ଭାରତୀୟ ନାଗରିକ From Wikipedia, the free encyclopedia
ସରବଜିତ ସିଂ (୧୯୬୩ କିମ୍ବା ୧୯୬୪ - ୨ ମଇ ୨୦୧୩) (ପାକିସ୍ତାନଦ୍ୱାରା ମଞ୍ଜିତ ସିଂ ନାମିତ କରାଯାଇଥିଲା ।)[୧][୩][୪] ଜଣେ ଭାରତୀୟ ନାଗରିକ ଅଟନ୍ତି । ସରବଜିତଙ୍କୁ ପାକିସ୍ତାନ ଅଦାଲତ ତରଫରୁ ଜଣେ ଆତଙ୍କବାଦୀ ଓ ଗୁପ୍ତଚର ହେବା ଦୋଷରେ ଫାଶୀ ଦଣ୍ଡରେ ଦଣ୍ଡ଼ିତ କରାଯାଇଥିଲା । ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋଟରେ ୧୪ ଜଣ ସାଧାରଣ ଜନତାଙ୍କୁ ମାରିଦେବାର ଦୋଷାରୋପ କରାଯାଇଥିଲା । କିନ୍ତୁ ସରବଜିତ ପରେ ଦାବି କରିଥିଲେ ଯେ, ସେ ଜଣେ ସାଧାରଣ ଚାଷୀ ଯିଏକି ବୋମା ବିସ୍ଫୋରଣର ୩ ମାସ ପରେ ଭୁଲ୍ ବଶତଃ ପାକିସ୍ତାନରେ ପ୍ରବେଶ କରିଯାଇଥିଲେ । ଅସ୍ପଷ୍ଟ ଭାରତୀୟ ସୂତ୍ରରୁ ପ୍ରକାଶ ପାଇଥିଲା କି, ସରବଜିତ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର) ପାଇଁ କାମ କରୁଥିଲେ ।[୫][୬] ପାକିସ୍ତାନ ଉଚ୍ଚନ୍ୟାୟାଳୟ ତରଫରୁ ସରବଜିତଙ୍କୁ ୧୯୯୧ରେ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା । କିନ୍ତୁ ତାଙ୍କର ଫାଶୀକୁ ପାକିସ୍ତାନ ସରକାର ତରଫରୁ ବାରମ୍ବାର ସ୍ଥଗିତ କରାଯାଉଥିଲା । କିନ୍ତୁ କୋତ ଲଖପତ ଜେଲରେ ତାଙ୍କୁ ସାଥି କଏଦୀମାନେ ଆକ୍ରମଣ କରିଥିଲେ ଓ ୬ ଦିନ ଲାହୋର ଡାକ୍ତରଖାନାରେ ରହିବା ପରେ ୨୦୧୩ ଅପ୍ରେଲରେ ତାଙ୍କ ମୃତ୍ୟୁ ହୋଇଥିଲା ।[୭]
ତାଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଏକ କଥାଚିତ୍ର ପ୍ରକାଶ କରାଯାଇଅଛି । ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ତାଙ୍କ ଭଉଣୀ ଦଲବୀର ସିଂ, ରନବୀର ହୂଡା ଓ ରିଚା ଚଡା, ଯଥାକ୍ରମେ ସରବଜିତ ଓ ତାଙ୍କ ପତ୍ନୀ ସୁଖପ୍ରୀତ ଭୂମିକାରେ ଅଭିନୟ କରିଛନ୍ତି ।[୮][୯][୧୦]
