ଔଷଧ From Wikipedia, the free encyclopedia
ଲୌହ ପରିପୂରକ (ଇଂରାଜୀ ଭାଷାରେ Iron supplements ବା ଲୌହ ଲବଣ/ iron salts ବା ଲୌହ ବଟିକା/ iron pills), କେତେକ ଲୌହ (iron) ଉପାଦାନ ଥିବା ଔଷଧ ଯାହା ଦେହରେ ଲୌହ ଅଭାବର (iron deficiency) ଚିକିତ୍ସା ଓ ପ୍ରତିଷେଧ ଭାବରେ ଦିଆଯାଏ ଓ ତାହା ମଧ୍ୟରେ ଲୌହ ଅଭାବୀ ଆନିମିଆ (iron deficiency anemia) ଅନ୍ତର୍ଗତ ।[1][2] ସ୍ୱଳ୍ପ ଅବଶୋଷଣ (poor absorption), ଅତ୍ୟଧିକ ଋତୁସ୍ରାବ (heavy menstrual periods), ଗର୍ଭାବସ୍ଥା (pregnancy), ହେମୋଡାଏଲିସିସ (hemodialysis) ଓ ସ୍ୱଳ୍ପ ଲୌହ ଥିବା ଖାଦ୍ୟ ଇତ୍ୟାଦି ଅବସ୍ଥାରେ ପ୍ରତିଷେଧ ନିମନ୍ତେ ଲୌହ ପରିପୂରକ ଦିଆଯାଏ ।[2][3] ସ୍ୱଳ୍ପ ଜନ୍ମ ଓଜନ (low birth weight) ବିଶିଷ୍ଟ ଶିଶୁଙ୍କୁ ମଧ୍ୟ ପ୍ରତିଷେଧ ଭାବରେ ଏହା ଦିଆଯାଏ । ଏହା ଶିରାଭ୍ୟନ୍ତରରେ (injection into a vein) ଓ ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଓ ପାଟିରେ ଦିଆଯାଏ ।[2] ସାଧାରଣ ଲୌହ ସ୍ତର ଆସିବାକୁ କିଛି ଦିନରୁ ୨ମାସ ପର୍ଯ୍ୟନ୍ତ ସମୟ ଲାଗେ ।[4]
ଲୌହ ପରିପୂରକର ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ (constipation), ପେଟ ଯନ୍ତ୍ରଣା, କଳା ଝାଡ଼ା ଓ ତରଳ ଝାଡ଼ା ହୋଇପାରେ ।[4] ଅତ୍ୟଧିକ ଲୌହ ପରିପୂରକ ବ୍ୟବହାର କଲେ ଲୌହ ବିଷକ୍ରିୟା (iron toxicity) ଓ ଅତ୍ୟଧିକ ଲୌହ (iron overload) ଦେହରେ ହୁଏ ।[3][1] ଫେରସ୍ ଲବଣ ମଧ୍ୟରେ ଫେରସ ଫୁମାରେଟ (ferrous fumarate), ଫେରସ ଗ୍ଲୁକୋନେଟ (ferrous gluconate), ଫେରସ ସକସିନେଟ (ferrous succinate) ଓ ଫେରସ ସଲଫେଟ (ferrous sulfate) ଆଦି ପାଟିରେ ଦିଆଯାଏ । ଇଞ୍ଜେକସନ ଆକାରରେ ଲୌହ ଡେକ୍ସଟ୍ରାନ (iron dextran) ଓ ଲୌହ ସୁକ୍ରୋଜ (iron sucrose) ଦିଆଯାଏ ।[3] ଏହି ଔଷଧ ଲୋହିତ ରକ୍ତ କଣିକା ପ୍ରସୁତିରେ (making red blood cells) ସହାୟକ ହୁଏ ।[4]
ଚିକିତ୍ସା କ୍ଷେତ୍ରରେ ସନ ୧୬୮୧ରୁ ଲୌହ ବ୍ୟବହୃତ ହୋଇଆସୁଛି ଓ ଏହାର ସନ ୧୮୩୨ରୁ ଏହାର ବିଭିନ୍ନ ଫର୍ମୁଲା ତିଆରି ହୋଇଆସୁଛି ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଫେରସ ଲବଣ ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହେଉଛି ।[1] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୦.୦୫ରୁ ୦.୬୩ ଆମେରିକୀୟ ଡଲାର ।[7] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[1] ଧୀର ନିର୍ଗମନ (Slow release) ଫର୍ମୁଲେସନ ମିଳୁଥିଲେ ମଧ୍ୟ ବ୍ୟବହାର କରିବାକୁ ସୁପାରିସ କରାଯାଏନାହିଁ । [2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.