ସେରେବ୍ରାଲ ଆନିଉରିଜ୍ମ ଏକ ରୋଗ ଯେଉଁଥିରେ ମସ୍ତିଷ୍କରେ ଥିବା କୌଣସି ଏକ ରକ୍ତନଳୀ ସ୍ଥାନୀୟ ଭାବରେ ବେଲୁନ ଭଳି ଫ From Wikipedia, the free encyclopedia
ସେରେବ୍ରାଲ ଆନିଉରିଜିମ ଏକ ରୋଗ ଯେଉଁଥିରେ ମସ୍ତିଷ୍କରେ ଥିବା କୌଣସି ଏକ ରକ୍ତନଳୀ ସ୍ଥାନୀୟ ଭାବରେ ବେଲୁନ ଭଳି ଫୁଲିଯାଏ । [3] [4] ଅଧିକାଂଶ କ୍ଷେତ୍ରରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ | [3] ବେଳେବେଳେ ମୁହଁକୁ ଗୋଟିଏ ପାର୍ଶ୍ୱକୁ ଘୁଞ୍ଚାଇବାରେ ଅସୁବିଧା ହୁଏ, ଯନ୍ତ୍ରଣା କିମ୍ବା କାଲୁଆ ଲାଗିପାରେ | [4] ରୋଗ ଜଟିଳ ହେଲେ ସାବାରାକନଏଡ ହେମୋରେଜ ହୋଇପାରେ, ଯାହା ଯାହା ଯୋଗୁ ହଠାତ୍ ପ୍ରବଳ ମୁଣ୍ଡବିନ୍ଧାଆରମ୍ଭ ହୋଇଥାଏ | [3]
Intracranial aneurysm, brain aneurism, brain aneurysm, cerebral aneurism | |
ବିଭାଗ | Interventional radiology, neurosurgery |
---|---|
ଲକ୍ଷଣ | None, numbness, pain, inability to move one side of face[1] |
ଆକ୍ରାନ୍ତ ସମୟ | 30–60 years old[2] |
ବିପଦ କାରକ | High blood pressure, smoking, alcohol misuse, cocaine, head trauma,infectious endocarditis, family history[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging[3] |
ସଠିକ ରୋଗ ନିର୍ଣ୍ଣୟ | Arteriovenous malformations, vertebral artery dissection, stroke[3] |
ଚିକିତ୍ସା | Monitoring for growth, endovascular coiling, surgical clipping[3][2] |
ପୁନଃପୌନିକ | 3%[3] |
ମୃତ୍ୟୁ ସାନ୍ଦ୍ରତା | 0.5% of all deaths[3] |
ଏହାର ସଙ୍କଟ କାରକ ଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତଚାପ, ଧୂମପାନ, ଦୂଷିତ ମଦ୍ୟପାନ, କୋକେନ, ମୁଣ୍ଡରେ ଆଘାତ, ଇନଫେକ୍ଟିଭ ଏଣ୍ଡୋକାର୍ଡ଼ିଆଟିସ ବା ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍ ଏବଂ ପାରିବାରକ ଇତିହାସ ଉଲ୍ଲେଖନୀୟ | [3] ଅନେକ ଗୁଡ଼ିଏ ଜେନେଟିକ୍ ଅବସ୍ଥା ଯେପରିକି ଅଟୋସୋମାଲ ଡୋମିନାଣ୍ଟ ପଲିସିସ୍ଟିକ ବୃକ୍କ ରୋଗ ଏବଂ ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ ଥିଲେ ଅଧିକ ସଙ୍କଟ ରହେ | [3] ଏହି ରୋଗର ବିଭିନ୍ନ ପ୍ରକାର ଥାଏ ଯଥା: ସାକୁଲାର୍, ଫ୍ୟୁଜିଫର୍ମ ଏବଂ ସଂକ୍ରାମକ | [3] ସାଧାରଣତଃ ମେଡିକାଲ ଇମେଜିଙ୍ଗ କରି ଏହି ରୋଗ ନିର୍ଣ୍ଣୟ କରାଯାଏ | [3]
ରୋଗର ସ୍ଥାନୀୟ ଆକାର, ଅବସ୍ଥାନ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଚିକିତ୍ସା ନିର୍ଭର କରେ | [3] ଆନିଉରିଜିମ ୭ ମିଲିମିଟରରୁ ଅଧିକ ହୋଇଥିଲେ ସାଧାରଣତଃ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ | [3] ଛୋଟ ଆନିଉରିଜିମ ରୋଗର ଚିକିତ୍ସା ଅସ୍ପଷ୍ଟ ଏବଂ ଏହା ବୃଦ୍ଧିକୁ ନିରୀକ୍ଷଣ କରାଯାଇପାରେ | [3] [2] ଏଣ୍ଡୋଭାସ୍କୁଲାର କଏଲିଙ୍ଗ ବା ସର୍ଜିକାଲ କ୍ଲିପିଙ୍ଗ କରି ଏହାର ଚିକିତ୍ସା କରାଯାଇପାରିବ | [3]
ପ୍ରାୟ ୩% ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି | [3] ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ସମାନ ଭାବରେ ଏହି ରୋଗ ହୁଏ | [3] ସେଗୁଡ଼ିକ ସାଧାରଣତଃ ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥାଏ | [2] ସମସ୍ତ ମୃତ୍ୟୁର କାରଣ ମଧ୍ୟରୁ ପ୍ରାୟ ୦.୫% ଏହି ରୋଗ କାରଣରୁ ହୁଏ । [3] ଆନିଉରିଜମ ଫାଟିବାର ତିନି ମାସ ମଧ୍ୟରେ ମୃତ୍ୟୁ ହେବା ଆଶଙ୍କା ପ୍ରାୟ ୫୦ % ଅଟେ । [3] ଏହି ରୋଗର ପ୍ରଥମ ବର୍ଣ୍ଣନା ପ୍ରଥମେ ୧୭୬୫ ମସିହାରେ କରାଯାଇଥିଲା [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.