପ୍ରତିରକ୍ଷାରେ ଯୋଗ ଦେଇଥିଲେ;୧୫୦,୦୦୦ ଲୋକମାନଙ୍କୁ ବନ୍ଦୀ କରା ଯାଇଥିଲା ।[୧୦]
ଅଶୋକଙ୍କ ଅନୁଶାସନ ଏକ ବଡ଼ ବିଷାଦପୂର୍ଣ୍ଣ ଓ ଦୁଃଖଦାୟକ ପ୍ରତିଫଳ ହୋଉଥିଲା, ଅଶୋକ ବୁଝିପାରୁଥିଲେ କି ତାଙ୍କ ଭୁଲ ପାଇଁ ତାଙ୍କ ପରିବାର ଓ ବନ୍ଧୁବାନ୍ଧବ ମୃତ୍ୟୁ ମୁଖରେ ଯନ୍ତ୍ରଣା ଭୋଗ ମଧ୍ୟ କରୁଛନ୍ତି।[୧୧]।
କିମ୍ବଦନ୍ତୀ କହୁଚି, ଯେ, ଯୁଦ୍ଧ ସରିବାର ଗୋଟେ ଦିନ ପରେ, ଅଶୋକ ସାହାସିକତା ସହ ସହରର ବାହାରକୁ ଯାଇଥିଲେ ଏବଂ ସେ ଦେଖିଲେକି ସବୁ ଘରଦ୍ୱାରା ପଡିଯାଇଛି ଏବଂ ଏଣେତେଣେ ଛିନ୍ନଭିନ୍ନ ହୋଇ ମୃତଦେହ ପଡିରହିଛି ।ସେହି ଦୃଶ୍ୟ ତାଙ୍କୁ ରୁଗ୍ଣ/ଦୁର୍ବଳ କରିଦେଇଥିଲା ଓ ସେ କାନ୍ଦି ପକେଇଥିଲେ ବି।[୧୨]
କଳିଙ୍ଗ ସହ ମାରାତ୍ମକ ଯୁଦ୍ଧ ପରେ ପ୍ରତିହିଂସା ପରାୟଣ ରାଜା ଅଶୋକ ଜଣେ ସ୍ଥିରମନା ଓ ଶାନ୍ତପୂର୍ଣ ରାଜା ପରିବର୍ତନଓ ବୁଦ୍ଧଙ୍କ ଅନୁଗାମୀ ହୋଇଥିଲେ। [୧୩] । ବଶମଙ୍କ ଅନୁସାରେ, ତାଙ୍କ ଧର୍ମ ମୂଳରୁ / ବଂଶର ମୂଳରୁ ସେ ବୌଦ୍ଧଧର୍ମ ନ ଥିଲା।[୧୪]
ବ୍ରିଟିଶର କଟକଣା ଓ ୱେଲିଗାମା ଶ୍ରୀ ସୁମନଗଲଙ୍କ ତଦା ରଖରେ ପୁନଃନିର୍ମାଣ ହୋଇଥିଲା।[୧୬]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.