ସରବଜିତ ଭିଖିୱିଣ୍ଡ (ଭାରତ-ପାକିସ୍ତାନ ସୀମା ପଞ୍ଜାବର ଟର୍ନ ତରଣ ଜିଲ୍ଲା)ରେ ଜନ୍ମଗ୍ରହଣ କରିଥିଲେ ।[୧୧] ମଲ୍ଲଯୁଦ୍ଧ ଓ ବିଲୁପ୍ତ ପ୍ରାୟ ପାରା ରଖିବା ତାଙ୍କର ସଉକ ଥିଲା । ଭାଗଚାଷୀ ଭାବରେ ସେ ଅନ୍ୟମାନଙ୍କ ଜମିରେ ଚାଷକରୁଥିଲେ । ସେ ସୁଖପ୍ରୀତ କୌରଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇ କନ୍ୟା ଥିଲେ (ସ୍ୱପ୍ନଦୀପ ଓ ପୁନମ) । ସରବଜିତଙ୍କ ମୁକ୍ତି ପାଇଁ ତାଙ୍କ ଭଉଣୀ ଦଳବୀର ସିଂ ୧୯୯୧ରୁ ୨୦୧୩ ପର୍ଯ୍ୟନ୍ତ ଲଢେଇ କରିଚାଲିଥିଲେ ।[୧୨][୧୩]
ସରବଜିତ ଭାରତ-ପାକିସ୍ତାନ ସୀମାରେ ଏକ ଅଗୋଚର ରୂପରେ ପାକିସ୍ତାନର କସୁରଠାରେ ରେଞ୍ଜର ମାନଙ୍କଦ୍ୱାରା ଧରାପଡ଼ିଥିଲେ ।[୧୩] ତାଙ୍କ ସମର୍ଥକମାନେ ଦାବି କରିଥିଲେ ଯେ ସରବଜିତ ନିସାସକ୍ତ ଅବସ୍ଥାରେ ଭୁଲ୍ ବଶତଃ ପାକିସ୍ତାନ ପଳାଇଥିଲେ ଓ ଯେଉଁଠି ତାଙ୍କୁ ସନ୍ଦେହରେ ମଞ୍ଜିତ ନାମରେ ନାମିତ କରାଯାଇ ଗିରଫ କରାଯାଇଥିଲା ।[୧୨] ତାଙ୍କ ଯିବାର ପ୍ରାୟ ୯ ମାସ ପର୍ଯ୍ୟନ୍ତ ତାଙ୍କ ପରିବାର ତାଙ୍କୁ ପାଗଳପ୍ରାୟ ଖୋଜି ବାକୁ ଚେଷ୍ଟା କରିଥିଲେ ଓ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ ।[୧୩] ପ୍ରାୟ ୧ ବର୍ଷ ପରେ ତାଙ୍କ ଭଉଣୀ ଦଲଜିତ ସରବଜିତଙ୍କ ହାତ ଲେଖା ଚିଠି ପାଇଲେ ଓ ଜାଣିବାକୁ ପାଇଲେ ଯେ ସରବଜିତ ପାକିସ୍ତାନରେ ବୋମା ବିସ୍ଫୋରଣ ଅପରାଧରେ ଭୁଲରେ ମଞ୍ଜିତ ପରିଚୟ ନେଇ ଜେଲରେ ଅଛନ୍ତି ଓ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଅଛି ।[୧୪] .[୧୨]
ଅନ୍ୟ ଏକ ତଥ୍ୟରୁ ପ୍ରକାଶ କି ସରବଜିତଙ୍କୁ ପ୍ରଥମେ ବେଆଇନ ଭାବରେ ଭାରତ-ପାକିସ୍ତାନ ସୀମା ଅତିକ୍ରମ ଅଭିଯୋଗରେ ଗିରଫ କରାଯାଇଥିଲା । କିନ୍ତୁ ୮ ଦିନ ପରେ ପାକିସ୍ତାନ ପୋଲିସ ୧୯୯୦ରେ ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣ ଅପରାଧରେ ଦୋଷୀ କରାଇଦେଇଥିଲା ।[୧୫] ତାଙ୍କୁ ମଞ୍ଜିତ ସିଂ ରୂପରେ ଗିରଫ କରାଯାଇଥିଲା ଓ ଫାଶୀ ଦଣ୍ଡ ଦିଆଯାଇଥିଲା । ପରେ ମଞ୍ଜିତ ସିଂକୁ ପ୍ରଥମେ କାନାଡା ଓ ପରେ ଭାରତରେ ଗିରଫ କରାଯାଇଥିଲା ।[୧୬] .[୧୭][୧୮]
