From Wikipedia, the free encyclopedia
ସାଲବୁଟାମୋଲ ବା ଆଲବୁଟେରୋଲ, ବ୍ୟବସାୟୀକ ନାମ ଭେଣ୍ଟୋଲିନ ଏକ ଔଷଧ ଯାହା ମଧ୍ୟମ ଓ ବଡ଼ ଶ୍ୱାସ ନଳୀକୁ ଖୋଲିବା କାମ କରେ ।[2] ଆଜ୍ମା, ବ୍ୟାୟାମ ଜନିତ ଶ୍ୱସନୀଗ୍ରହ (bronchospasm) ଓ ସିଓପିଡି ଇତ୍ୟାଦି ରୋଗମାନଙ୍କ ନିମନ୍ତେ ଏହା ଦିଆଯାଏ ।[2] ଏହା ରକ୍ତରେ ଅଧିକ ପଟାସିଅମ ସ୍ତର ଥିଲେ ମଧ୍ୟ ଦିଆଯାଏ ।[3] ଏହା ସାଧାରଣତଃ ଇନହେଲର (ଅନ୍ତଃଶ୍ୱସକ) ବା ନେବୁଲାଇଜର (କଣିତ୍ର) ଆକାରରେ, ବଟିକା ଓ ଶିରାଭ୍ୟନ୍ତର ଇଞ୍ଜେକସନ ଦ୍ରବଣ ଆକାରରେ ମଧ୍ୟ ମିଳେ ।[2][4] ଇନହେଲର ଆକାରରେ ନେଲେ ୧୫ ମିନିଟ ମଧ୍ୟରେ ଏହାର କାମ ଆରମ୍ଭ ହୋଇଯାଏ ଓ ୨ରୁ ୬ ଘଣ୍ଟା ପର୍ଯ୍ୟନ୍ତ ରହେ ।[2]
Clinical data | |
---|---|
Trade names | Ventolin, Proventil, others |
AHFS/Drugs.com | monograph |
data |
|
Pregnancy category |
|
Routes of administration | Oral, inhalational, IV |
ATC code | |
Legal status | |
Legal status |
|
Pharmacokinetic data | |
Metabolism | Liver |
Onset of action | <15 min (inhaled), <30 min (pill)[2] |
Elimination half-life | 3.8 - 6 hours |
Duration of action | 2 to 6 hrs[2] |
Excretion | Kidney |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.038.552 |
Chemical and physical data | |
Formula | C13H21NO3 |
Molar mass | 239.311 g/mol |
3D model (JSmol) | |
Chirality | 1 : 1 mixture (racemate) |
SMILES
| |
InChI
| |
(verify) |
ସାଲବୁଟାମୋଲର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସାଧାରଣତଃ ଅସ୍ଥିରତା, ମୁଣ୍ଡବଥା, ଦୃତ ହୃତ୍ପିଣ୍ଡ ଗତି, ଶିରଭ୍ରମ ଓ ଉତ୍କଣ୍ଠା ଅନୁଭବ ଦେଖାଯାଏ ।ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶ୍ୱସନୀଗ୍ରହ (bronchospasm), ଅନିୟମିତ ହୃତ୍ସ୍ପନ୍ଦନ ଓ ସ୍ୱଳ୍ପ ରକ୍ତ ପଟାସିଅମ ହେବା ଲକ୍ଷ କରାଯାଏ ।[2] ଏହା ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ବ୍ୟବହାର କଲେ ମଧ୍ୟ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ ।[2][5] ସାଲବୁଟାମୋଲ ଏକ ସ୍ୱଳ୍ପ କାର୍ଯ୍ୟକାରୀ β୨-ଆଡ୍ରେନର୍ଜିକ ରିସେପ୍ଟର ଆଗୋନିସ୍ଟ ଯାହା ଅନୈଛିକ ପେଶୀ ଶିଥିଳକ ଭାବରେ କାମ କରେ । [2]
ସାଲବୁଟାମୋଲ ପ୍ରଥମେ ଇଂଲଣ୍ଡରେ ସନ ୧୯୬୭ରେ ତିଆରି ହୋଇଥିଲା ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୧୯୮୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ମିଳିଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[2] ଦୁଇ ଶହ ଡୋଜ୍ ଥିବା ଇନହେଲରର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୧.୧୨ରୁ ୨.୬୪ ଆମେରିକୀୟ ଡଲାର ଥିଲା ।[8] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ନିମନ୍ତେ ମୁଲ୍ୟ ୨୫ରୁ ୫୦ ଡଲାର ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.