ମାଇକୋବ୍ୟାକ୍ଟେରିଅମ ଅଲସରାନ୍ସ ଜୀବାଣୁଦ୍ୱାରା ଏହି ରୋଗ ହୁଏ ।. From Wikipedia, the free encyclopedia
ବୁରୁଲି ଘାଆ ଅନ୍ୟ ନାମରେ ଜଣାଶୁଣା ଯଥା ବେର୍ନସଡେଲ ଘାଆ (Bairnsdale ulcer), ସର୍ଲ ଘାଆ (Searls ulcer) କିମ୍ବା ଡେନ୍ଟ୍ରି ଘାଆ (Daintree ulcer)[1][2][3]) ଏକ ସଂକ୍ରମଣକାରୀ ରୋଗ ଯାହା ମାଇକୋବ୍ୟାକ୍ଟେରିଅମ ଅଲସରାନ୍ସ (Mycobacterium ulcerans) ଜୀବାଣୁଦ୍ୱାରା ହୁଏ ।[4] ପ୍ରାରମ୍ଭ କାଳରେ ଏହା ଏକ ନୋଡ୍ୟୁଲ ବା ଆବୁ ବା ଏକ ଫୁଲିଥିବା ସ୍ଥାନ ଆକାରରେ ବାହାରେ ।[4] ଏହି ଆବୁ ଏକ ଘାଆରେ ପରିବର୍ତ୍ତିତ ହୁଏ ।[4] ଚର୍ମରେ ଦେଖାଯାଉଥିବା ଘାଆ ଅପେକ୍ଷା ଭିତରେ ଏହା ଅଧିକ ବଡ଼ ଥାଏ [5] ଓ ଏହା ଚାରିପଟ ଫୁଲିଥାଏ ।[5] ରୋଗ ବଢ଼ିଗଲେ ହାଡ଼ ସଂକ୍ରମିତ ହୋଇପାରେ । [4] ଏହି ଘାଆ ସାଧାରଣତଃ ବାହୁ ଓ ଗୋଡ଼କୁ ସଂକ୍ରମଣ କରେ;[4] ଓ ଏଥିରେ ଜ୍ୱର ହୁଏ । [4]
ବୁରୁଲି ଘାଆ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | A31.1 (ILDS A31.120) |
ଆଇସିଡ଼ି-୯-ସିଏମ୍ | 031.1 |
ରୋଗ ଡାଟାବେସ | 8568 |
Patient UK | ବୁରୁଲି ଘାଆ |
MeSH | D009165 |
ମାଇକୋବ୍ୟାକ୍ଟେରିଅମ ଅଲସରାନ୍ସ ଏକ ବିଷାକ୍ତ ପଦାର୍ଥ ମାଇକୋଲାକ୍ଟୋନ୍ (mycolactone) ପରିତ୍ୟାଗ କରେ ଯାହା ଦେହର ପ୍ରତିରୋଧ ଶକ୍ତି କମେଇଦେବା ଫଳରେ ଅସମୟ ତନ୍ତୁ ମୃତ୍ୟୁ ହୁଏ ।[4] ଏହି ଜୀବାଣୁ ମାଇକୋବାକ୍ଟେରିଅମ ଦଳର ଅନ୍ତର୍ଭୁକ୍ତ ଯେଉ ଦଳର ଜୀବାଣୁ ଯକ୍ଷ୍ମା ଓ କୁଷ୍ଠ ରୋଗ କରାନ୍ତି । [4] ଏହି ରୋଗ ବ୍ୟାପିବା ପ୍ରଣାଳୀ ଜଣାଯାଇନାହିଁ । [4] ଏହା ବ୍ୟାପିବାରେ ଜଳ ଉତ୍ସର ଏକ ଭୂମିକା ଥାଇପାରେ । [5] ୨୦୧୩ ମସିହା ସୁଦ୍ଧା ଏହି ରୋଗ ନିମନ୍ତେ କୌଣସି ଟିକା ବାହାରିନାହିଁ । [4][6]
ତୁରନ୍ତ ଚିକିତ୍ସାରେ ୮୦% ରୋଗୀଙ୍କୁ ୮ ସପ୍ତାହର ଆଣ୍ଟିବାୟୋଟିକ ପ୍ରଭାବଶାଳୀ ହୁଏ ।[4] ସ୍ଟ୍ରେପ୍ଟୋପମାଇସିନ ବଦଳରେ ବେଳେ ବେଳେ କ୍ଲାରିଥ୍ରୋମାଇସିନ କିମ୍ବା ମୋକ୍ସିଫ୍ଲୋକ୍ସାସିନ (moxifloxacin) ବ୍ୟବହାର କରାଯାଏ ।[4] ଅନ୍ୟ ଚିକିତ୍ସା କ୍ରମେ ଅପରେଶନ ଦରକାର ହୁଏ ।[4][7] ଶୁଖିଗଲା ପରେ ଗୋଟିଏ କ୍ଷତଦାଗ (ସ୍କାର) ରହିଯାଏ ।[6]
ଅଧିକାଂଶ ବୁରୁଲି ଘାଆ ସବ୍ ସାହାରା ଅନ୍ତର୍ଗତ କୋଟ ଡି ଇଭେର ସ୍ଥାନରେ ହୁଏ, କିନ୍ତୁ ଏହା ଏସିଆ, ପଶ୍ଚିମ ପାସିଫିକ ଓ ଆମେରିକାରେ ହୋଇପାରେ ।[4] ଏହା ୩୨ରୁ ଅଧିକ ଦେଶରେ ଦେଖାଯାଏ । [5] ପ୍ରତିବର୍ଷ ୫ରୁ ଛଅ ହଜାର ରୋଗୀ ହୁଅନ୍ତି । [4] ମାନବ ଅତିରିକ୍ତ ଅନେକ ପ୍ରକାରର ପଶୁଙ୍କୁ ମଧ୍ୟ ଏହି ରୋଗ ହୁଏ ।[4] ଆଲ୍ବର୍ଟ ରସ୍କିନ କୁକ (Albert Ruskin Cook) ୧୮୯୭ ମସିହାରେ ପ୍ରଥମେ ଏହି ରୋଗ ବର୍ଣ୍ଣନା କରିଥିଲେ । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.