From Wikipedia, the free encyclopedia
ହାଇପରପାରାଥାଇରଏଡିଜ୍ମ (ଇଂରାଜୀ ଭାଷାରେ hyperparathyroidism) ନାମ ଦିଆଯାଏ ଯେତେବେଳେ ରକ୍ତରେ ପାରାଥାଇରଏଡ ହରମୋନ, ଅନ୍ୟ ନାମ ପିଟିଏଚ (parathyroid hormone) ମାତ୍ରା ବଢ଼ିଯାଏ ।[1] ପାରାଥାଇରଏଡ ଗ୍ରନ୍ଥି (parathyroid glands) ଆବଶ୍ୟକତାଠାରୁ ଅଧିକ ହରମୋନ ତିଆରି କଲେ ବା ଅନ୍ୟ କୌଣସି ଅବସ୍ଥାରେ ଏହି ଗ୍ରନ୍ଥି ଅଧିକ ହରମୋନ ତିଆରି କରିବା ଫଳରେ ଏହି ରୋଗ ହୁଏ ଓ ଏହାକୁ ଯଥାକ୍ରମେ ପ୍ରାଥମିକ ଓ ସେକଣ୍ଡାରୀ ହାଇପରପାରାଥାଇରଏଡିଜ୍ମ କୁହାଯାଏ ।[2] ରୋଗ ନିର୍ଣ୍ଣୟ ସମୟରେ ଅଧିକାଂଶ ପ୍ରାଥମିକ ରୋଗରେ କୌଣସି ଲକ୍ଷଣ ନ ଥାଏ ।[3] ଅଧିକାଂଶ ଲକ୍ଷଣ ପ୍ରକାଶ କରୁଥିବା ରୋଗୀଙ୍କର '''ବୃକ୍କ ପଥର ରୋଗ''' ଥାଏ; ଦୁର୍ବଳତା, ଅବସାଦ, ଅସ୍ଥି ଯନ୍ତ୍ରଣା, ଦ୍ୱନ୍ଦ ଓ ଅଧିକ ପରିସ୍ରା ଇତ୍ୟାଦି ସମ୍ଭାବ୍ୟ ଲକ୍ଷଣ ଦେଖାଯାଇପାରେ । [2][4] ଏହି ଦୁଇ ପ୍ରକାର ବେମାରୀରେ '''ଓଷ୍ଟିଓପୋରୋସିସ''' ରୋଗ ହେବା ସଙ୍କଟ ଅଧିକ ରହେ । [4][3]
ପ୍ରାୟ ୮୦% ଲୋକଙ୍କର ପାରାଥାଇରଏଡ ଆଡେନୋମା (parathyroid adenoma) ନାମକ ଏକ ସୁଦମ୍ୟ/ବିନାଇନ (benign tumor) ଅର୍ବୁଦ ଯୋଗୁ ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ହୁଏ ଓ ଅନ୍ୟ ୨୦% ଲୋକଙ୍କର ଏକାଧିକ ବିନାଇନ ଅର୍ବୁଦ ଯୋଗୁ ହୁଏ ।[4][2] ପାରାଥାଇରଏଡ କର୍କଟ (parathyroid cancer) ରୋଗ ଯୋଗୁ କ୍ୱଚିତ ଏହି ରୋଗ ହୁଏ ।[4] ଜୀବସାର ଘ/ ଭିଟାମିନ ଡି ଅଭାବ (vitamin D deficiency), କ୍ରନିକ ବୃକ୍କ ରୋଗ (chronic kidney disease) ଓ ଅନ୍ୟାନ୍ୟ ସ୍ୱଳ୍ପ ରକ୍ତ କ୍ୟାଲସିଅମ (low blood calcium) ସୃଷ୍ଟିକାରୀ ରୋଗମାନଙ୍କଦ୍ୱାରା ସେକେଣ୍ଡାରୀ ହାଇପରପାରାଥାଇରଏଡିଜ୍ମ ରୋଗ ହୁଏ ।[2] ରକ୍ତ ପରୀକ୍ଷାରେ ଅଧିକ ରକ୍ତ କ୍ୟାଲସିଅମ (high blood calcium) ଓ ଅଧିକ ପିଟିଏଚ ମିଳିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[4]
ଆଡେନୋମା ବା ଅତି ସକ୍ରିୟ ପାରାଥାଇରଏଡ ଗ୍ରନ୍ଥିକୁ ଅପରେଶନ କରି ବାହାର କରିଦେଲେ ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ଆରୋଗ୍ୟ ହୋଇଯାଏ ।[2][4] ରୋଗ ଲକ୍ଷଣ ବିହୀନ ହୋଇଥିଲେ ଚିକିତ୍ସା କରି ସାମାନ୍ୟ ଅଧିକ ରକ୍ତ କ୍ୟାଲସିଅମ, ସାଧାରଣ ବୃକ୍କ ଓ ଅସ୍ଥି ସାନ୍ଦ୍ରତା ନିୟନ୍ତ୍ରଣ କରି ରଖିବାକୁ ଚେଷ୍ଟା କରାଯାଏ । ପିଟିଏଚ ସ୍ତର କମେଇବା ନିମନ୍ତେ ସିନାକ୍ୟାଲସେଟ (cinacalcet) ଔଷଧ ଦିଆଯାଏ ।[4] ଅତ୍ୟଧିକ ରକ୍ତ କ୍ୟାଲସିଅମ ଥିଲେ ବୃହତ ପରିମାଣର ଶିରାଭ୍ୟନ୍ତର ସାଧାରଣ ସାଲାଇନ ଦିଆଯାଏ ।[2] ଜୀବସାର ଘ କମ ଥିଲେ ବଢ଼େଇବାକୁ ହୁଏ ।[4]
ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ସାଧାରଣତଃ ଅଧିକ ଦେଖାଯାଏ ।[2] ବିକଶିତ ଦେଶମାନଙ୍କରେ (developed world) ପ୍ରତି ୧୦୦୦ ଲୋକରେ ଜଣେ ଏହି ରୋଗରେ ଆକ୍ରାନ୍ତ ହୁଏ ।[3] ପୁରୁଷ ସଂଖ୍ୟା ଅପେକ୍ଷା ୩ ଗୁଣ ମହିଳାଙ୍କର ରୋଗ ହୁଏ ଓ ୫୦ରୁ ୬୦ ବର୍ଷ ବୟସ ମଧ୍ୟରେ ସ୍ୱାଭାବିକ ଭାବରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[4] ଏହି ରୋଗ ବିଷୟରେ ପ୍ରଥମେ ସନ ୧୭୦୦ରେ ବର୍ଣ୍ଣନା କରାଯାଇଥିଲା ଓ ପାରାଥାଇରଏଡ ଗ୍ରନ୍ଥି ଯୋଗୁ ଏ ରୋଗ ହେଉଥିବା କଥା ୧୮୦୦ ଶତାବ୍ଦୀର ଶେଷ ଭାଗରେ ଜଣାଯାଇଥିଲା । ଏକ ଚିକିତ୍ସା ଭାବରେ ସନ ୧୯୨୫ରେ ପ୍ରଥମେ ଅପରେଶନ କରାଯାଇଥିଲା ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.