From Wikipedia, the free encyclopedia
ବ୍ରାଡିରାଇଜୋବିଅମ ଜାପୋନିକମ ହେଉଛି ଏକ ଯବକ୍ଷାରଜାନ ବିବନ୍ଧକ, ଲେଗ୍ଯୁମ ମୂଳ-ଗଣ୍ଠିକାରୀ,ସହଜୀବୀ ଅଣୁଜୀବ । ଅନେକ ଗ୍ରାମ୍-ବିରୋଧୀ, ଦଣ୍ଡାକୃତି ବ୍ଯାକ୍ଟେରୀଆ, ରାଇଜୋବୀୟମାନଙ୍କ ମଧ୍ଯରୁ ଗୋଟିଏ ।[ଆଧାର ଲୋଡ଼ା] ସେହି ବଡ଼ ବିଭାଗରେ ଥିବା ତିନୋଟି ଗ୍ରୁପ ମଧ୍ଯରୁ ଏହା ହୋମୋଲୋଗି ଗ୍ରୁପ IIର ସଦସ୍ଯ ।[1]
ବ୍ରାଡିରାଇଜୋବିଅମ ଜାପୋନିକମ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | ବ୍ଯାକ୍ଟେରୀଆ |
ପର୍ବ: | ପ୍ରୋଟିଓବ୍ଯାକ୍ଟେରିଆ |
ଶ୍ରେଣୀ: | ଆଲ୍ଫାପ୍ରୋଟିଓବ୍ଯାକ୍ଟେରିଆ |
ବର୍ଗ: | ରାଇଜୋବିଏଲ |
କୁଳ: | ବ୍ରାଡିରାଇଜୋବିଆସି |
ପ୍ରଜାତି: | ବ୍ରାଡିରାଇଜୋବିଅମ |
ଜାତି: | ବ ଜାପୋନିକମ |
ବାଇନୋମିଆଲ ନାମ | |
ବ ଜାପୋନିକମ | |
ବ୍ରା. ଜାପୋନିକମ ଫସଲ ବଢାଇବା ପାଇଁ ଫସଲରେ ବୁଣି ଦିଆଯାଏ ।[2] ମୁଖ୍ଯତଃ ସେହି ଅଞ୍ଚଳମାନଙ୍କରେ ଯେଉଁଠାରେ ଏହି ବୀଜାଣୁଟି ଜନ୍ମଜ ନୁହେଁ ।[3] ଏକ ଶର୍କରା ଦ୍ରବଣର ବ୍ଯବହାରଦ୍ୱାରା ଇନୋକ୍ଯୁଲକଟିକୁ ମଞ୍ଜି ସହ ଲଗେଇ ଦିଆଯାଏ ।[4]
୧୯୫୬ ମସିହାରୁ ବ୍ରା. ଜାପୋନିକମର ଏକ ଜନ୍ଯ, USDA110, ଗବେଷଣା ପାଇଁ ଆଦର୍ଶ ଜୀବ ଭାବରେ ବ୍ଯବହାର କରାଯାଉଛି । ଆଣବିକ ଜିନୀୟଶାସ୍ତ୍ର, ଉଦ୍ଭିଦ ଫିଜିଓଶାସ୍ତ୍ର ଏବଂ ଉଦ୍ଭିଦ ଇକୋଶାସ୍ତ୍ର ପାଇଁ ଏହାକୁ ବହୁଳ ବ୍ଯବହାର କରାଯାଉଛି । କାରଣ ଅନ୍ୟ ରାଇଜୋବୀୟ ତୁଳନାରେ ଏହାର ସହଜୀବୀ ଯବକ୍ଷାରଜାନ ବିବନ୍ଧନ ପ୍ରକ୍ରିୟା ସର୍ବାଧିକ । ଏହାର ସମ୍ପୂର୍ଣ୍ଣ ଜେନୋମକୁ ୨୦୦୨ ମସିହାରେ ଅନୁକ୍ରମଣ କରାଯାଇଥିଲା । ସେଥିରୁ ଜଣାଗଲା ଯେ ଏହାର ଗୋଟିଏ ଚକ୍ରାକାର ଗୁଣସୂତ୍ର ରହିଛି ଯେଉଁଥିରେ ୯୧,୦୫,୮୨୮ଟି ବେସଯୋଡା ରହିଛି ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.