From Wikipedia, the free encyclopedia
ରୋଜିଓଲା (ଇଂରାଜୀ ଭାଷାରେ roseola) ଏକ ଭୁତାଣୁ (virus) ଜନିତ ସଂକ୍ରାମକ ରୋଗ (Infectious disease) ରୋଗ ।[2] ଅଧିକାଂଶ ସଂକ୍ରାମକ ରୋଗ ୩ ବର୍ଷ ବୟସ ପୂର୍ବରୁ ହୁଏ ।[1] ଲକ୍ଷଣ କିଛି ନଥିବାରୁ ଆରମ୍ଭ କରି ଦୃତ ଗତିରେ ଆସୁଥିବା ଜ୍ୱର ସହିତ ରାସ ହୁଏ ।[1][2] ଏହି ଲକ୍ଷଣ ସାଧାରଣତଃ ୩-୫ ଦିନ ରହେ ।[1] ପିଙ୍କ ରଙ୍ଗର ରାସ ହୁଏ ଯାହା ୩ ଦିନରୁ କମ୍ ସମୟ ରହେ ।[1] ରୋଗ ଜଟିଳ ହେଲେ ଜ୍ୱର ସହିତ ବାତ (febrile seizures) ହୁଏ ଓ ସାଂଘାତିକ ହେବା କ୍ୱଚିତ ଦେଖାଯାଏ । [1][2]
ରୋଜିଓଲା (Roseola) | |
---|---|
ଏଗଜାନ୍ଥେମ ସବିଟମ (Exanthema subitum),[1] ରୋଜିଓଲା ଇନଫାଣ୍ଟମ (roseola infantum),[1] ସିକ୍ସଥ ଡିଜିଜ (sixth disease) ବା ଷଷ୍ଠ ରୋଗ,[1] ବେବି ମିଜଲସ (baby measles), ରୋଜ ରାସ ଅଫ ଇନଫାଣ୍ଟସ (rose rash of infants), ଥ୍ରିଡେ ଫିଭର (three-day fever) | |
ବିଭାଗ | ସଂକ୍ରାମକ ରୋଗ (Infectious disease) |
ଲକ୍ଷଣ | ଜ୍ୱର ଓ ତାପରେ ରାସ [1] |
ଆକ୍ରାନ୍ତ ସମୟ | ୩ ବର୍ଷ ବୟସ ପୂର୍ବରୁ [1] |
ଅବଧି | କିଛି ଦିନ [2] |
କାରଣ | ମାନବ ହର୍ପିସ ଭୁତାଣୁ ୬ (ଏଚଏଚ ୬) (Human herpesvirus 6)/ HHV-6) କିମ୍ବା ମାନବ ହର୍ପିସ ଭୁତାଣୁ ୭ (ଏଚଏଚ ୭) (human herpesvirus 7/ HHV-7)[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ [1] |
ସଠିକ ରୋଗ ନିର୍ଣ୍ଣୟ | ମିଳିମିଳା, ରୁବେଲା, ସ୍କାରଲେଟ ଜ୍ୱର[1] |
ଚିକିତ୍ସା | ସହାୟକ ଯତ୍ନ (Supportive care)[1] |
Prognosis | ସାଧାରଣତଃ ଉତ୍ତମ [1] |
ଏହି ରୋଗ ମାନବ ହର୍ପିସ ଭୁତାଣୁ ୬ (ଏଚଏଚ ୬) (Human herpesvirus 6)/ HHV-6) କିମ୍ବା ମାନବ ହର୍ପିସ ଭୁତାଣୁ ୭ (ଏଚଏଚ ୭) (human herpesvirus 7/ HHV-7) ଯୋଗୁ ହୁଏ ।[1] ସୁସ୍ଥ ଜଣାଯାଉଥିବା ଲୋକର ଲାଳ (saliva) ମାଧ୍ୟମରେ ଏହା ବ୍ୟାପେ ।[1][2] ଗର୍ଭାବସ୍ଥାରେ ମାତାଠାରୁ ଶିଶୁକୁ ସଂକ୍ରମିତ ହୋଇଥାଏ ।[1] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ ସମ୍ଭବ ହେଲେ ମଧ୍ୟ ରକ୍ତ ପରୀକ୍ଷା କରି ନିଧାର୍ଯ୍ୟ କରାଯାଇପାରେ ।[1] କମ୍ ସଂଖ୍ୟକ ଶ୍ୱେତ ରକ୍ତ କଣିକା (white blood cell ରକ୍ତରେ ଥାଏ । [1]
ଏହି ରୋଗରେ ଜ୍ୱର ଚିକିତ୍ସା ସହିତ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ।[1] ପ୍ରାୟ ସମସ୍ତ ଶିଶୁ କୌଣସି ନା କୌଣସି ସମୟରେ ଆକ୍ରାନ୍ତ ହୁଅନ୍ତି ।[2] ପୁଅ ଓ ଝିଅ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[1] ରୋଗ ବିଷୟରେ ପ୍ରଥମ ବର୍ଣ୍ଣନା ସନ ୧୯୧୦ରେ ହୋଇଥିଲା ଓ ଭୁତାଣୁ ଏହାର କାରଣ ହୋଇଥିବା ସନ ୧୯୮୮ରେ ଜଣାଯାଇଥିଲା ।[1] ଇମ୍ମ୍ୟୁନିଟି କମ୍ ଥିଲେ (weakened immune system) ଏହା ପୁନର୍ବାର ହୋଇପାରେ ଓ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.