From Wikipedia, the free encyclopedia
ବିଟା ବ୍ଲକର ( β- ବ୍ଲକର୍ସ ) ଏକ ଔଷଧ ଶ୍ରେଣୀ ଯାହା ମୁଖ୍ୟତଃ ଅନିୟମିତ ହୃତ୍ ସ୍ପନ୍ଦନ, ଇସକେମିକ ହୃତ୍ପିଣ୍ଡ ରୋଗ ଏବଂ ହୃଦଘାତକୁ ପରିଚାଳନା କରିବା ପାଇଁ ବ୍ୟବହୃତ ହୁଏ ।[1] ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ସେଗୁଡିକ ମଧ୍ୟ ବ୍ୟବହୃତ ହୁଏ, ଯଦିଓ ଅଧିକାଂଶ ଲୋକଙ୍କ ପ୍ରାରମ୍ଭିକ ଚିକିତ୍ସା ପାଇଁ ଆଉ ପ୍ରଥମ ପସନ୍ଦ ନୁହେଁ । [1] [2] ଅନ୍ୟାନ୍ୟ ବ୍ୟବହାରରେ ଅତ୍ୟଧିକ ସଷ୍କ୍ରିୟ ଥାଇରଏଡ୍, ଏସେନସିଅଲ କମ୍ପନ, ଗ୍ଲୁକୋମା ଏବଂ ଅଧକପାଳି ଅନ୍ତର୍ଭୁକ୍ତ ହୋଇପାରେ | [3] ଏହି ଶ୍ରେଣୀର ସାଧାରଣ ଔଷଧମାନଙ୍କର ନାମ ଆଟେନୋଲଲ୍, ବିସୋପ୍ରୋଲ୍, କାର୍ଭେଡିଲୋଲ୍ ଏବଂ ମେଟୋପ୍ରୋଲଲ୍ ଅନ୍ତର୍ଭୁକ୍ତ ଅଟନ୍ତି । [1] [4] ସେଗୁଡିକ ପାଟିରେ ଦିଆଯାଇପାରେ, ଶିରାଭ୍ୟନ୍ତରେ ଦିଆଯାଇପାରେ କିମ୍ବା ଆଖି ବୁନ୍ଦା ଭାବରେ ବ୍ୟବହାର କରାଯାଇପାରେ । [3]
Beta blockers | |
---|---|
Drug class | |
Class identifiers | |
Synonyms | Beta-blocker, β-blockers, beta-adrenergic blocking agents, beta antagonists, beta-adrenergic antagonists, beta-adrenoreceptor antagonists, beta adrenergic receptor antagonists, BB |
Use | Abnormal heart rhythms, ischemic heart disease, heart failure, hypertension[1] |
Biological target | Beta receptors |
Clinical data | |
Drugs.com | Drug Classes |
WebMD | MedicineNet RxList |
In Wikidata |
ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା, ବାନ୍ତି, ଏବଂ ଯୌନ ସମସ୍ୟା ହୋଇପାରେ । [1] ସେମାନେ ଆଜ୍ମା, ନିମ୍ନ ରକ୍ତଚାପ ଏବଂ ହୃତ୍ପିଣ୍ଡ ଅବରୋଧ ଆଦି ଜଟିଳତା ସୃଷ୍ଟି କରିପାରନ୍ତି। [1] ଯକୃତ ଜନିତ ସମସ୍ୟା ଏବଂ ହୃଦଘାତ ଥିଲେ ଅଳ୍ପ ଔଷଧ ମାତ୍ରା ଆବଶ୍ୟକ ହୋଇପାରେ । [1] ସେମାନେ କେତେକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ ସହିତ ମଧ୍ୟ ପାରସ୍ପରିକ ସମ୍ପର୍କ କରିପାରନ୍ତି । [1] ବିଟା ବ୍ଲକରର ବିଷାକ୍ତତା ଫଳାଫଳର ଅଧିକ ବିପଦ ସହିତ ଜଡିତ ଥାଏ । [5]
ବିଟା ବ୍ଲକରଗୁଡିକ ଏପିନେଫ୍ରିନ (ଆଡ୍ରେନାଲିନ୍) ଏବଂ ନରଏପିନିଫ୍ରିନ (ନୋରାଡ୍ରେନାଲିନ୍) ସହିତ ସକ୍ରିୟ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଅନ୍ତି, ଏବଂ ସିମ୍ପାଥେଟିକ ସ୍ନାୟୁ ମଣ୍ଡଳୀ କ୍ରିୟା ହ୍ରାସ କରନ୍ତି । [6] କେତେକ ସମସ୍ତ ଆଡ୍ରେନେଜିକ୍ ରିସେପ୍ଟରଗୁଡ଼ିକର ସକ୍ରିୟତାକୁ ଅବରୋଧ କରୁଥିବାବେଳେ ଅନ୍ୟମାନେ β <sub id="mwRg">1</sub> - ରିସେପ୍ଟର ଚୟନ କରନ୍ତି । [6] β୧ - ରିସେପ୍ଟରଗୁଡ଼ିକ ମୁଖ୍ୟତଃ ହୃତ୍ପିଣ୍ଡ ଏବଂ ବୃକ୍କରେ ଅବସ୍ଥିତ । [3] [7] β<sub id="mwTw">୨-</sub> ରିସେପ୍ଟରଗୁଡ଼ିକ ରକ୍ତନଳୀରେ ଏବଂ ବାୟୁପଥରେ ଥିବା ଥିବା ସ୍ମୁଥ ମାଂସପେଶୀରେ ଅବସ୍ଥିତ ଥାଆନ୍ତି | [6] β <sub id="mwVQ">3</sub> - ରିସେପ୍ଟରଗୁଡ଼ିକ ଚର୍ବି କୋଷରେ ଅବସ୍ଥିତ । [3]
ପ୍ରଥମ ମେଡିକାଲ୍ ଉପଯୋଗୀ ବିଟା ବ୍ଲକର୍ ପ୍ରୋପ୍ରାନୋଲଲ୍ ୧୯୬୪ ମସିହାରେ ଜେମ୍ସ ବ୍ଲାକଦ୍ୱାରା ନିର୍ମିତ ହୋଇଥିଲା । [8] ବିଂଶ ଶତାବ୍ଦୀର ଫାର୍ମାକୋଲୋଜିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଭାବରେ ବିବେଚନା କରାଯାଏ । [9] ବହୁଳ ବ୍ୟବହୃତ ଔଷଧ ମଧ୍ୟରେ ବିଟା ବ୍ଲକର୍ ନାମ ଅଛି । [1] କେତେକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ । [1] ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିଦ୍ୱାରା କେତେକ ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ସେମାନଙ୍କର ବ୍ୟବହାର ନିଷେଧ କରାଯାଇଛି । [10] [11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.