From Wikipedia, the free encyclopedia
ଅମିତ ତ୍ରିବେଦୀ ଏକ ଭାରତୀୟ ସଙ୍ଗୀତଜ୍ଞ ଅଟନ୍ତି । ସେ ଏକାଧାରାରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ଗାୟକ, ଗିତୀକାର ତଥା ବାଦ୍ୟଯନ୍ତ୍ର, ଯେପରିକି ସିନ୍ଥେସାଇଜର, ପିଆନୋ ଆଦି ବଜାଇବାରେ ମଧ୍ୟ ବିଶେଷଜ୍ଞତା ପ୍ରାପ୍ତ କରିଛନ୍ତି । ବିଭିନ୍ନ ବିଜ୍ଞାପନ ଏବଂ ପପ୍ ସଙ୍ଗୀତ ନିର୍ଦ୍ଦେଶନା ଦେବା ପରେ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ହିନ୍ଦୀ ଚଳଚ୍ଚିତ୍ର ଆମିର ପାଇଁ ପ୍ରଥମେ କାମ କରିଥିଲେ ।[1] କିନ୍ତୁ, ୨୦୧୦ ମସିହାରେ ଦେବ.ଡି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ତାଙ୍କୁ ଖୁବ ପ୍ରସିଦ୍ଧି ଆଣିଦେବା ସହ ଉକ୍ତ ଚଳଚ୍ଚିତ୍ରରେ ଉଚ୍ଚକୋଟୀର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ପୁରସ୍କାର ଦେବାରେ ସହାୟ ହୋଇଥିଲା । [2][3]
ଅମିତ ତ୍ରିବେଦୀ | |
---|---|
Background information | |
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ | ୮ ଅପ୍ରେଲ ୧୯୭୯
ଶୈଳୀ | ଫିଲ୍ମସଙ୍ଗୀତ, ଧ୍ୱନି ସଙ୍ଗୀତ |
ପେଷା | ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ବାଦକ, ଗୀତିକାର |
କାର୍ଯ୍ୟକାଳ | ୨୦୦୧ - ବର୍ତ୍ତମାନ ପର୍ଯ୍ୟନ୍ତ |
ଯୁବାବସ୍ଥାରେ ଶାସ୍ତ୍ରୀୟ ସଙ୍ଗୀତଦ୍ୱାରା ପ୍ରଭାବିତ ହେଇ ସେ ବାଦ୍ୟ ଯନ୍ତ୍ର ବଜାଇବା ପ୍ରତି ଆଗ୍ରହ ଦର୍ଶାଇଥିଲେ। ମାତ୍ର ୧୯-୨୦ ବର୍ଷ ବୟସ ମଧ୍ୟରେ ସେ ସ୍ୱର ସଂଯୋଜନା ଆରମ୍ଭ କରିବା ସହିତ, ଓମ୍ ନାମକ ଏକ ବ୍ୟାଣ୍ଡର ସଦସ୍ୟ ରୂପେ ସାମିଲ ହେଇଥିଲେ । ଏହି ସଙ୍ଗୀତ ଭିତ୍ତିକ ବ୍ୟାଣ୍ଡ ସେତେବେଳେ ବିଭିନ୍ନ କଲେଜ ତଥା ସହରରେ ଛୋଟମୋଟ କାର୍ଯ୍ୟକ୍ରମ ପ୍ରଦର୍ଶିତ କରୁଥିଲା, ସେମାନଙ୍କୁ ଅସଲ ପରିଚୟ ସେତେବେଳେ ମିଳିଲା, ଯେତେବେଳେ ଟାଇମ୍ସ ମ୍ୟୁଜିକ ତାଙ୍କର ଏକ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ତାଙ୍କୁ ନିଜର ଏକ ସଙ୍ଗୀତ ଆଲବମ ବନେଇବା ପାଇଁ ଅନୁବନ୍ଧିତ କଲେ । ଏହି ଆଲବମଟି ସେତେବେଳେ ଏତେ ପ୍ରସିଦ୍ଧି ଲାଭ ନ କରିଥିଲେ ମଧ୍ୟ ଅମିତ ତ୍ରିବେଦୀଙ୍କ ସଙ୍ଗୀତ ଜୀବନକୁ ଏକ ନୂଆ ମୋଡ ଦେଇଥିଲା ।