୧୯୯୧ରେ ସରବଜିତଙ୍କୁ ପାକିସ୍ତାନ ପାକିସ୍ତାନ ସେନା ଅଧିନିୟମ ଅନୁସାରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।[୧୪] କିନ୍ତୁ ତାଙ୍କ ମୃତ୍ୟୁ ଦଣ୍ଡାଦେଶ ପ୍ରଥମେ ଉଚ୍ଚ ନାୟାଳୟ ଓ ପରେଉଚ୍ଚତମ ନ୍ୟାୟାଳୟ ତରଫରୁ ସ୍ଥଗିତ ରଖାଯାଇଥିଲା । ମାର୍ଚ୍ଚ ୨୦୦୬ରେ ସରବଜିତଙ୍କ ଓକିଲ ଉପସ୍ଥିତ ନଥିବାରୁ ସୁପ୍ରିମ କୋର୍ଟ ସରବଜିତଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ପିଟିସନ ଖାରଜ କରିଦେଇଥିଲେ ।[୧୯] .[୨୦]
ପାକିସ୍ତାନ ମାନବ ଅଧିକାରର କର୍ମୀ ଅଂଶର ବୁରନେ ଦାବି କରିଥିଲେକି ସରବଜିତ କୌଣସି ବୋମା ବିସ୍ଫୋରଣ ଅପରାଧ ସହ ଜଡ଼ିତ ନାହାନ୍ତି ଓ ୩୦ ଅଗଷ୍ଟ ୧୯୯୦ରେ କସୁରଠାରେ ତାଙ୍କୁ ବେଆଇନ ଭାବରେ ପାକିସ୍ତାନ ସୀମାରେ ପଶିଯିବା ପାଇଁ ଗିରଫ କରାଯାଇଥିଲା । ସେ ଆହୁରି ମଧ୍ୟ ଦାବି କରିଥିଲେ କି ୮ ଦିନ ପରେ ପୋଲିସ ତାଙ୍କୁ ଆତଙ୍କବଦୀର ଆଖ୍ୟା ଦେଇ ବୋମା ବିସ୍ଫୋରଣ ଅପରାଧରେ ଗିରଫ କରିଥିଲା । ଆଉ ଜଣେ ବ୍ରିଟିଶ ଓକିଲ ସରବଜିତଙ୍କ ମୁକ୍ତି ପାଇଁ ଆନ୍ଦୋଳନ କରିଥିଲେ ଓ ଅନେକ ଅସୁବିଧାର ସମୁଖୀନ ହୋଇଥିଲେ ।
୨୬ ଏପ୍ରିଲ ୨୦୦୮ରେ ମୁଖ୍ୟ ସାକ୍ଷୀ ଶୌକତ ସଲିମ[୨୧][୨୨] ସମ୍ବାଦିକଙ୍କ ସମୁଖରେ ନିଜର ବୟାନ ବଦଳାଇଥିଲା ଓ କହିଥିଲା କି ତାର ବାପା, ମା ବୋମା ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିଲେ ଏବଂ ପୋଲିସର ଧମକରେ ସେ ସରବଜିତଙ୍କ ଦୋଷୀ ବୋଲି କହିଥିଲା ।[୧୫] ସରବଜିତଙ୍କ ଓକିଲ ଅବଦୁଲ ରାଣା ହାମିଦ ପ୍ରମାଣ କରିଥିଲେ କି ସଲିମ କଥାରେ କୌଣସି ସତ୍ୟତା ନଥିଲା ଓ ସେ ପୋଲିସର ଧମକରେ ସରବଜିତଙ୍କ ବିରୁଦ୍ଧରେ କହିଥିଲା ।[୧୫]
କିନ୍ତୁ ତାଙ୍କ କ୍ଷମା ଆବେଦନକୁ ପ୍ରଥମେ ଅଦାଲତରେ ଓ ପରେ ପାକିସ୍ତାନ ରାଷ୍ଟ୍ରପତିଙ୍କଦ୍ୱାରା ଖାରଜ କରାଯାଇଥିଲା । ୨୦୦୮ରେ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସରବଜିତଙ୍କ କ୍ଷମା ଆବେଦନକୁ ପୁଣିଥରେ ଖାରଜ କରିଥିଲେ ।[୨୩]
