ଓଡ଼ିଆ ସାହିତ୍ୟିକ From Wikipedia, the free encyclopedia
ରଣଜିତ ପଟ୍ଟନାୟକ (୨୦ ମାର୍ଚ୍ଚ ୧୯୫୭ - ୧୦ ଅଗଷ୍ଟ ୨୦୨୨) ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଥିଲେ ।[1][2][3] ନାଟକ ବ୍ୟତୀତ ସେ କବିତା ଓ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ମଧ୍ୟ ଲେଖନି ଚାଳନା କରିଥିଲେ । ନାଟକ ରଚନା ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ସଂଳାପ ଓ ଗୀତ ରଚନା ମଧ୍ୟ କରିଥିଲେ। ସେ ଆକାଶବାଣୀ କଟକ ଓ ଦୂରଦର୍ଶନରେ ଜଣେ ସ୍ୱୀକୃତିପ୍ରାପ୍ତ ଅଭିନେତା ଥିଲେ। ସେ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ । ସେ କଳିଙ୍ଗ ଷ୍ଟୁଡିଓର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ରଣଜିତ ପଟ୍ଟନାୟକ | |
---|---|
ଜନ୍ମ | ରାଜାସମ୍ବର, ପଦ୍ମପୁର, ବରଗଡ଼ | ୨୦ ମାର୍ଚ୍ଚ ୧୯୫୭
ମୃତ୍ୟୁ | ୧୦ ଅଗଷ୍ଟ ୨୦୨୨ ୬୫) | (ବୟସ
ଜାତୀୟତା | ଭାରତୀୟ |
ଶିକ୍ଷା | ଏମଫିଲ (ଇତିହାସ) |
ଶିକ୍ଷାନୁଷ୍ଠାନ | ସମ୍ବଲପୁର ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ |
ବୈବାହିକ-ସାଥୀ | ଦିପ୍ତୀ |
ସନ୍ତାନ | ନିରବ |
ପିତାମାତା(s) | ଜଗନ୍ନାଥ ପଟ୍ଟନାୟକ, ହେମଲତା ପଟ୍ଟନାୟକ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ରଣଜିତ ୧୯୫୭ ମସିହାରେ ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳସ୍ଥ ରାଜାସମ୍ବରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାପିତାଙ୍କ ନାମ ହେମଲତା ପଟ୍ଟନାୟକ ଓ ଜଗନ୍ନାଥ ପଟ୍ଟନାୟକ । ସେ ଝାରସୁଗୁଡ଼ା ଓ ରାଉରକେଲାରୁ ନିଜ ଶିକ୍ଷାଗ୍ରହଣ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଇତିହାସରେ ସ୍ନାତକୋତ୍ତର ଓ ଏମଫିଲ କରିଥିଲେ ।[4] ୧୯୮୦ ମସିହାରେ ସେ କାନାର ବ୍ୟାଙ୍କରେ ଚାକିରୀ ଆରମ୍ଭ କରି ୨୦୧୭ରେ ସେଠାରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଧର୍ମପତ୍ନୀଙ୍କ ନାମ ଦିପ୍ତୀ ଓ ପୁଅର ନାମ ନିରବ ।
୨୦୨୨ ମସିହା ଅଗଷ୍ଟ ୧୦ ତାରିଖରେ ତାଙ୍କର କଟକସ୍ଥିତ ବାସଭବନଠାରେ ପରଲୋକ ଘଟିଥିଲା । [5]
ତାଙ୍କଦ୍ୱାରା ରଚିତ ପ୍ରକାଶିତ ଓ ଅପ୍ରକାଶିତ ନାଟକ ଗୁଡ଼ିକ ମଧ୍ୟରୁ କିଛି:
ସେ ୩୨ଟିରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ସେଥିମଧ୍ୟରୁ କିଛି:
ସେ ଅଭିନୟ କରିଥିବା ୨୫ଟିରୁ ଅଧିକ ନାଟକ ମଧ୍ୟରୁ କିଛି:
ରଣଜିତ ପଟ୍ଟନାୟକ ୨୦୨୨ ମସିହାର ଅଗଷ୍ଟ ୧୦ ତାରିଖରେ ମୃତ୍ୟବରଣ କରିଥିଲେ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.