From Wikipedia, the free encyclopedia
ବାମଣ୍ଡା ରାଜ୍ୟ ବା ବାମରା ରାଜ୍ୟ , ପୁରାତନ ବ୍ରିଟିଶ ଶାସନ ସମୟର ଏକ ରାଜକୀୟ ରାଜ୍ୟ । ଏହାର ଆୟତନ 5149 ବର୍ଗକିଲୋମିଟର ହେଇଥିବା ବେଳେ ଏହାର ରାଜଧାନୀ ଦେବଗଡଠାରେ ଥିଲା । ବମଣ୍ଡ ରାଜ୍ୟ 1948 ମସିହାରେ ଭାରତୀୟ ସଂଘରେ ସମ୍ମିଳିତ ହେଲା ।
Bamra State Bamanda State बामरा रियासत | |||||
Princely State of British India | |||||
| |||||
Bamra State in the Imperial Gazetteer of India | |||||
History | |||||
• | Established | 1545 | |||
• | Accession to the Union of India | 1948 | |||
Area | |||||
• | 1901 | ୫,୧୪୯ km2 (୧,୯୮୮ sq mi) | |||
Population | |||||
• | 1901 | ୧,୨୩,୩୭୮ | |||
Density | ୨୪ /km2 (୬୨.୧ /sq mi) | ||||
Rajput Provinces of India - Bamra (Princely State) |
ବାମଣ୍ଡା ରାଜ୍ୟ ମହାନଦୀ ଉପତ୍ୟକା ଓ ଛୋଟନାଗପୁର ମାଳଭୂମି ରେ ପାର୍ବତ୍ଯ ଇଲାକାରେ ଏହି ରାଜ୍ୟ ଅବସ୍ଥିତ । ଏହାର ଅଧିକାଂଶ ଅଞ୍ଚଳ ଅରଣ୍ୟରେ ପୂର୍ଣା ରହି କାଠ ଓ କାଖ ଉତ୍ପାଦନ କରୁଥିବା ବେଳେ ଏହି ଅଞ୍ଚଳ ଲୌହ ଖଣିଜ ଦ୍ରବ୍ଯଦ୍ୱାରା ପରିପୂର୍ଣ । ଏହି ଅଞ୍ଚଳର ମୁଖ୍ୟ ନଦୀ ବ୍ରାହ୍ମଣୀ । 1905 ମସିହାରେ ଏହି ରାଜ୍ୟ ଏକଦା କେନ୍ଦ୍ରୀୟ ପ୍ରଭିନ୍ସ ଅଧୀନରୁ ବଙ୍ଗକୁ ଦିଆ ଯାଇଥିବା 5ଟି କରଡା ରାଜ୍ୟ ଭିତରୁ ଗୋଟିଏ ଥିଲା । ଏହି ରାଜ୍ୟର ରାଜଧାନୀ ଦେବଗଡଠାରେ ଥିଲା । [୧]
ପ୍ରବାଦ ଅନୁସାରେ ଦେବଗଡର ରାଜା ପାଟଣାର ଗଙ୍ଗାବାସୀ ରାଜପୁତ ବଂଶର ଥିଲେ । ତାଙ୍କୁ ବାମଣ୍ଡାର ଭୂୟାଁ ଓ ଖୋଣ୍ଡମାନେ ଏକ ଶିଶୁ ହିସାବରେ ଚୋରୀ କରି ଆଣିଥିଲେ ଓ ତାଙ୍କୁ ବାମଣ୍ଡାର ଶାସକ ହିସାବରେ 1545 ମସିହାରେ ଅଧିଷ୍ଠିତ କରିଥିଲେ ।
ବେଙ୍ଗଳା -ନାଗପୁର ରେଳପଥ ଉତ୍ତର ପୂର୍ବ ଦିଗ ରେ ବାମଣ୍ଡା ନିକଟରେ ଯାଇ ବାମର ରୋଡ ଓ ଗଡପୋଷ ନାମକ ଦୁଇଟି ଷ୍ଟେସନ ରହିଛି । [୨] 1905 ମସିହା ଯାଏ ଏହି ରାଜ୍ୟ କେନ୍ଦ୍ରୀୟ ପ୍ରଭିନ୍ସର ଛତିଶଗଦ ଡିଭିଜନର ରାଜନୈତିକ ଶାସନର ଅଧୀନରେ ରହିଥିଲା । ତତ୍ ପାଶ୍ଚାତ ଏହା 1912 ଯାଇ ବେଙ୍ଗଲ ପ୍ରଭିନ୍ସ ଅଧୀନରେ ରହି ତାହା ପରେ ବିହାର ଓ ଓଡ଼ିଶା ପ୍ରଭିନ୍ସ ଅଧୀନରେ 1936 ଯାଏ ରହିଲା । ତାହା ପରେ 1 ଜାନୁଆରୀ , 1948ରେ ସ୍ୱାଧୀନତା ପରେ ଏହା ସର୍ବଶେଷ ରାଜକୀୟ ରାଜ୍ୟ ଭାବରେ ଭାରତୀୟ ସଂଘରେ ସମ୍ମିଳିତ ହେଲା । Union.[୩][୪]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.