ଶିଶୁ ଅବସ୍ଥାର ଏକ ମାନସିକ ବିକୃତି । From Wikipedia, the free encyclopedia
ଅଟିଜିମ୍ ସ୍ପେକ୍ଟ୍ରମ ଏକ ମାନସିକ ବିକୃତି ଯାହା ବାଲ୍ୟକାଳରେ ଆରମ୍ଭ ହୁଏ ଯେଉଁଥିରେ ପୂର୍ବରୁ ଅଟିଜିମ୍ ଏବଂ ଆସ୍ପର୍ଗର ସିଣ୍ଡ୍ରୋମ ରୋଗ ନିର୍ଣ୍ଣୟ ହୋଇସାରିଥାଏ ।[8] ଏହାର ଲକ୍ଷଣରେ ଯୋଗାଯୋଗ ସମସ୍ୟା, ସାମାଜିକ କଥାବାର୍ତ୍ତା, ସୀମିତ ଆଗ୍ରହ ଏବଂ ପୁନରାବୃତ୍ତି ଆଚରଣ ସହିତ ଦୀର୍ଘକାଳୀନ ଅସୁବିଧା ଦେଖାଯାଏ ।[3] ଦୁଇ ବର୍ଷ ବୟସ ପୂର୍ବରୁ ଏହି ରୋଗ ଚିହ୍ନଟ ହୋଇପାରେ ।[3] ଦୈନନ୍ଦିନ କାର୍ଯ୍ୟ କରିବା, ସମ୍ପର୍କ ସୃଷ୍ଟି ଏବଂ ରଖିବା, ଚାକିରି ବଜାୟ ରଖିବା ଏବଂ ଆତ୍ମହତ୍ୟା ଆଦି ଜଟିଳତା ହୋଇପାରେ ।[9]
Autism spectrum | |
---|---|
Autism spectrum disorder, autistic spectrum disorder, autistic spectral disorder,[1] autism spectrum condition, autistic spectrum condition[2] | |
ବିଭାଗ | Psychiatry, clinical psychology |
ଲକ୍ଷଣ | Problems with communication, social interaction, restricted interests, repetitive behavior[3] |
ଆକ୍ରାନ୍ତ ସମୟ | By age 2 years[3] |
ଅବଧି | Long-term[4] |
କାରଣ | Uncertain[4] |
ବିପଦ କାରକ | Advanced parental age, exposure to valproate during pregnancy, low birth weight[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[4] |
ସଠିକ ରୋଗ ନିର୍ଣ୍ଣୟ | Intellectual disability, Rett syndrome, ADHD, selective mutism, childhood-onset schizophrenia[3] |
ଚିକିତ୍ସା | Behavioral therapy, medication[5][6] |
ପୁନଃପୌନିକ | 1% of people (62.2 million 2015)[3][7] |
