ରିଫ୍ଲେକ୍ସ ସିଙ୍କୋପି (ଇଂରାଜୀ ଭାଷାରେ Reflex syncope) ଏକ ବେମାରୀ ଯେଉଁଥିରେ କିଛି ସମୟ ନିମନ୍ତେ ସ୍ନାୟୁ ଜନିତ (neurologically) କାରଣରୁ ରକ୍ତ ଚାପ (blood pressure) କମି ଚେତନା ହଜିଯାଏ (loss of consciousness) । [2] ଚେତନା ହାନୀ (Loss of consciousness) ହେବା ପୂର୍ବରୁ ଝାଳ ବୋହିବା, ଦୃଷ୍ଟିହାନୀ, କାନନାଦ ଆଦି ଲକ୍ଷଣ ରୋଗୀ ଅନୁଭବ କରେ ।[1] ଚେତା ଶୂନ୍ୟ ଅବସ୍ଥାରେ ମଧ୍ୟ ରୋଗୀର ମାଂସପେଶୀ ଫଡ଼ ଫଡ଼ ହେବା ଦେଖାଯାଏ । [1] ଏହି ଅବସ୍ଥାରେ ପଡ଼ିଗଲେ ଆଘାତ ମଧ୍ୟ ହୁଏ । [1]

Quick Facts ରିଫ୍ଲେକ୍ସ ସିଙ୍କୋପି (Reflex syncope), ବିଭାଗ ...
ରିଫ୍ଲେକ୍ସ ସିଙ୍କୋପି (Reflex syncope)
ନିଉରାଲି ମେଡିଏଟେଡ ସିଙ୍କୋପି (Neurally mediated syncope), ନିଉରୋକାର୍ଡ଼ିଓଜେନିକ ସିଙ୍କୋପି (neurocardiogenic syncope)[1][2]
Thumb
ଭେଗସ ସ୍ନାୟୁ (Vagus nerve)
ବିଭାଗସ୍ନାୟୁ ବିଜ୍ଞାନ (Neurology), ହୃତ୍‌ପିଣ୍ଡରକ୍ତ ବିଜ୍ଞାନ (cardiovascular)
ଲକ୍ଷଣଚେତନା ହାନୀ (Loss of consciousness) ହେବା ପୂର୍ବରୁ ଝାଳ ବୋହିବା, ଦୃଷ୍ଟିହାନୀ, କାନନାଦ [1][2]
ଅବଧିସ୍ୱଳ୍ପ ସମୟ[1]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ ନିର୍ଣ୍ଣୟ ଓ ଅନ୍ୟାନ୍ୟ ସମ୍ଭାବ୍ୟ କାରଣମାନଙ୍କୁ ବିଦାୟ କରିବା ପରେ ।[3]
ସଠିକ ରୋଗ ନିର୍ଣ୍ଣୟArrhythmia, orthostatic hypotension, seizure, hypoglycemia[1]
ଔଷଧମିଡୋଡ୍ରିନ (Midodrine), ଫ୍ଲୁଡ୍ରୋକର୍ଟିଜୋନ [4]
ଚିକିତ୍ସାଟ୍ରିଗରରୁ ଦୂରରେ ରହିବା, ଯଥେଷ୍ଟ ପାଣି ପିଇବା, ବ୍ୟାୟାମ, କାର୍ଡ଼ିଆକ ପେସମେକର (cardiac pacemaker)[2]
ପୁନଃପୌନିକ> ବର୍ଷକୁ ଏକ ହଜାର ଲୋକରେ ଜଣେ [1]
Close

ରିଫ୍ଲେକ୍ସ ସିଙ୍କୋପି ରୋଗ ତିନି ପ୍ରକାର ଦେଖାଯାଏ ଯଥା:- ଭସୋଭାଗାଲ, କ୍ୟାରୋଟିଡ ସାଇନସ ଓ ସିଚୁଏସନାଲ । [2] ରକ୍ତ ଦେଖିଲେ, ଯନ୍ତ୍ରଣା ହେଲେ, ଭାବୁକ ଅବସ୍ଥା ହେଲେ ବା ଅନେକ ସମୟ ଧରି ଠିଆ ହୋଇ ରହିଲେ ଭାସୋଭାଗାଲ ଧରଣର ରିଫ୍ଲେକ୍ସ ସିଙ୍କୋପି ହୁଏ ।[5] ମୁତ୍ର ତ୍ୟାଗ, ଗିଳିବା ଓ କାଶିବା ସମୟରେ ସିଚୁଏସନାଲ ସିଙ୍କୋପି ହୁଏ ।[2] ବେକରେ ଥିବା କ୍ୟାରୋଟିଡ ସାଇନସକୁ ଚିପି ଧରିଲେ କ୍ୟାରୋଟିଡ ସାଇନସ ସିଙ୍କୋପି ହୁଏ ।[2] ଏହି ରୋଗରେ ସ୍ନାୟୁ ମଣ୍ଡଳ ଯୋଗୁ ହୃଦ୍ ଗତି ହାର କମିଯାଏ ଓ ରକ୍ତନଳୀ ଫୁଲିଯିବା ଯୋଗୁ ନିମ୍ନ ରକ୍ତ ଚାପ ସୃଷ୍ଟି ହୋଇ ଯଥେଷ୍ଟ ରକ୍ତ ମସ୍ତିଷ୍କ‌କୁ ଯାଇପାରେ ନାହିଁ ।[2] ସମ୍ଭାବ୍ୟ କାରଣମାନଙ୍କୁ ଦୁରେଇ ଦେବା ପରେ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[3]

କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ଏ ରୋଗ ଉପଶମ ହୋଇଯାଏ । [2] ଏହି ରୋଗର ଟ୍ରିଗରମାନଙ୍କଠାରୁ ଦୂରେଇ ରହିବା ବିଧେୟ ।[2] ଯଥେଷ୍ଟ ତରଳ ପଦାର୍ଥ, ଲବଣ ଓ ବ୍ୟାୟାମ କରିବା ଉପକାରୀ ହୁଏ ।[2][4] ଭାସୋଭାଗାଲ ସିଙ୍କୋପିରେ ଏହା ଯଥେଷ୍ଟ ନହେଲେ ମିଡୋଡ୍ରିନ (Midodrine) ବା ଫ୍ଲୁଡ୍ରୋକର୍ଟିଜୋନ ଦିଆଯାଏ ।[4] କ୍ୱଚିତ ଏକ କାର୍ଡ଼ିଆକ ପେସମେକର (cardiac pacemaker) ଆବଶ୍ୟକ ହୁଏ ।[2] ବର୍ଷକୁ ୧,୦୦୦ ଲୋକରେ ଜଣେ ରିଫ୍ଲେକ୍ସ ସିଙ୍କୋପି ରୋଗରେ ଆକ୍ରାନ୍ତ ହୁଏ ।[1] ସମସ୍ତ ସିଙ୍କୋପି (syncope) ରୋଗ ମଧ୍ୟରୁ ୫୦% ଏହି ରିଫ୍ଲେକ୍ସ ସିଙ୍କୋପି ରୋଗ ଓ ଏହା ଏକ ସାଧାରଣ ରୋଗ । [2]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.