From Wikipedia, the free encyclopedia
ବେଦାଙ୍ଗଦାସ ମହାନ୍ତି ଜଣେ ଓଡ଼ିଆ ଓ ପ୍ରଫେସର । ସେ ଓଡ଼ିଶାର ଭୁବନେଶ୍ୱରରେ ଥିବା ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନଠାରେ ପ୍ରାକୃତିକ ବିଜ୍ଞାନ ବିଭାଗର ପ୍ରଫେସର । ୨୦୧୫ରେ ପ୍ରାକୃତିକ ବିଜ୍ଞାନ ପାଇଁ ଭାରତର ସର୍ବୋଚ୍ଚ ପୁରସ୍କାର "ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର" ବିଜେତା ।[1] [2] [3] ଦାସ ଏକ୍ସପେରିମେଣ୍ଟାଲ ହାଇ ଏନର୍ଜି ଫିଜିକ୍ସ (experimental high energy physics) ଉପରେ ଗବେଷଣା କରୁଛନ୍ତି । ତାଙ୍କର ଅନ୍ୟାନ୍ୟ ଗବେଷଣା କ୍ୱାଣ୍ଟମ ମେକାନିକ୍ସ ଓ ଆପେକ୍ଷିକତା ଆଦି ବିଷୟରେ ।[4]
ବେଦାଙ୍ଗଦାସ ମହାନ୍ତି | |
---|---|
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ପୁରସ୍କାର | "୨୦୧୫ ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର" (ପ୍ରାକୃତିକ ବିଜ୍ଞାନ) |
ବିଜ୍ଞାନୀ ଜୀବନ | |
କର୍ମାନୁଷ୍ଠାନ | ଭାରତୀୟ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ୱର (ପିଏଚଡ଼ି, ୨୦୦୨) |
ବେଦାଙ୍ଗଦାସ ମହାନ୍ତି ଓଡ଼ିଶାରେ ଜନ୍ମ ନେଇଥିଲେ ।
ଦାସ ଭୁବନେଶ୍ୱରର ଭାରତୀୟ ପଦାର୍ଥ ବିଜ୍ଞାନ ଅନୁଷ୍ଠାନରୁ ୨୦୦୨ ମସିହାରେ ପିଏଚଡ଼ି ସମ୍ମାନ ଲାଭ କରିଥିଲେ । ସେ କଲିକତାର ଭେରିଅବଲ ଏନର୍ଜି ସେଣ୍ଟରଠାରେ ୨୦୦୨ରୁ ୨୦୦୩ ମଧ୍ୟରେ ଡିଏଇ କେଏସ କୃଷ୍ଣନ ଫେଲୋ ଭାବେ କାମ କରୁଥିଲେ । ପରେ ୨୦୦୪ରୁ ୨୦୧୨ ଯାଏ ସେ ସେଠାରେ ସାଇଣ୍ଟିଫିକ ଅଫିସର ଭାବେ କାମ କରୁଥିଲେ । ୨୦୦୬ରୁ ୨୦୦୭ ଭିତରେ ସେ ଆମେରିକାର ଲରେନ୍ସ ବର୍କଲି ନ୍ୟାସନାଲ ଲାବୋରୋଟୋରିଠାରେ ପୋଷ୍ଟ-ଡକ୍ଟରାଲ ଫେଲୋ ଭାବେ କାମ କରୁଥିଲେ ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.