ଏହାର କାରଣ ଅନିଶ୍ଚିତ ଥିବାବେଳେ ଜେନେଟିକ ଏବଂ ପରିବେଶ ମିଶ୍ରଣକୁ ଜଡିତ କରାଯାଏ ।[10] ବୟସ୍କ ପିତାମାତା, ଅଟିଜିମର ପାରିବାରିକ ଇତିହାସ ଏବଂ କେତେକ ଜେନେଟିକ୍ ଅବସ୍ଥା ଏହି ରୋଗର କାରକ ହୋଇପାରେ ।[4] ଏହା ଅନୁମାନ କରାଯାଏ ୬୫%ରୁ ୯୦% କ୍ଷେତ୍ରରେ ଯେ ଜେନେଟିକ୍ କାରଣ ବିଦ୍ୟମାନ ଥାଏ ।[11] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ | [4] ୨୦୧୩ ମସିହାରେ, DSM-5 ଅଟିଷ୍ଟିକ୍ ଡିସଅର୍ଡର ପୂର୍ବ ଦଳରେ ଥିବା ଆସପର୍ଗର ସିଣ୍ଡ୍ରୋମ, ପର୍ଭେସିଭ ଡେଭଲପମେଣ୍ଟାଲ ଡିଜଅର୍ଡ଼ର ନଟ ଅଦରୱାଇଜ ସ୍ପେସିଫାଏଡ (PDD-NOS) ଏବଂ ବାଲ୍ୟ ବିଚ୍ଛିନ୍ନତା ରୋଗ ଇତ୍ୟାଦିକୁ ଡିଏସଏମ-୫ ବଦଳେଇ ଏକକ ଶବ୍ଦ "ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍" କରାଗଲା ।[12] [13]
ଏହା ଆରୋଗ୍ୟସାଧ୍ୟ ନ ହେଲେ ମଧ୍ୟ ଚିକିତ୍ସାରେ ଉପଶମ ହୋଇ ଫଳାଫଳକୁ ଉନ୍ନତ କରିପାରିବ ।[14] ପ୍ରୟାସ ସାଧାରଣତଃ ବ୍ୟକ୍ତିଗତ ହୋଇଥାଏ ଯାହା ମଧ୍ୟରେ ଆଚରଣ ଥେରାପି ଏବଂ ମୁକାବିଲା ଦକ୍ଷତା ଦିଆଯାଏ ।[10] ଏହି ପ୍ରୟାସଗୁଡ଼ିକ ପ୍ରାୟତଃ ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କଦ୍ୱାରା ହୋଇଥାଏ ।[4] କିଛି ସଂପୃକ୍ତ ଲକ୍ଷଣଗୁଡ଼ିକର ଉନ୍ନତି ପାଇଁ ଔଷଧ ବ୍ୟବହାର କରାଯାଇପାରେ ।[4] ଔଷଧର ବ୍ୟବହାରକୁ ସମର୍ଥନ କରିବାର ପ୍ରମାଣ ଏତେ ଶକ୍ତିଶାଳୀ ନୁହେଁ ।[15]
୨୦୧୫ ମସିହା ସୁଦ୍ଧା ଅଟିଜିମ୍ ସ୍ପେକ୍ଟ୍ରମ୍ ପ୍ରାୟ ୧% ଲୋକଙ୍କୁ (ଆନ୍ତର୍ଜାତୀୟ ସ୍ତରରେ ୬୨.୨ ନିୟୁତ) ପ୍ରଭାବିତ କରିଛି ବୋଲି ଆକଳନ କରାଯାଇଛି । [8] [16] ଯୁକ୍ତରାଷ୍ଟ୍ରରେ ଏହା ୨୦୧୬ ମସିହା ସୁଦ୍ଧା ପ୍ରାୟ ୨.୫% ପିଲାଙ୍କୁ (ପ୍ରାୟ ୧.୫ ନିୟୁତ) ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି । [17] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଚାରି ଗୁଣ ଅଧିକ ନିର୍ଣ୍ଣୟ ହୁଏ ।[14] "ସ୍ପେକ୍ଟ୍ରମ୍" ଶବ୍ଦ ଲକ୍ଷଣର ପ୍ରକାର ଏବଂ ଗମ୍ଭୀରତାର ପରିବର୍ତ୍ତନକୁ ବୁଝାଏ ।[13] ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ, କେତେକ ରୋଗୀ ସାମାନ୍ୟ ଲକ୍ଷଣ ସହିତ ସ୍ୱାଧୀନ ଭାବରେ କାର୍ଯ୍ୟ କରୁଥିବାବେଳେ ଗୁରୁତର ଲକ୍ଷଣ ଥିବା ରୋଗୀ ସେମାନଙ୍କର ଦୈନନ୍ଦିନ ଜୀବନରେ ଯଥେଷ୍ଟ ସାହାଯ୍ୟ ଆବଶ୍ୟକ କରନ୍ତି | [18] [9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.