୨୬ ଜୁନ ୨୦୧୨ରେ ଏମିତି ଏକ ଘଟଣା ଘଟିଥିଲା କି ତାହା ପ୍ରଥମେ ସରବଜିତଙ୍କ ପରିବାରକୁ ଓ ସମ୍ପୂର୍ଣ୍ଣ ଭାରତବାସୀଙ୍କୁ ଖୁସି କରେଇଦେଇଥିଲା ଓ ପରେ ଜଣା ପଡ଼ିଥିଲା ଯେ ସେମାନଙ୍କ ଖୁସି କ୍ଷଣସ୍ଥାୟୀ ଥିଲା କାରଣ ସେହିଦିନ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ନିଜେ ସରବଜିତଙ୍କ ମୁକ୍ତି ଘୋଷଣା କରିଥିଲେ ।[୨୪][୨୫] କିନ୍ତୁ ପରେ କହିଥିଲେ କି ସେ ମୁକ୍ତି ସରବଜିତଙ୍କ ନୁହେଁ ତାହା ହେଉଛି ସୁରଜୀତ ସିଂଙ୍କର । (୧୯୮୯ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଅନ୍ୟ ଏକ କଏଦୀ )[୨୬][୨୭] ସରବଜିତଙ୍କ ପରିବାର ପାଇଁ ଏହା ଏକ କ୍ରୁର ହସକଥା ଛଡା ଆଉ କିଛି ନଥିଲା ।[୨୮][୨୯] ସରବଜିତ ଆଉଥରେ ୬୫ତମ ସ୍ୱାଧୀନତା ଦିବସରେ କ୍ଷମା ଆବେଦନ ଅପିଲ କରିଥିଲେ ।[୩୦]
୨୩ ଅଗଷ୍ଟ ୨୦୦୫ରେ ସରବଜିତଙ୍କ କଥା ଭାରତୀୟ ପାର୍ଲିଆମେଣ୍ଟରେ ପଡ଼ିଥିଲା ଓ ସରକାର ଏହାର ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ ଓ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଚୁପ ବସିପଡ଼ିଥିଲେ ।[ଆଧାର ଲୋଡ଼ା] ୨୦୦୮ରେ ସରବଜିତଙ୍କ ପରିବାର ପାକିସ୍ତାନ ଗସ୍ତରେ ଯାଇ ପାକିସ୍ତାନର ପ୍ରମୁଖ ନେତା ମନ୍ତ୍ରୀ ତଥା ରାଷ୍ଟ୍ରପତି ନବାଜ ସରିଫଙ୍କୁ ଭେଟିଥିଲେ । ସେ ସରବଜିତଙ୍କ ଦୁଃଖ ଓ କଷ୍ଟକୁ ବୁଝିଥିଲେ ଓ ଏକ ସର୍ତ୍ତରେ ଛାଡ଼ିବାକୁ ରାଜିହୋଇଥିଲେ । ତାଙ୍କ ସର୍ତ୍ତ ଥିଲା କି ଭାରତ ସରକାର ଦରକାର, ପଡ଼ିଲେ କିମ୍ବା କିଛି ପ୍ରମାଣ ମିଳିଲେ ପୁଣିଥରେ ସରବଜିତଙ୍କୁ ପାକିସ୍ତାନକୁ ପଠେଇବେ ।[୩୧]
୧୯୯୧ ପରେ ସରବଜିତଙ୍କ ଓକିଲଙ୍କଦ୍ୱାରା ବହୁତ ପିଟିସନ ଭରାଯାଇଥିଲା । ପଞ୍ଚମ ପିଟିସନ ୨୮ ମଇ ୨୦୧୨ରେ ପ୍ରାୟ ୧୦୦,୦୦୦ ଭାରତୀୟଙ୍କ ସ୍ୱାକ୍ଷର ସହ ଭରାଯାଇଥିଲା । କିନ୍ତୁ କ୍ରୁର ପାକିସ୍ତାନ ସରକାରଙ୍କ ପାଇଁ ଏହା ଯଥେଷ୍ଟ ନଥିଲା ଓ ସମସ୍ତ ପିଟିସନକୁ ଖାରଜ କରିଦେଇଥିଲା ।
