From Wikipedia, the free encyclopedia
ଲେଭୋମିଲନାସିପ୍ରାନ, ଏକ ବେପାର ନାମ ଫେଟଜିମା, ହେଉଛି ଏକ ଔଷଧ ଯାହା ଅବସାଦବିରୋଧୀ ବା ଆଣ୍ଟିଡେପ୍ରେସାଣ୍ଟ ଭାବରେ ପ୍ରମୁଖ ଅବସାଦ ବେମାରୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[4] ଫାଇବ୍ରୋମିଆଲଜିଆ ରୋଗ ନିମନ୍ତ ମିଲନାସିପ୍ରାନ ଦିଆଯାଏ କିନ୍ତୁ ଲେଭୋମିଲନାସିପ୍ରାନ ପାଇଁ ଅନୁମୋଦିତ ହୋଇନଥାଏ ଯଦିଓ ଏହି ଦୁଇ ଔଷଧ ଏକାପରି ଅଟନ୍ତି ।[4] ଏହା ପାଟିରେ ଦିଆଯାଏ ।[4]
Clinical data | |
---|---|
Trade names | Fetzima |
Synonyms | Levomilnacipran hydrochloride |
AHFS/Drugs.com | monograph |
Routes of administration | By mouth (capsules) |
Legal status | |
Legal status |
|
Pharmacokinetic data | |
Bioavailability | 92%[1] |
Protein binding | 22%[2] |
Metabolism | Liver (primarily by CYP3A4)[3] |
Elimination half-life | 12 hours[3] |
Excretion | Kidney[3] |
Identifiers | |
IUPAC name
| |
Chemical and physical data | |
Formula | C15H22N2O |
Molar mass | ୨୪୬.୩୫ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ବର୍ଦ୍ଧିତ ଝାଳ ବୋହିବା, ଯୌନକ୍ରିୟା ଅସୁବିଧା ଏବଂ ହୃତ୍କମ୍ପ ବା ଦୃତ ହୃତ୍ସ୍ପନ୍ଦନ ହୋଇପାରେ । [4] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୨୫ ବର୍ଷରୁ କମ୍ ବୟସରେ ଆତ୍ମହତ୍ୟା ପ୍ରବଣତା, ସେରୋଟୋନିନ ସିଣ୍ଡ୍ରୋମ, ଉଚ୍ଚ ରକ୍ତଚାପ, ରକ୍ତସ୍ରାବ, ମାନିଆ ଏବଂ ମୂତ୍ର ଧାରଣ ହୋଇପାରେ ।[4] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[5] ଏହା ଏକ ସେରୋଟୋନିନ୍-ନରେଏପିନେଫ୍ରାଇନ ରିଅପଟେକ୍ ଇନହିବିଟର (SNRI) ଏବଂ ମିଲନାସିପ୍ରାନର ଏକ ଏନଆନସିଓମର । [4]
୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ କାନାଡାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲେଭୋମିଲନାସିପ୍ରାନ ଅନୁମୋଦିତ ହୋଇଥିଲା ।[4] [6] ୨୦୧୬ରେ ଅଷ୍ଟ୍ରେଲିଆରେ ଅନୁମୋଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ ୟୁରୋପରେ ଆଦୌ ଆବେଦନ କରାଯାଇ ନାହିଁ ।[6] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୪୩୦ ଡଲାର ଖର୍ଚ୍ଚ ହେଉଥିଲା ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.