[4] ଏହା ପରେ ପରେ ସେ ଜାତୀୟ ସ୍ତରୀୟ ବିଭିନ୍ନ ନାଟକ (ହିନ୍ଦୀ, ଗୁଜରାଟି, ଇଂରାଜୀ) ତଥା ଦୂରଦର୍ଶନ ଭିତ୍ତିକ କାର୍ଯ୍ୟକ୍ରମ ଗୁଡିକର ପାର୍ଶ୍ୱ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚାଲିଥିଲେ । ଏପରିକି ମ୍ୟାକ ଡୋନଲଡସ, ଏୟାରଟେଲ ଭଳି କିଛି ଅଗ୍ରଣୀୟ କମ୍ପାନୀମାନଙ୍କ ବିଜ୍ଞାପନ ପାଇଁ ମଧ୍ୟ ସେ ସଙ୍ଗୀତ ସଂଯୋଜନା କରିଥିଲେ ।[5] ବିଶିଷ୍ଟ ସାଉଣ୍ଡ ଇଂଜିନିୟର ତଥା "ଅଡିଓ ଗ୍ୟାରେଜ ରେକର୍ଡିଙ୍ଗ ଷ୍ଟୁଡିଓ"ର ମାଲିକ ଅରବିନ୍ଦ ବିଶ୍ୱକର୍ମା, ଅମିତ ତ୍ରିବେଦୀଙ୍କୁ ସୋନି ବି.ଏମ.ଜିକୁ ପ୍ରସ୍ତାବିତ କଲେ ଏବଂ ଫଳସ୍ୱରୂପ ବିଭିନ୍ନ ଅଣ-ଫିଲ୍ମ ଭିତ୍ତିକ ପପ୍ ଆଲବମର ସଙ୍ଗୀତ ନିର୍ଦ୍ଦେଶନା ଦେବା ପାଇଁ ସୋନି ବି.ଏମ.ଜି ତାଙ୍କୁ ୨ ବର୍ଷର ଚୁକ୍ତିବଦ୍ଧ କଲେ । ଏହି ୨ ବର୍ଷ ମଧ୍ୟରେ ସେ ଅଭିଜିତ ସାବନ୍ତଙ୍କ "ଜୁନୁନ" ତଥା ପ୍ରଶାନ୍ତ ତମାଙ୍ଗଙ୍କ ଆଲବମ ଆଦି ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହା ବ୍ୟତୀତ ସେ ଅନେକ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ବ୍ୟବସ୍ଥାପନା ମଧ୍ୟ କରିଛନ୍ତି, ଯେପରିକି ୨୦୦୪ ମସିହାରେ ଅମର୍ତ୍ତ୍ୟ ରାଉତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମରାଠି ଚଳଚ୍ଚିତ୍ର "ଉତ୍ତରାୟନ" ପାଇଁ ସେ ସଙ୍ଗୀତ ବ୍ୟବସ୍ଥାପକ ହିସାବରେ କାମ କରିଥିଲେ ।
ଏହିପରି ଭାବେ ଅମିତଙ୍କୁ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେବାର ପ୍ରଥମ ସୁଯୋଗ ମିଳିଲା, ଯେତେବେଳେ ତାଙ୍କର ସହକର୍ମୀ ମିତ୍ର ତଥା ଗାୟିକା ଶିଳ୍ପା ରାଓ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ଅମିତଙ୍କ ନାମ ସୁଝାଇ ଥିଲେ । ଅନୁରାଗ କଶ୍ୟପ ମଧ୍ୟ ସେତେବେଳେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର "ଦେବ.ଡି" ପାଇଁ ଏକ ଯୁବ ସଙ୍ଗୀତ ନିର୍ଦ୍ଦେଶକ ସନ୍ଧାନରେ ଥିଲେ ଏବଂ ଅମିତ ତ୍ରିବେଦୀଙ୍କଦ୍ୱାରା ସଂଯୋଯିତ ହେଇଥିବା ସଙ୍ଗୀତରେ ଖୁବ ପ୍ରଭାବିତ ହେଇ ତାଙ୍କୁ "ଦେବ.ଡି"ର ସମସ୍ତ ସଙ୍ଗୀତ ନିର୍ଦ୍ଦେଶନା ଭାର ପ୍ରଦାନ କରିଥିଲେ । "ଦେବ.ଡି" ଅମିତଙ୍କ ସଙ୍ଗୀତ ନିର୍ଦ୍ଦେଶନା ହିସାବରେ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହେବାର ଥିଲା, ପ୍ରସ୍ତୁତିରେ ବିଳମ୍ବ ହେତୁ ସଙ୍ଗୀତ ନିର୍ଦ୍ଦେଶନାରେ "ଆମିର" ହିଁ ଅମିତଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହିସାବରେ ମୁକ୍ତିଲାଭ କରିଥିଲା ।[6][7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.