From Wikipedia, the free encyclopedia
ସେବାସେଅସ ଗ୍ରନ୍ଥି (ଇଂରାଜୀ ଭାଷାରେ Sebaceous glands) ଏକ କ୍ଷୁଦ୍ର ଅଣୁବୀକ୍ଷଣୀକ ଏକ୍ସୋକ୍ରାଇନ ଗ୍ରନ୍ଥି ଯାହା ଏକ ତେଲିଆ ବା ମହମ ଭଳି ପଦାର୍ଥ କ୍ଷରଣ କରନ୍ତି ଯାହାର ନାମ ସେବମ । ଏହି ସେବମ ସ୍ତନ୍ୟପାୟୀଙ୍କର ଚର୍ମ ଓ ରୁମକୁ ତୈଳାକ୍ତ କରେ ଓ ଜଳରୋଧ କରେ । ପାଦ ତଳିପା ଓ ପାପୁଲି ବ୍ୟତୀତ ସାରା ଦେହରେ ସେବାସେଅସ ଗ୍ରନ୍ଥି ଥାଏ ।[1] ମାନବ ଦେହରେ ସବୁଠାରୁ ଅଧିକ ସେବାସେଅସ ଗ୍ରନ୍ଥି ମୁଖମଣ୍ଡଲ ଓ ସ୍କାଲ୍ପରେ ଥାଏ । ସେବାସେଅସ ଗ୍ରନ୍ଥିର କ୍ଷରଣକୁ ହୋଲୋକ୍ରାଇନ (holocrine) କୁହାଯାଏ । ଆଖପତାରେ ମିବୋମିଆନ ବା ଟାର୍ସାଲ ଗ୍ରନ୍ତି ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ଯେଉଁଥିରୁ ଏକ ବିଶେଷ ଧରଣର ସେବନ ଲୁହକୁ ଝରିଯାଏ । ମହିଳାଙ୍କର ସ୍ତନ ଚାରିପାଖରେ ଥିବା ଏରିଓଲାର ଗ୍ରନ୍ତି (Areolar glands) ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ।
Sebaceous gland | |
---|---|
Schematic view of hair follicle and sebaceous gland. | |
Cross-section of all skin layers. A hair follicle with associated structures. (Sebaceous glands labeled at center left.) | |
ଲାଟିନ ଭାଷାରେ | glandula sebacea |
ଓଠ, ଗାଲର ଭିତର ପାଖ ଓ ଯୌନାଙ୍ଗରେ (genitals) ଏକ ପ୍ରକାର ସେବାସେଅସ ଗ୍ରନ୍ଥି ଥାଏ ଯାହକୁ ଏକ୍ଟୋପିକ ଫୋରଡାଇସ ସ୍ପଟ (Fordyce spots) କୁହାଯାଏ ।
ଏହି ସେବାସେଅସ ଗ୍ରନ୍ଥିରେ ଅନେକ ପ୍ରକାରର ରୋଗ ହୁଏ ଯେପରିକି ବ୍ରଣ, ସେବାସେଅସ ସିସ୍ଟ, ସେବାସେଅସ ହାଇପରପ୍ଲାସିଆ ଓ ସେବାସେଅସ ଆଡେନୋମା ହୋଇପାରେ । ସେବାସେଅସ ଗ୍ରନ୍ଥିମାନଙ୍କର ଅତିସକ୍ରିୟତା ଯୋଗୁ ଅତ୍ୟଧିକ ସେବନ କ୍ଷରଣ ହୋଇ ରୋଗ ହୁଏ ।
ଦୁଇ ପ୍ରକାର ସେବାସେଅସ ଗ୍ରନ୍ଥି ଥାଏ, ଅନେକ ରୁମ ଫଲିକ୍ଲ ସହିତ ସଂଯୁକ୍ତ ଥାଆନ୍ତି ଓ ଆଉ କେତେକ ସ୍ୱାଧୀନ ଭାବରେ ଥାଆନ୍ତି । [2]
