From Wikipedia, the free encyclopedia
ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ, ବା ମେସେଣ୍ଟେରିକ ରକ୍ତନଳୀ ରୋଗ, ଏକ ବେମାରୀ ଯେଉଁଥିରେ କ୍ଷୁଦ୍ରାନ୍ତ୍ରକୁ ରକ୍ତ ସରବରାହ କମିଯାଇଥିଏ । [୧] ଏହି ରୋଗ ହଠାତ ହେଲେ ଆକ୍ୟୁଟ ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ ଓ ସମୟକ୍ରମେ ହେଲେ କ୍ରନିକ ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ ନାମ ଦିଆଯାଏ । [୨] ଆକ୍ୟୁଟ ରୋଗରେ ହଠାତ ତୀବ୍ର ଯନ୍ତ୍ରଣା ଆରମ୍ଭ ହୁଏ । [୨] କ୍ରନିକ ରୋଗ ଥାଇ ଆକ୍ୟୁଟ ରୋଗ ହେଲେ ଧୀରେ ଲକ୍ଷଣ ଆସେ । [୧] କ୍ରନିକ ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ ରୋଗର ଲକ୍ଷଣ: ଖାଇବା ପରେ ପେଟ ଯନ୍ତ୍ରଣା, ଅନିଚ୍ଛାକୃତ ଓଜନ ହ୍ରାସ, ବାନ୍ତି ଓ ଖାଇବାକୁ ଭୟ ଲାଗେ । [୧][୨]
ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | gastroenterology[*], general surgery[*], vascular surgery[*] |
ଆଇସିଡ଼ି-୧୦ | K55.9 |
ଆଇସିଡ଼ି-୯-ସିଏମ୍ | 557.9 |
ରୋଗ ଡାଟାବେସ | 29034 |
ମେଡ଼ିସିନ-ପ୍ଲସ | 001156 |
ଇ-ମେଡ଼ିସିନ | radio/2726 |
ଏହି ରୋଗର ସସଙ୍କଟପ୍ରଦ ଅବସ୍ଥାମାନଙ୍କର ନାମ: ଆଟ୍ରିଆଲ ଫିବ୍ରିଲେସନ, ହୃଦ୍ପାତ, କ୍ରନିକ ବୃକ୍କ ଫେଲ, ରକ୍ତ ଜମାଟ ପ୍ରବୃତ୍ତି ଓ ପୂର୍ବରୁ ଥିବା ହୃଦ୍ଘାତ । [୧] ଚାରି ପ୍ରଣାଳୀରେ ରକ୍ତ ସରବରାହ କମିଯାଏ: ଧମନୀ ଏମ୍ବୋଲିଜ୍ମ, ଧମନୀ ଥ୍ରୋମ୍ବୋସିସ, ମେସେଣ୍ଟେରିକ ଶୀରାରେ ରକ୍ତଜମାଟ ଓ ନିମ୍ନ ରକ୍ତଚାପ ତଥା ଧମନୀ ସଙ୍କୋଚନ କାରଣରୁ ସ୍ୱଳ୍ପ ରକ୍ତପ୍ରବାହ । [୩][୪] କ୍ରନିକ ରୋଗ ହେଉଛି ଆକ୍ୟୁଟ ରୋଗର ଏକ ସଙ୍କଟପ୍ରଦ ଅବସ୍ଥା । [୫] ରୋଗ ନିର୍ଣ୍ଣୟର ସର୍ବୋତ୍ତମ ଉପାୟ ହେଉଛି ଆଞ୍ଜିଓଗ୍ରାଫି ଓ କମ୍ପ୍ୟୁଟର ଟୋମୋଗ୍ରାଫି । [୨]
ଧମନୀ ସରୁ ଥିଲେ ଇଣ୍ଟରଭେନସନାଲ ରେଡିଓଲୋଜି ସାହାଯ୍ୟରେ ସ୍ଟେଣ୍ଟିଙ୍ଗ କରାଯାଏ ଓ ରକ୍ତ ଜମାଟ ଥିଲେ ଥ୍ରୋମ୍ବୋଲାଇକ ଔଷଧ ଦେଇ ଜମାଟ ଭଙ୍ଗାଯାଏ । [୨] ଖୋଲା ଅପରେଶନ କରି ବାଧା ସୃଷ୍ଟିକାରୀ ପଦାର୍ଥକୁ କାଢ଼ିଦିଆଯାଏ ବା ବାଇପାସ ଅପରେଶନ କରାଯାଏ ବା ମୃତ ଅନ୍ତନଳୀକୁ କାଢ଼ିଦିଆଯାଏ । [୧] ଶୀଘ୍ର ଚିକିତ୍ସା ନ କଲେ ଫଳ ଅତ ଖରାପ ହୁଏ । [୨] ଚିକିତ୍ସା ସତ୍ତ୍ୱେ ମୃତ୍ୟୁ ସଙ୍କଟ ପ୍ରାୟ ୭୦ %ରୁ ୯୦ % ରହେ । [୩] କ୍ରନିକ ରୋଗ ଥିଲେ ବାଇପାସ ଅପରେଶନ ପସନ୍ଦ କରାଯାଏ । [୨] ଶୀରାରେ ଥ୍ରୋମ୍ବୋସିସ ଥିଲେ ଆଣ୍ଟିକୋଆଗୁଲେସନ ନିମନ୍ତେ ହେପାରିନ ଓ ୱାରଫାରିନ ଦିଆଯାଏ, କିଛି ଉନ୍ନତି ନ ହେଲେ ଅପରେଶନ କରାଯାଏ । [୧][୬]
ବିକଶିତ ଦେଶମାନଙ୍କରେ ପ୍ରତି ଏକ ଲକ୍ଷ ଲୋକରେ ୫ ଜଣକୁ ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ ରୋଗ ହୁଏ । [୭] କ୍ରନିକ ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ ରୋଗ ପ୍ରତି ଏକ ଲକ୍ଷ ଲୋକରେ ଜଣକୁ ହୁଏ । [୮] ଅଧିକାଂଶ ରୋଗୀ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକ । [୩] ସମାନ ବୟସରେ ପୁରୁଷ ଓ ମହିଲା ରୋଗୀ ସଂଖ୍ୟା ସମାନ ଥାଏ । [୩] ସନ ୧୮୯୫ରେ ଏହି ରୋଗର ପ୍ରଥମେ ବର୍ଣ୍ଣନା କରାଯାଇଥିଲା । [୨]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.