From Wikipedia, the free encyclopedia
ଅଫିମ (ଇଂରାଜୀରେ Opium poppy) (ଉଦ୍ଭିଦିକ ନାମ Papaver somniferum) ହେଉଛି ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏଥିରୁ ମର୍ଫିନ ସମେତ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ପ୍ରସ୍ତୁତ କରାଯାଏ। ହେରୋଇନ, ଥେବାଇନ, କୋଡେଇନ, ପାପାଭେରିନ ଓ ନୋସ୍କାପାଇନ ଆଦି ଏହାର ଉପ-ଉତ୍ପାଦ। ଏହାର ନିଦ୍ରାକାରକ ଗୁଣପାଇଁ ଲାଟିନ ଉଦ୍ଭିଦିକ ନାମରେ ଏହାକୁ ନିଦ ଆଣୁଥିବା ଗଛ ଭାବରେ ଅଭିହିତ କରାଯାଇଛି।
ଅଫିମ | |
---|---|
Papaver somniferum | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ବିଭାଗ: | Magnoliophyta |
ବର୍ଗ: | Magnoliopsida |
ଗଣ: | Ranunculales |
କୁଳ: | Papaveraceae |
ପ୍ରଜାତି: | Papaver |
ଜାତି: | P. somniferum |
ବାଇନୋମିଆଲ ନାମ | |
Papaver somniferum | |
ଅଷ୍ଚ୍ରେଲିଆ, ତୁର୍କୀ ଓ ଭାରତରେ ମୋଟ ଅଫିମ ଉତ୍ପାଦନର ଅଧିକାଂଶ ଭାଗ ଔଷଧୀୟ ଦ୍ରବ୍ୟ (ମରଫିନ ଓ କୋଡ଼େଇନ) ପ୍ରସ୍ତୁତିରେ ବ୍ୟବହାର କରାଯାଏ। [2] ଆମରିକା ମୋଟ ଅଫିମ ଆମଦାନୀର ଶତକଡ଼ା ୮୦ ଭାଗ ପାରମ୍ପରିକ ଉତ୍ପାଦନକାରୀ ରାଷ୍ଟ୍ର ଯଥା ଭାରତ ଓ ତୁର୍କୀରୁ ନେବ ବୋଲି ନିୟମ ପ୍ରଣୟନ କରିଛି। [3]
ପପି ମଞ୍ଜି ଓ ପପି ମଞ୍ଜିର ତେଲ ପରି ଦୁଇଟି ମୁଖ୍ୟ ଖାଦ୍ୟ ଦ୍ରବ୍ୟର ମୂଳ ସ୍ରୋତ ହେଉଛି ଅଫିମ ଗଛ। ଅଫିମ ମଞ୍ଜିରେ ବହୁତ କମ ପରିମାଣରେ ଓପିଏଟ ଥାଏ। [4][5] ଓ ତେଲରେ ତା ଠୁ ବି କମ ପରିମାଣରେ ଥାଏ। ଏହି ମଞ୍ଜି ଓ ତେଲ ଉଭୟର ବାଣିଜ୍ୟିକ ଦେଣନେଣ ହୋଇଥାଏ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.