ଶାନ୍ତ ରହିବା ନିମନ୍ତେ ଦିଆଯିବା ଔଷଧ From Wikipedia, the free encyclopedia
ଲୋରାଜେପାମ, (ବିକ୍ରୟ ନାମ ଆଟିଭାନ), ଏକ ବେଞ୍ଜୋଡାଏଜେପିନ ଦଳର ଔଷଧ ।[୨] ଉତ୍କଣ୍ଠା ବା ଉଦ୍ବେଗ ବେମାରୀ, ନିଦ୍ରାହୀନତା, ଅପସ୍ମାର ଆକ୍ରମଣ ତଥା ଅବିରାମ ଅପସ୍ମାର, କେତେକ ଅପରେଶନ (interfere with memory formation) ନିମନ୍ତେ, ଆଲକୋହୋଲ ଉଇଥଡ୍ରୟାଲ ଇତ୍ୟାଦି ରୋଗରେ ଓ ଭେଣ୍ଟିଲେସନରେ ଥିଲେ ଶମନ ବା ଶାନ୍ତ ରହିବା ନିମନ୍ତେ, କେମୋଥେରାପି ସମୟରେ ଦିଆଯାଏ ।[୨][୬] ସାଇକୋମୋଟୋର ଏଜିଟେସନ (severe agitation)ରେ ଏହା ଦିଆଗଲେ ମଧ୍ୟ ମିଡାଜୋଲାମ ସାଧାରଣତଃ ଅଧିକ ପସନ୍ଦ ଯୋଗ୍ୟ । କୋକେନ୍ ଗ୍ରହଣ କରୁଥିବା ଲୋକର ଆକ୍ୟୁଟ କରୋନାରି ସିଣ୍ଡ୍ରୋମ ହେଲେ ଅନ୍ୟ ଚିକିତ୍ସା ସହିତ ଏହା ଦିଆଯାଏ । ଏହା ପାଟିଏ ଖାଇବାକୁ ବା ଇଞ୍ଜେକସନ ଆକାରରେ ମାଂସପେଶୀରେ ବା ଶିରାଭ୍ୟନ୍ତରରେ ଦିଆଯାଏ । ଇଞ୍ଜେକସନ ଦେବାର ୧ରୁ ୩୦ ମିନିଟ ମଧ୍ୟରେ ଏହାର ପ୍ରଭାବ ଅନୁଭୁତ ହୁଏ ଓ ୧ ଦିନ ପର୍ଯ୍ୟନ୍ତ ରହେ ।[୨]
Clinical data | |
---|---|
Trade names | ଆଟିଭାଭାନ, ଟାଭୋର, ଟେମେସ୍ଟା ଇତ୍ୟାଦି ।[୧] |
Synonyms | O-Chloroxazepam, L-Lorazepam Acetate |
AHFS/Drugs.com | monograph |
MedlinePlus | a682053 |
Pregnancy category |
|
Dependence liability | Moderate–high |
Routes of administration | By mouth, intramuscular, intravenous, under the tongue, and transdermal |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 85% when taken by mouth |
Metabolism | ଯକୃତ ଗ୍ଲୁକୁରୋନାଇଡେସନ |
Onset of action | ୧ରୁ ୫ ମିନିଟ (ଶିରାଭ୍ୟନ୍ତର), ୧୫ରୁ ୩୦ ମିନିଟ (ମାଂସପେଶୀରେ)[୨] |
Elimination half-life | 10–20 hours[୩][୪][୫] |
Duration of action | 12 to 24 hours[୨] |
Excretion | ବୃକ୍କ |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.011.534 |
Chemical and physical data | |
Formula | C15H10Cl2N2O2 |
Molar mass | 321.2 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ସାଧାରଣତଃ ଦୁର୍ବଳତା, ନିଦୁଆ ଭାବ, ନିମ୍ନ ରକ୍ତଚାପ ଓ କଷ୍ଟ ଦାୟକ ଶ୍ୱାସକ୍ରିୟା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଶିରାଭ୍ୟନ୍ତରରେ ଦେଲେ ନିକଟ ପର୍ଯ୍ୟବେକ୍ଷଣ କରାଯାଏ । ଅବସାଦ ଗ୍ରସ୍ତ (depressed) ଲୋକର ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖାଯାଏ । ଅଧିକ ଦିନ ବ୍ୟବହାର କରିବାକୁ ପଡ଼ିଲେ ସମାନ ଫଳପ୍ରଦ ହେବା ନିମନ୍ତେ ଅଧିକ ଔଷଧ ମାତ୍ରା ଆବଶ୍ୟକ ହୁଏ । ଶାରୀରିକ ନିର୍ଭରଶୀଳତା ଓ ମାନସିକ ନିର୍ଭରଶୀଳତା ଦେଖାଯାଇପାରେ । ବହୁତ ଦିନର ବ୍ୟବହାର ପରେ ହଠାତ ଔଷଧ ବନ୍ଦ କରିଦେଲେ ବେଞ୍ଜୋଡାଏଜେପିନ ଉଇଥଡ୍ରୟାଲ ସିଣ୍ଡ୍ରୋମ ହୋଇପାରେ ।[୨] ବୟସାଧିକ ଲୋକଙ୍କଠାରେ ଏହି ଔଷଧର ହାନୀକାରକ ପ୍ରଭାବ ଦେଖାଯାଇ ପାରେ । [୭] ଲୋରାଜେପାମ ଗ୍ରହଣ କରୁଥିବା ବ୍ୟକ୍ତି ପଡ଼ିଯାଇ ନିତମ୍ବ ଅସ୍ଥି ଭାଙ୍ଗିଯିବା ସମ୍ଭାବନା ଅଧିକ ରହେ । [୮] ଏହି ସବୁ କାରଣରୁ ଲୋରାଜେପାମ ସର୍ବାଧିକ ୨ରୁ ୪ ସପ୍ତାହ ଦିଆଯାଏ । [୯]
ସନ ୧୯୬୩ରେ ଏହି ଔଷଧ ପେଟେଣ୍ଟ ହେବା ପରେ ସନ ୧୯୭୭ରେ ଯୁକ୍ରରାଷ୍ଟ୍ର ଆମେରିକାରେ ବିକ୍ରୟ ଆରମ୍ଭ ହୋଇଥିଲା । [୧୦] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୧] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଡୋଜ ପାଟିରେ ଦିଆଯାଉଥିବା ଔଷଧର ମୂଲ୍ୟ ସନ ୨୦୧୪ରେ ୦.୦୨ରୁ ୦.୧୬ ଆମେରିକୀୟ ଡଲାର ଥିଲା ।[୧୨] ସନ ୨୦୧୫ରେ ଯୁକ୍ରରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ୨୫ ଡଲାରରୁ କମ୍ । [୧୩] ସନ ୨୦୧୧ରେ ୨୮ ନିୟୁତ ଲୋରାଜେପାମ ପ୍ରେସକ୍ରିପସନ ହୋଇଥିଲା ଯାହା ଆଲପ୍ରୋଜୋଲାମ ପରେ ଦ୍ୱିତୀୟ ସର୍ବାଧିକ ପ୍ରେସକ୍ରିପସନ ଔଷଧ । [୧୪]
Seamless Wikipedia browsing. On steroids.