Remove ads
From Wikipedia, the free encyclopedia
ସେଫାଜୋଲିନ (ଇଂରାଜୀ ଭାଷାରେ ତିନି ପ୍ରକାର ବନାନରେ ଲେଖାଯାଏ: Cefazolin cefazoline ଓ cephazolin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଜୀବାଣୁ ସଂକ୍ରମଣର (bacterial infection) ଚିକିତ୍ସାରେ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ସେଲ୍ୟୁଲାଇଟିସ୍, ମୂତ୍ରନଳୀ ସଂକ୍ରମଣ (urinary tract infections), ନିମୋନିଆ, ଏଣ୍ଡୋକାର୍ଡ଼ାଇଟିସ (endocarditis), ଗଣ୍ଠି ସଂକ୍ରମଣ ( joint infection) ଓ ପିତ୍ତନଳୀ ସଂକ୍ରମଣ (biliary tract infections) ରୋଗମାନଙ୍କରେ ଦିଆଯାଏ । ପ୍ରସବ ସମୟରେ ଓ ଅପରେଶନ ପୂର୍ବରୁ ଗ୍ରୁପ ବି ସ୍ଟ୍ରେପ୍ଟୋକୋକାଲ ଡିଜିଜର (group B streptococcal disease) ପ୍ରତିଷେଧ ନିମନ୍ତେ ଦିଆଯାଏ । ଏହା ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ (vein) ଓ ମାଂସପେଶୀରେ (injection into a muscle) ଦିଆଯାଇପାରେ ।[୨]
Clinical data | |
---|---|
Pronunciation | /sɪˈfæzələn/[୧] |
Trade names | Ancef, Cefacidal, other |
AHFS/Drugs.com | monograph |
Pregnancy category |
|
Routes of administration | intravenous, intramuscular |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | NA |
Metabolism | ? |
Elimination half-life | 1.8 hours (given IV) 2 hours (given IM) |
Excretion | kidney, unchanged |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.043.042 |
Chemical and physical data | |
Formula | C14H14N8O4S3 |
Molar mass | 454.51 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଇଷ୍ଟ ସଂକ୍ରମଣ (yeast infections) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[୨] ପେନିସିଲିନ ଯୋଗୁ ଆନାଫାଇଲାକ୍ସିସ ଇତିହାସ ଥିଲେ ଏହି ଔଷଧ ଦିଆଯାଏ ନାହିଁ ।[୩] ସ୍ତନ୍ୟପାନ ଓ ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ।[୨][୪] ଏହା ସେଫାଲୋସ୍ପୋରିନ ଦଳର ପ୍ରଥମ ପିଢ଼ି ଔଷଧ ଓ ଜୀବକୋଷର ଆବରଣରେ ବାଧା ସୃଷ୍ଟି କରେ ।[୨]
ସେଫାଜୋଲିନ ସନ ୧୯୬୭ରେ ପେଟେଣ୍ଟ ହୋଇଥିଲା ଓ ବ୍ୟବସାୟୀକ ଭିତ୍ତିରେ ସନ ୧୯୭୧ରୁ ବ୍ୟବହାର କରାଗଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍ଧ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଦିନକୁ ଖର୍ଚ୍ଚ ପ୍ରାୟ ୧.୨୦ରୁ ୧.୪୧ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ କୋର୍ଷର ମୁଲ୍ୟ ୨୫ରୁ ୫୦ ଡଲାର ।[୪]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.