ଏକ ପ୍ରକାର ଖାଦ୍ୟ From Wikipedia, the free encyclopedia
ପୁରି ଏକ ଭାରତୀୟ ଖାଦ୍ୟ । ଏହା ଭାରତ ସମେତ ନେପାଳ, ବଙ୍ଗଳାଦେଶ, ପାକିସ୍ଥାନ ଓ ଦକ୍ଷିଣ ଏସିଆର ଅନେକ ଦେଶରେ ମିଳିଥାଏ । ଏହାକୁ ସକାଳ ଜଳଖିଆ ବା ସଞ୍ଜ ଜଳଖିଆ ଭାବରେ ଖିଆଯାଇଥାଏ ।
ଅନ୍ୟ ନାମ | ବୁରି |
---|---|
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ଭାରତ |
ପରଷିବା ଉତ୍ତାପ | ଗରମ ଓ ଘର ତାପରେ |
ମୁଖ୍ୟ ଉପାଦାନ | ଅଟା |
ପ୍ରକାର ଭେଦ | ବଟୁରା, ଲୁଚି, ସେଓ ପୁରି |
|
ପୁରି ଭଳି ତିଆରି କରାଯାଇ ଗୁପଚୁପ ଆଳୁ ଚକଟା ଓ ଖଟାପାଣି ସହ ଖିଆଯାଇଥାଏ ।
ଓଡ଼ିଶାର କଟକରେ ବାଲିଯାତ୍ରା ସମୟରେ ଠୁଙ୍କାପୁରି ଓ ଛେନା ତରକାରି ମିଳିଥାଏ ।[1][2][3][4][5]
ପୁରି ଅଟା ବା ମଇଦାରୁ ତିଆରି ହୋଇଥାଏ । ଅଟା ବା ମଇଦାରେ ଅଳ୍ପ ଲୁଣ ମିଶାଇ, ପାଣି ମିଶାଇ ଚକଟିବା ପରେ ତାହାକୁ ଗୋଲଗୋଲ କରି ବେଲାଯାଇଥାଏ । ଏହି ବେଲାଯାଇଥିବା ଗୋଲାକାର ପୁରିକୁ ଘିଅ ବା ଗରମ ତେଲରେ ଛଣାଯାଇଥାଏ । ଏହା ଭିତରେ ଥିବା ଜଳ ବାଷ୍ପିକରଣ ହେବା ହେତୁ ଏଥିରୁ ଯେଉଁ ବାମ୍ଫ ବାହାରେ ତାହା ପୁରିକୁ ଫୁଲାଇବାରେ ସାହାଯ୍ୟ କରିଥାଏ । ଏହା ସୁନେଲି-ବାଦାମି ରଙ୍ଗ ଧାରଣ କଲେ ଏହାକୁ ତେଲରୁ ବାହାର କରାଯାଇ ଗରମ ବା ଘର ତାପମାତ୍ରାରେ ପରାସଯାଇଥାଏ । ଛୋଟ ଛୋଟ ପୁରି ତିଆରି କରାଯାଇ ତାହାକୁ ଗୁପଚୁପ ଭାବରେ ସାଇତି ରଖି ମଧ୍ୟ ଖିଆଯାଇଥାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.