ଅର୍ଶ
From Wikipedia, the free encyclopedia
ଅର୍ଶ (ଇଂରାଜୀରେ ହେମୋରଏଡ୍ Hemorrhoids (US English) ବା haemorrhoids UK: /ˈhɛmərɔɪdz/), ଏକ ପ୍ରକାର ରୋଗ ଯେଉଁଥିରେ ମଳଦ୍ୱାରଠାରେ ଥିବା ଶୀରା ସମୂହ[1][2] ସ୍ଫିତ ହୋଇଯାଏ[3][2]ସାଧାରଣ ଅବସ୍ଥାରେ ଏହି ଶୀରାଗୁଡ଼ିକ କୁସନ୍ ଭଳି କାମ କରି ମାନବ ମଳ ନିଷ୍କାସନ ନିୟନ୍ତ୍ରଣ କରେ ।[4] ଏଥିରେ ଯେତେବେଳେ ପ୍ରଦାହ ହୁଏ ବା ଏହା ସ୍ଫୀତ ହୁଏ[5] । ଏତିକିବେଳେ ଏହାକୁ ଅର୍ଶ ରୋଗ ନାମ ଦିଆଯାଏ ।[4] ଉପସ୍ଥାପନ ଅନୁସାରେ ଲକ୍ଷଣ ଦେଖାଯାଏ । ଅନ୍ତଃ ଅର୍ଶ ହେଲେ କଷ୍ଟହୀନ ହୁଏ କିନ୍ତୁ ମଳତ୍ୟାଗ ସମୟରେ ରକ୍ତସ୍ରାବ ହୁଏ ।]].[6][7] କିନ୍ତୁ ବାହ୍ୟ ଅର୍ଶ ହେଲେ ମଳଦ୍ୱାରପାର୍ଶ୍ୱ ସ୍ଥାନ ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ରକ୍ତସ୍ରାବ ହେଲେ ରକ୍ତ ସାଧାରଣତଃ ଗାଢ଼ ରଙ୍ଗ ହୁଏ ।[7] କିଛି ଦିନ ମଧ୍ୟରେ ଏହା ଉପଶମ ହୋଇଯାଏ ।[6] ସୁସ୍ଥ ହେବା ପରେ ମଧ୍ୟ ଏକ ଚର୍ମ ମୁଣ୍ଡା ରହିଯାଏ ।[7] ଏହି ରୋଗ ନିର୍ଦ୍ଦଷ୍ଟ କାରଣ ଜଣା ନ ଥିଲେ ମଧ୍ୟ ପେଟ ମଧ୍ୟସ୍ଥ ଅତ୍ୟଧିକ ଚାପ ବା କୋଷ୍ଠକାଠିନ୍ୟର ରୋଗ ହେବାରେ ଭୂମିକା ଥାଏ ।
ଅର୍ଶ ରୋଗ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | general surgery[*] |
ଆଇସିଡ଼ି-୧୦ | I84. |
ଆଇସିଡ଼ି-୯-ସିଏମ୍ | 455 |
ରୋଗ ଡାଟାବେସ | 10036 |
ମେଡ଼ିସିନ-ପ୍ଲସ | 000292 |
ଇ-ମେଡ଼ିସିନ | med/2821 emerg/242 |
Patient UK | ଅର୍ଶ |
MeSH | D006484 |
ଅର୍ଶର କାରଣ ଅଜଣା ଥିଲେ ମଧ୍ୟ କେତେକ ପେଟର ଚାପ ବୃଦ୍ଧି କରୁଥିବା କାରକମାନଙ୍କର ଏଥିରେ ଭୂମକା ଥିବା ବିଶ୍ୱାସ କରାଯାଏ ।[7] ଏହି କାରଣ ଗୁଡ଼ିକର ନାମ କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ଓ [ପାଇଖାନା]]ରେ ଦୀର୍ଘ ସମୟ ଧରି ବସିରହିବା । ଗର୍ଭାବସ୍ଥାରେ ଏହି ରୋଗ ଅଧିକ ହେବା ଦେଖାଯାଏ ।. ରୋଗାକ୍ରାନ୍ତ ସ୍ଥାନ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[6] ଅନେକ ଲୋକ ଯେ ମଳଦ୍ୱାର ପାଖରେ ଯେ କୌଣସି ଲକ୍ଷଣ ହେଲେ ଅର୍ଶ ନାମ ଦିଅନ୍ତି କିନ୍ତୁ ଅନ୍ୟ ଏହାର କାରଣମାନଙ୍କୁ ଖୋଜି ବାହାର କରିବାକୁ ହୁଏ ।[4] କୋଲୋନୋସ୍କୋପି ବା ସିଗ୍ମୋଏଡସ୍କୋପି କରି ଏହି ରୋଗ ନିଧାର୍ଯ୍ୟ କରାଯିବା ସହିତ ଅନ୍ୟ ସାଂଘାତିକ ଅବସ୍ଥାର ଅନୁପସ୍ଥିତି ଖୋଜିବାକୁ ହୁଏ ।[8]
ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନାହିଁ ।[8] ପ୍ରାରମ୍ଭିକ ଉପଚାର ମଧ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ଗ୍ରହଣ, ଜଳଯୋଜନ ନିମନ୍ତେ ଅଧିକ ଜଳ ଗ୍ରହଣ, କଷ୍ଟ ଲାଘବ ନିମନ୍ତେ ଏନ.ଏସ୍.ଆଇ.ଡି ଓ ବିଶ୍ରାମ ଆବଶ୍ୟକ ।[5] ଔଷଧ ଯୁକ୍ତ ମଲମର ଉପକାରୀତା ପ୍ରମାଣିତ ହୋଇନାହିଁ ।[8] ସାଧାରଣ ଚିକିତ୍ସାରେ ଲକ୍ଷଣ ଉପଶମ ନ ହେଲେ ବା ସାଂଘାତିକ ହେଲେ ଅନେକ ପ୍ରକାର ଉପଚାର କରାଯାଏ । ବିଭିନ୍ନ ଉପଚାର ସତ୍ତ୍ୱେ କିଛି ଉପଶମ ନ ହେଲେ ଅପରେଶନ କରାଯାଏ ।[9]
ଜୀବନର କୌଣସି ନା କୌଣସି ସମୟରେ ଅର୍ଦ୍ଧେକ ଦୁଇ ତୃତୀୟାଂଶ ଲୋକଙ୍କର ଏହି ରୋଗ ହୁଏ ।[5][6] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[5] ଅଧିକାଂଶ ରୋଗୀଙ୍କ ବୟସ ୪୫ରୁ ୬୫ ବର୍ଷ ହୋଇଥାଏ ।[10]ଧନୀମାନଙ୍କର ଏହି ରୋଗ ଅଧିକ ହୁଏ ।[7] ଏହାର ଫଳାଫଳ ସାଧାରଣତଃ ଭଲ ଥାଏ ।[6][8] ଖ୍ରୀ:ପୂ: ୧୭୦୦ରେ ମିଶରର ପାପିରସରେ ଏହା ଲିଖିତ ହୋଇଛି ।[11]