ପ୍ରାରମ୍ଭିକ ତ୍ରୈମାସିକ ରକ୍ତସ୍ରାବ (ଇଂରାଜୀ ଭାଷାରେ Early pregnancy bleeding) ଗର୍ଭର୨୪ ସପ୍ତାହ (gestational age) ପୂର୍ବରୁ ହେଉଥିବା ରକ୍ତସ୍ରାବକୁ (bleeding) ବୁଝାଏ ।[2] ଅବସ୍ଥା ଜଟିଳ ହେଲେ ହେମୋରେଜିକ ସକ୍ (Hemorrhagic shock) ହୋଇପାରେ ।[1] ରୋଗୀର ସିଙ୍କୋପି ଚେତନାହାନୀ ହେଲେ (loss of consciousness), ଅଣନିଶ୍ୱାସୀ (short of breath) ବା କାନ୍ଧ ଯନ୍ତ୍ରଣା ହେଲେ ଚିନ୍ତାଜନ‌କ ହୋଇଯାଏ । [1]

Quick Facts ପ୍ରାରମ୍ଭିକ ଗର୍ଭାବସ୍ଥା ରକ୍ତସ୍ରାବ, ବିଭାଗ ...
ପ୍ରାରମ୍ଭିକ ଗର୍ଭାବସ୍ଥା ରକ୍ତସ୍ରାବ
First trimester bleeding, hemorrhage in early pregnancy, second trimester bleeding
ବିଭାଗପ୍ରସୂତୀ ବିଜ୍ଞାନ (Obstetrics)
କାରଣଏକ୍ଟୋପିକ ଗର୍ଭ (Ectopic pregnancy), ଥ୍ରେଟନ୍‌ଡ ମିସକ୍ୟାରେଜ (threatened miscarriage), ଇମ୍ପ୍ଲାଣ୍ଟେସନ ରକ୍ତସ୍ରାବ (implantation bleeding), ଜେସ୍ଟେସନାଲ ଟ୍ରୋଗୋବ୍ଲାସ୍ଟିକ ଡିଜିଜ (gestational trophoblastic disease), ସର୍ଭିକାଲ ପଲିପ (polyps), ସର୍ଭିକାଲ କର୍କଟ (cervical cancer)[1][2]
ରୋଗ ନିର୍ଣ୍ଣୟ ପଦ୍ଧତିସ୍ପେକୁଲମ ପରୀକ୍ଷା (speculum examination), ଅଲଟ୍ରାସାଉଣ୍ଡ (ultrasound), ହ୍ୟୁମାନ କୋରିଓନିକ ଗୋନାଡୋଟ୍ରଫିନ (hCG)[1]
ଚିକିତ୍ସାଅନ୍ତର୍ନିହିତ କାରଣ ଅନୁସାରେ [1]
ପୁନଃପୌନିକ~ ସମୁଦାୟ ଗର୍ଭାବସ୍ଥାର ୩୦% [1]
Close

ଏହି ବେମାରୀର ସାଧାରଣ କାରଣ ମଧ୍ୟରେ ଏକ୍ଟୋପିକ ଗର୍ଭ (Ectopic pregnancy) ଓ ଥ୍ରେଟନ୍‌ଡ ଗର୍ଭପାତ ବା ମିସକ୍ୟାରେଜ (threatened miscarriage) ଦୁଇଟି ଉଲ୍ଲେଖ‌ଯୋଗ୍ୟ । [1][2] ଅଧିକାଂଶ ଗର୍ଭପାତ ୧୨ ସପ୍ତାହ ଗର୍ଭ ପୂର୍ବରୁ ହୁଏ ।[2] ଏହା ବ୍ୟତୀତ ଇମ୍ପ୍ଲାଣ୍ଟେସନ ରକ୍ତସ୍ରାବ (implantation bleeding), ଜେସ୍ଟେସନାଲ ଟ୍ରୋଗୋବ୍ଲାସ୍ଟିକ ଡିଜିଜ (gestational trophoblastic disease), ସର୍ଭିକାଲ ପଲିପ (polyps), ସର୍ଭିକାଲ କର୍କଟ (cervical cancer) ଇତ୍ୟାଦି କାରଣମାନଙ୍କ ଯୋଗୁ ମଧ୍ୟ ହୁଏ ।[1][2] ଅନ୍ତର୍ନିହିତ କାରଣମାନ ଜାଣିବାନିମନ୍ତେ ସ୍ପେକୁଲମ ପରୀକ୍ଷା (speculum examination), ଅଲଟ୍ରାସାଉଣ୍ଡ (ultrasound), ହ୍ୟୁମାନ କୋରିଓନିକ ଗୋନାଡୋଟ୍ରଫିନ (hCG) ପରୀକ୍ଷାମାନ କରାଯାଏ । [1]

ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ।[1] ଜରାୟୁଗ୍ରୀବା ଦ୍ୱାରଦେଶରେ (cervical opening) ତନ୍ତୁ ଦେଖାଗଲା ବାହାର କରିଦିଆଯାଏ । [1] ଜରାୟୁ ଭିତରେ ଗର୍ଭ ଥିଲେ ଓ ଶିଶୁର ହୃତ୍‌ପିଣ୍ଡ (fetal heart sounds) ଶବ୍ଦ ଶୁଣାଯାଉଥିଲେ ସଜାଗ ଅପେକ୍ଷଆ (watchful waiting) ଆବଶ୍ୟକ ହୁଏ ।[3] ରୋଗୀଣୀର ରକ୍ତ ଆରଏଚ-ନେଗେଟିଭ (Rh-negative) ଥିଲେ, ଆଣ୍ଟି-ଡି ଇମ୍ମ୍ୟୁନ୍ ଗ୍ଲୋବ୍ୟୁଲିନ (Anti-D immune globulin) ଦିଆଯାଏ ।[4] ବେଳେବେଳେ ଅପରେଶନ କରାଯାଏ । [1]

ଗର୍ଭାବସ୍ଥାର ୦ରୁ ୧୨ ସପ୍ତାହ (first trimester) ମଧ୍ୟରେ ୩୦% ମହିଳାଙ୍କର ରକ୍ତସ୍ରାବ ହୁଏ ।[1] ବାରରୁ ଚବିଶ ମାସ ମଧ୍ୟରେ ବିଶେଷ ରକ୍ତସ୍ରାବ ହୁଏନାହିଁ ।[5]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.