ବାଳଦ୍ୱାରା ଆଚ୍ଛାଦିତ ସ୍ଥାନମାନଙ୍କରେ ସେବାସେଅସ ଗ୍ରନ୍ଥି ଥାଏ ଓ ସେଠାରେ ସେଗୁଡ଼ିକ ହେୟାର ଫଲିକ୍ଲ (hair follicles|) ସହିତ ସଂଯୁକ୍ତ ଥାଆନ୍ତି । ପ୍ରତ୍ୟେକ ହେୟାର ଫଲିକ୍ଲ ଚତୁର୍ପାଶ୍ୱରେ ଏକ ବା ଏକାଧିକ ସେବାସେଅସ ଗ୍ରନ୍ଥି ଥାଏ; ପ୍ରତ୍ୟେକ ସେବାସେଅସ ଗ୍ରନ୍ଥି ଚାରିପାଖରେ ଆରେକ୍ଟର ପିଲାଇ ମାଂସପେଶୀ ଥାଏ ଓ ଉଭୟ ମିଶି ଏକ ପାଇଲୋସେବାସେଅସ ୟୁନିଟ ତିଆରି କରିଥାଆନ୍ତି । ଗ୍ରନ୍ଥିଗୁଡ଼ିକର ଆସିନାର ଗଠନ ବେରି ଭଳି ହୋଇଥାଏ ଯେଉଁଥିରେ ଅନେକ ଲୋବ ଥାଏ ଯେଉଁଥିରୁ ଶାଖା ହୋଇ କେନ୍ଦ୍ରୀୟ ଡକ୍ଟ ବାହାରେ । ଗ୍ରନ୍ଥିରୁ ସେବମ ବାହାରି ବାଳ ବା ରୁମ ସାଫ୍ଟ (hair shaft) ଉପରେ ଜମା ହୁଏ ଯାହା ରୁମ ବା ବାଳ ମାଧ୍ୟମରେ ଆସି ଚର୍ମରେ ପହଞ୍ଚିଯାଏ । ବାଳ, ହେୟାର ଫଲିକ୍ଲ, ଆରେକ୍ଟର ପିଲାଇ ଓ ସେବାସେଅନ ଗ୍ରନ୍ତି ମିଳିତ ଭାବରେ ପାଇଲୋସେବାସେଅସ ୟୁନିଟ ଗଠନ କରନ୍ତି । [2]
ବାଳ ନଥିବା ଗ୍ଲାବ୍ରସ ଚର୍ମ ଅଞ୍ଚଳରେ ମଧ୍ୟ ସେବାସେଅସ ଗ୍ରନ୍ଥି ଥାଏ ଯେପରିକି ଆଖିପତା, ମାନବ ନାକ, ଲିଙ୍ଗ, ଲେବିଆ ମାଇନୋରା, ଗାଲର ଭିତର ଆସ୍ତରଣ ଓ ସ୍ତନାଗ୍ରରେ ଥାଏ । [2] କେତେକ ସେବାସେଅସ ଗ୍ରନ୍ଥିମାନଙ୍କର ବିଶେଷ ନାମ ଥାଏ: ଓଠା ଓ ଗାଲର ମ୍ୟୁକସ ଓ ଯୌନାଙ୍ଗରେ ଥବା ଗ୍ରନ୍ଥିଙ୍କି ଫୋରଡାଇସ ସ୍ପଟ କୁହାଯାଏ, ଆଖିପତାର ସେବାସେଅସ ଗ୍ରନ୍ଥିକୁ ମିବୋମିଆନ ଗ୍ରନ୍ଥି କୁହାଯାଏ । ସ୍ତନର ସେବାସେଅସ ଗ୍ରନ୍ଥିମାନଙ୍କୁ ମଣ୍ଟଗୋମରି ଗ୍ରନ୍ଥି (Montgomery's glands) କୁହାଯାଏ ।
ଶରୀରର ଇଣ୍ଟେଗୁମେଣ୍ଟାରି ସିସ୍ଟମର ଏକ ଅଂଶ ହେଉଛି ସେବାସେଅସ ଗ୍ରନ୍ଥି ଯାହା ଦେହକୁ ଅଣୁଜୀବମାନଙ୍କଠାରୁ ସୁରକ୍ଷା ଦିଏ । ଏହି ଗ୍ରନ୍ଥିମାନଙ୍କରୁ ଏକ ପ୍ରକାର ଅମ୍ଳ ବା ଏସିଡ କ୍ଷରଣ ହୋଇ ଏସିଡ ମ୍ୟାଣ୍ଟଲ୍ (acid mantle) ତିଆରି ହୋଇଯାଏ । ଚର୍ମ ଉପରେ ଏହା ଏକ ପତଳା ଅମ୍ଳ ଆବରଣ ସୃଷ୍ଟି କରି ଜୀବାଣୁମାନଙ୍କଠାରୁ ସୁରକ୍ଷା ଦିଏ । [3] ଚର୍ମର ପିଏଚ pH ୪.୫ରୁ ୬.୨,[4] ଥିବାରୁ ଏକ ଅମ୍ଳ ଆସ୍ତର ତିଆରି ହୋଇ ଅନ୍ୟ ଆଲକାଲି (alkali) ପଦାର୍ଥକୁ ନିଉଟ୍ରାଲାଇଜ କରିଦିଏ । [5] ସେବାସେଅସ ଲିପିଡ ଚର୍ମ ଅଖଣ୍ଡତା ରକ୍ଷା କରେ,[6][7][8] ଓ ଚର୍ମକୁ ଜୀବସାର ଇ (vitamin E) ଯୋଗାଣ କରେ । [9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.