୨୦୦୯ରେ ବ୍ରିଟିଶ ଓକିଲ ଯାସ ଉପ୍ପଳ ସରବଜିତଙ୍କ କଥାକୁ ସମସ୍ତ ଲୋକଲୋଚନକୁ ଆଣିବାକୁ freesarabjitsingh.com[୩୨] ନାମରେ ଏକ ୱେବସାଇଟ ତିଆରି କରିଥିଲେ । ପାକିସ୍ତାନ ଓକିଲ ଅବସିସ ସେଖ ତାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ ଓ ସମସ୍ତ ମାନବ ଅଧିକାରୀଙ୍କୁ ସେମାନଙ୍କୁ ସାହାଯ୍ୟର ହାତ ବଢେଇଥିଲେ ।[୧୯][୧୯]
ବଲିଉଡ ଅଭିନେତା ଓ କର୍ମୀ ରାଜା ମୁରାଦ ସରବଜିତଙ୍କ ମୁକ୍ତି ପାଇଁ ଆନ୍ଦୋଳୋନରେ ଯୋଗ ଦେଇ ପ୍ରାୟ ୧୩୮,୨୨୬ ସ୍ୱାକ୍ଷର ଏକାଠି କରିଥିଲେ ।[୩୩]
୨୬ ଏପ୍ରିଲ ୨୦୧୩ ପ୍ରାୟ ସନ୍ଧ୍ୟା ବେଳେ ସେଣ୍ଟ୍ରାଲ ଜେଲ ଲାହୋରରେ ସରବଜିତଙ୍କୁ ଅନ୍ୟ କଏଦୀମାନେ ଇଟା, ଧାରୁଆ ଧାତୁ ଖଣ୍ଡ, ଲୁହା ଛଡ, ବ୍ଲେଡ, ପ୍ରଭୃତିଦ୍ୱାରା ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜିନ୍ନା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଓ ପିଠି ହାଡ ଭାଙ୍ଗି ଯାଇଥିଲା; ଏପରିକି ସେ କୋମାକୁ ଚାଲିଯାଇଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।[୩୪] ତାଙ୍କ ଆକ୍ରମଣକୁ ବିଭିନ୍ନ ସୂତ୍ରରୁ ବିଭିନ୍ନ ପ୍ରକାରରେ ଦେଖାଯାଇଥିଲା । କିଏ କହିଲା ୬ ଜଣ ସମ୍ପୃକ୍ତ ଥିଲେ ତ କିଏ କହିଲା ୨ ଜଣ ।[୧୬] ଅନ୍ୟ ଏକ ସୂତ୍ରରୁ ପ୍ରକାଶ ପାଇଲା କି ତାଙ୍କୁ ତାଙ୍କ ଜେଲ କୋଠରି ମଧ୍ୟରେ ଆକ୍ରମଣ କରାଯାଇଥିଲା । ଆଉ କିଏ କହିଥିଲେ ଯେ ମଧ୍ୟାହ୍ନ ଭୋଜନ ପାଇଁ ତାଙ୍କୁ ଅଧଘଣ୍ଟା ପାଇଁ ବାହାରକୁ ଅଣାଯାଇଥିଲା ଆଉ ସେତିକି ମଧ୍ୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା ।[୧୬] ତାଙ୍କ ଭଉଣୀ କହିବା ମୁତାବକ ତାଙ୍କ ଭାଇଙ୍କ ମୃତ୍ୟୁ ପଛରେ ପାକିସ୍ତାନ ପୋଲିସର ହାତ ଅଛି । ଡାକ୍ତରଖାନାକୁ ତାଙ୍କ ଭଉଣୀ,ପତ୍ନୀ, ଓ ଦୁଇ ଝିଅଙ୍କୁ ଦେଖିବାକୁ ଛଡ଼ାଯାଇଥିଲା ।[୩୫][୩୬][୩୭][୩୮]
