ବ୍ରାଡିକାର୍ଡ଼ିଆ ବା ସ୍ୱଳ୍ପ ହୃଦ୍‌ଗତି ହାର ([[ଇଂରାଜୀ ଭାଷା]]ରେ Bradycardia) ରୋଗରେ ହୃତ୍‌ପିଣ୍ଡ ଗତି ହାର ଏକ ମିନିଟରେ ୬0ରୁ କମ୍ ଥାଏ । [1] ଏହାର ଲକ୍ଷଣ ମୃଦୁ ଥିଲେ ଥକ୍କାଣ ଏବଂ ବ୍ୟାୟାମ ସମୟରେ ଛୋଟ ଛୋଟ ଶ୍ୱାସକ୍ରିୟା ହୁଏ । [6] [5] ସାଂଘାତିକ ଲକ୍ଷଣ ମଧ୍ୟରେ ଦ୍ୱନ୍ଦ୍ୱ, ଛାତି ଯନ୍ତ୍ରଣା, ସିଙ୍କୋପ୍ ଏବଂ ହୃଦ୍‌ପାତ ହୋଇପାରେ | [1]

Quick Facts Bradycardia, ଉଚ୍ଚାରଣ ...
Bradycardia
Bradyarrhythmia, brachycardia
Thumb
Sinus bradycardia seen in lead II with a heart rate of about 50BPM
ଉଚ୍ଚାରଣ
  • /ˌbrædɪˈkɑːrdiə/
ବିଭାଗCardiology
ଲକ୍ଷଣNone, tiredness, confusion, chest pain, syncope, heart failure[1][2]
କାରଣPhysically fit, low oxygen, heart attack, low thyroid, AV block, high blood potassium, toxicity due to beta blockers, calcium channel blockers, or digoxin[3][1][4]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)[3]
ଚିକିତ୍ସାAtropine, cardiac pacing, infusions of dopamine or epinephrine[1]
ପୁନଃପୌନିକCommon[5]
Close

ଶାରୀରିକ ଭାବରେ ଫିଟ୍, ବୟସ୍କ ଲୋକ କିମ୍ବା ଅଟୋନୋମିକ/ ସ୍ୱୟଂଶାସିତ ପ୍ରତିକ୍ରିୟା ସମୟରେ ବ୍ରାଡିକାର୍ଡିଆ ସ୍ୱଭାବିକ ହୋଇପାରେ | [5] ସ୍ୱଳ୍ପ ଅମ୍ଳଜାନ, ହୃଦ୍‌ଘାତ, କମ୍ ଥାଇରଏଡ୍, ଏଭି ବ୍ଲକ୍, ଉଚ୍ଚ ରକ୍ତ ପୋଟାସିୟମ୍ ଏବଂ ବିଟା ବ୍ଲକର୍, କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର ଏବଂ ଡିଗୋକ୍ସିନ୍ କାରଣରୁ ବିଷାକ୍ତତା ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେତୁ ଏହା ମଧ୍ୟ ହୋଇପାରେ। [3] [1] [4] ଏକ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG)ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [3] ହୃଦ୍‌ଗତି ହାର ୬୦ରୁ କମ୍ ଥିଲେ ମଧ୍ୟ ରୋଗର ଅବସ୍ଥା ପାଇଁ ଅତ୍ୟଧିକ ଧୀର ହୋଇଥିଲେ ଆପେକ୍ଷିକ ବ୍ରାଡିକାର୍ଡିଆ ବୋଲି ବିବେଚନା କରାଯାଏ | [7]

ବ୍ରାଡିକାର୍ଡ଼ିଆ ଲକ୍ଷଣ ଥିଲେ ଆଟ୍ରୋପିନ୍ ବ୍ୟବହାର କରାଯାଇପାରେ | [1] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ କାର୍ଡ଼ିଆକ ପେସିଙ୍ଗ୍, ଟ୍ରାନ୍ସକ୍ୟୁଟାନ୍ସ ପେସିଙ୍ଗ କିମ୍ବା ଟ୍ରାନ୍ସଭେନସ୍ ପେସିଙ୍ଗ କରାଯାଏ, କିମ୍ବା ଡୋପାମାଇନ୍ କିମ୍ବା ଏପିନେଫ୍ରାଇନ୍ ଔଷଧର ଇନଫ୍ୟୁଜନ୍ ଦିଆଯାଇପାରେ | [1] ବ୍ରାଡିକାର୍ଡ଼ିଆ ଏକ ସାଧାରଣ ରୋଗ ଅଟେ | [6] [5] ଖ୍ରୀଷ୍ଟପୂର୍ବ 370 ମସିହା ପୂର୍ବରୁ ହିପୋକ୍ରାଟସ୍ ବର୍ଣ୍ଣନା କରିଥିଲେ। [8]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.