From Wikipedia, the free encyclopedia
ଯମୁନା ଟୁଡୁ, ଜଣେ ପରିବେଶବିତ । ଓଡ଼ିଶାରେ ଜନ୍ମିତ ଯମୁନା ନିଜ ଶାଶୁଘର ଝାଡ଼ଖଣ୍ଡରେ[1] ବନ ସଂରକ୍ଷଣ ଦିଗରେ କରିଥିବା କାର୍ଯ୍ୟ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲେ ।[2]
ଯମୁନା ନିଜର ୫ଜଣ ସାଥୀ ମହିଳାଙ୍କୁ ନେଇ "ବନ ସୁରକ୍ଷା ସମିତୀ" ଗଠନକରି ନିଜ ଗ୍ରାମରେ ଥିବା ଜଙ୍ଗଲରୁ ଗଛ କଟା ବନ୍ଦ କରିଥିଲେ । କ୍ରମେ ଏହି କାର୍ଯ୍ୟକ୍ରମ ତାଙ୍କ ଗ୍ରାମରୁ, ପଞ୍ଚାୟତ, ଜିଲ୍ଲା ଓ ସମଗ୍ର ଝାଡ଼ଖଣ୍ଡ ରାଜ୍ୟକୁ ପ୍ରସାରିତ ହୋଇଥିଲା ।[3][4][5][6][7]
୨୦୧୭ ମସିହାରେ ଯମୁନା "ୱମେନ ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ" ପୁରସ୍କାର ଲାଭ କରିଥିଲେ । ୨୦୧୯ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ । ୨୦୧୪ରେ ତାଙ୍କୁ "ଗଡ଼ଫ୍ରେ ଫିଲିପ୍ସ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[8] ଝାଡ଼ଖଣ୍ଡ ରାଜ୍ୟରେ ସେ "ଲେଡି ଟାର୍ଜନ", ବନଦେବୀ ଓ ବନମା ଭାବରେ ପରିଚିତ । ୨୦୨୦ରେ ଯମୁନା ଓ ଚାମି ମୁର୍ମୁ ଏକାଠି ହୋଇଥିଲେ ଝାଡ଼ଖଣ୍ଡର ଜଙ୍ଗଲକୁ ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ । ଚାମିଙ୍କ ଅନୁଷ୍ଠାନରେ ୩୦୦୦ ମହିଳା କାମ କରନ୍ତି ଓ ଜଙ୍ଗଲ ସୁରକ୍ଷା ଦିଗରେ ସେମାନେ କାମ କରନ୍ତି ।[9]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ କି ବାତ କାର୍ଯ୍ୟକ୍ରମରେ ଯମୁନାଙ୍କ କାମକୁ ସ୍ୱୀକାର ଓ ପ୍ରଶଂସା କରିଥିଲେ । ୧୦୦୦୦ ମହିଳାଙ୍କୁ ଏକାଠି କରି, ଯମୁନା ୫୦ ହେକ୍ଟର ଜଙ୍ଗଲକୁ ସୁରକ୍ଷିତ କରି ପାରିଛନ୍ତି ବୋଲି ମୋଦୀ କହିଥିଲେ । ବର୍ତ୍ତମାନ, ସେ ଅଞ୍ଚଳରେ ଝିଅଟିଏ ଜନ୍ମହେଲେ, ସେମାନେ ୧୮ଟି ଗଛ ଲଗାଉଛନ୍ତି ଓ ଝିଅଟିଏ ବିବାହ କଲେ ୧୦ଟି ଗଛ ଲଗାଉଛନ୍ତି ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.