ସରବଜିତଙ୍କୁ ଅଫଜଲ ଗୁରୁର ମୃତ୍ୟୁ ପରେ ଧମକ ଦିଆଯାଇଥିଲା । ୨୦୦୧ରେ ଭାରତୀୟ ରାଜ୍ୟସଭା ଉପରେ ଆକ୍ରମଣ[୩୯] ପାଇଁ ଗୁରୁକୁ ଫେବୃଆରି ୨୦୧୩ରେ ଭାରତରେ ଫାଶୀ ଦିଆଯାଇଥିଲା । କିଛି ସୂତ୍ରରୁ ପ୍ରକାଶ ପାଇଥିଲା କି ଗୁରୁର ମୃତ୍ୟୁ ପାଇଁ ସରବଜିତଙ୍କ ଉପରେ ଆକ୍ରମଣ ହୋଇଥିଲା ।[୪୦][୪୧] ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ଆକ୍ରମଣକୁ ଅତ୍ୟନ୍ତ ଦୁଃଖର ବିଷୟ କହିବା ସହ ନିନ୍ଦା କରିଥିଲେ ।[୪୨][୪୩] ୨୯ ଅପ୍ରେଲ ୨୦୧୩ରେ ମାନବିକତା ଦୃଷ୍ଟିରୁ ସରବଜିତଙ୍କୁ ଛାଡ଼ିବା କିମ୍ବା ଭାରତରେ ଚିକିତ୍ସା ପାଇଁ ଛାଡ଼ିବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ପାଷାଣ ପ୍ରାୟ ପାକିସ୍ତାନ ସରକାର ଏଥିରେ ମଧ୍ୟ ରାଜି ହୋଇ ନଥିଲା ।[୪୪][୪୫] ଆହୁରି ମଧ୍ୟ ପାକିସ୍ତାନର ଉଚ୍ଚତମ ନ୍ୟାୟାଳୟ ସରବଜିତଙ୍କ ଚିକିତ୍ସା ଆମେରିକାରେ ହେବାକୁ ଦେଇନଥିଲା ।[୪୬]
ମଇ ୧, ୨୦୧୩ ଜିନ୍ନା ଡାକ୍ତରଖାନାରେ ଡାକ୍ତରମାନେ ମସ୍ତିଷ୍କ ମୃତ ହୋଇଯିବା ଫଳରେ, ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । କିନ୍ତୁ ପାକିସ୍ତାନ କର୍ତ୍ତୁପକ୍ଷ କୌଣସି ମନ୍ତବ୍ୟ ଦେଇନଥିଲେ । ପରିବାରର ସମସ୍ତେ ଭାରତ ଫେରିଆସିଥିଲେ । ତାଙ୍କ ଭଉଣୀ ଦଳଜିତଙ୍କ କହିବା ଅନୁସାରେ ଯେଉଁ ଡାକ୍ତରମାନେ ତାଙ୍କ ଭାଇର ଚିକିତ୍ସା କରୁଥିଲେ ସେମାନେ ସଚ୍ଚୋଟ ନଥିଲେ ଓ ସେମାନଙ୍କ ବାମହାତର ବୁଢ଼ା ଆଙ୍ଗୁଠିରେ କାଳିର ଚିହ୍ନ ଦେଖିଥିଲେ।[୪୭][୪୮]
ମଇ ୨, ୨୦୧୩ ରାତି ୧୨ଟା ୪୫ରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା ।[୨][୪୯] ସେହିଦିନ ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କୁ ଭାରତ ଅଣାଯାଇଥିଲା । ଭାରତୀୟ ଡାକ୍ତରମାନେ କହିଥିଲେ କି ସରବଜିତଙ୍କ ଦେହରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗର ଚିହ୍ନବର୍ଣ୍ଣ ନ ଥିଲା ।[୧୪] ତାଙ୍କ ଖପୁରି ୨ ଫାଳ ହୋଇଯାଇଥିଲା ।[୫୦]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.