ଏକ ପ୍ରକାର ରୋଗ ଯେଉଁଥିରେ ମଣିଷର ନାକ ଗୋଲାକାର ଓ ବଡ଼ ହୋଇଯାଏ । ନାକ ଉପରେ ଛୋଟ ଛୋଟ ଫୁଲା ଓ ଗାତ ଦେଖାଯାଏ, ଚର୍ମ ଲ From Wikipedia, the free encyclopedia
ରାଇନୋଫାଇମା ହେଉଛି ଏକ ପ୍ରକାର ରୋଗ ଯେଉଁଥିରେ ମଣିଷର ନାକ ଗୋଲାକାର ଓ ବଡ଼ ହୋଇଯାଏ ।[1] [2] ନାକ ଉପରେ ଛୋଟ ଛୋଟ ଫୁଲା ଓ ଗାତ ଦେଖାଯାଏ, ଚର୍ମ ଲାଲ ହୋଇପାରେ, ରକ୍ତନଳୀ ଦୃଶ୍ୟମାନ ହୋଇପାରେ ।[1] ଏହାଦ୍ୱାରା ମାନସିକ ଚାପ ସୃଷ୍ଟି ହୁଏ ଏବଂ ନାକରୁ ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ ।[3] ନାକ ବ୍ୟତୀତ ଥୋଡ଼ି, କାନ, ଆଖିପତା ଏବଂ କପାଳ ମଧ୍ୟ ସମାନ ଭାବରେ ପ୍ରଭାବିତ ହୋଇପାରେ ।[1]
Rhinophyma | |
---|---|
ବିଭାଗ | Dermatology, ENT surgery |
ଲକ୍ଷଣ | Enlarged and bulbous nose[1][2] |
ଆକ୍ରାନ୍ତ ସମୟ | Older males[3] |
କାରଣ | Unclear[1] |
ବିପଦ କାରକ | Rosacea[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Examination[3] |
ସଠିକ ରୋଗ ନିର୍ଣ୍ଣୟ | Basal cell cancer, sarcoidosis, lymphoma, leishmaniasis[3] |
ଔଷଧ | Metronidazole, azelaic acid, tetracycline antibiotics, isotretinoin[1] |
ଚିକିତ୍ସା | Medications, procedures[1] |
ପୁନଃପୌନିକ | 0.1%[4] |
ଏହି ରୋଗର କାରଣ ସ୍ପଷ୍ଟ ହୋଇନାହିଁ ।[1] ସାଧାରଣତଃ ଏହା ରୋଜେସିଆ ରୋଗର ଜଟିଳତା ଭାବରେ ଘଟିଥାଏ, ଯଦିଓ ବ୍ରଣ ପରେ ମଧ୍ୟ ହୋଇପାରେ ।[3] [1] ଏହା ଭୁଲ୍ ବଶତ ମଦ୍ୟପାନ ସହିତ ଲିଙ୍କ୍ ହୋଇଛି ।[2] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ସେବାସେଅସ ଗ୍ରନ୍ଥି ଏବଂ ସଂଯୋଜକ ତନ୍ତୁ ବୃଦ୍ଧି ସହିତ ଜଡିତ ।[3] ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ।[3]
ଏହାର ଚିକିତ୍ସାରେ ମେଟ୍ରୋନିଡାଜୋଲ କିମ୍ବା ଆଜେଲାଇକ୍ ଏସିଡ୍ ପରି କ୍ରିମ୍ ବ୍ୟବହାର କରାହୋଇପାରେ; ଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ୍ କିମ୍ବା ପାଟିରେ ଆଇସୋଟ୍ରେଟିନୋଏନ୍ ଦିଆଯାଇପାରେ ।[1] କ୍ରାୟୋଥେରାପି, ଡର୍ମାବ୍ରେସନ୍, ଏବଂ ଲେଜର ଥେରାପି ଭଳି ଅନେକ ପଦ୍ଧତି ବ୍ୟବହାର କରାଯାଇପାରେ ।[1] ଏହି ପ୍ରଣାଳୀଗୁଡ଼ିକ ସାହାଯ୍ୟରେ ଅତି କମରେ ସ୍ୱଳ୍ପ ମିଆଦି ଉପକାର ମିଳିଥାଏ ।[3] ରାଇନୋଫାଇମା ମଧ୍ୟରେ ବାସାଲ୍ କୋଷ କର୍କଟ ହୋଇପାରେ। [1]
ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ରୋଗରେ ପ୍ରାୟ ୦.୧% ଲୋକ ପ୍ରଭାବିତ ହୋଇଛନ୍ତି ।[4] ୫୦ ବର୍ଷରୁ ଅଧିକ ଧଳା ପୁରୁଷଙ୍କଠାରେ (ଗୋରା ଲୋକ) ଏହି ଅବସ୍ଥା ଅଧିକ ଦେଖାଯାଏ [3] ଏସିଆ ଲୋକ ଏବଂ ଆଫ୍ରିକୀୟମାନଙ୍କଠାରେ ଏହା ଏକ ଅଭାବନୀୟ ଘଟଣା। [3] ୧୪୦୦ ମସିହା ପରଠାରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି ।[3] ଏହାକୁ ହୁଇସ୍କି ନାକ, ଜିନ ବ୍ଲୋସୋମ ଓ ଆଳୁ ନାକ ମଧ୍ୟ କୁହାଯାଏ ।[3] ବାରମ୍ବାର ଏହି ଅବସ୍ଥା କଳଙ୍କ ସହିତ ଜଡିତ ଥାଏ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.