ପାନ୍ନା ରାଜ୍ୟ
From Wikipedia, the free encyclopedia
From Wikipedia, the free encyclopedia
ପାନ୍ନା ବ୍ରିଟିଶ ଅଧୀନ ଭାରତର ଏକ ରାଜକୀୟ ରାଜ୍ୟ । ଏହା ମଧ୍ୟପ୍ରଦେଶ ରାଜ୍ୟର ପାନ୍ନା ଜିଲ୍ଲା ଭାବେ ସ୍ୱାଧୀନତା ପରେ ପରିଚିତ ହେଲା ।
Panna State पन्ना रियासत | ||||||
Princely State of British India | ||||||
| ||||||
| ||||||
Panna State in the Imperial Gazetteer of India | ||||||
Capital | Panna | |||||
History | ||||||
• | Established | 1731 | ||||
• | Independence of India | 1950 | ||||
Area | ||||||
• | 1931 | ୬,୭୨୪ km2 (୨,୫୯୬ sq mi) | ||||
Population | ||||||
• | 1931 | ୨,୧୨,୧୩୦ | ||||
Density | ୩୧.୫ /km2 (୮୧.୭ /sq mi) | |||||
[1] |
ବୁନ୍ଦେଲଖଣ୍ଡ ଅଞ୍ଚଳ ଧୀନରେ ଥିବା ପାନ୍ନା ରାଜ୍ୟର ଆୟତନ 6724 ବର୍ଗ କିଲୋମିଟର ଏବଂ ଏଥିରେ 1,008ଟି ଗ୍ରାମ ରହିଥିଲା । ଏହାର ମୁଖ୍ୟ ସହର ପାନ୍ନା ଏହାର ରାଜଧାନୀ ଥିଲା ।
ଏହି ଅଞ୍ଚଳରେ 1450[2] ମସିହାରେ ଏକ ରାଜ ଗଣ୍ଡ ଜନଜାତି ମୁଖ୍ୟଙ୍କଦ୍ୱାରା ଏକ ରାଜ୍ୟ ଗଠିତ ହୋଇଥିଲା । ଏହାର ପ୍ରାୟ 3 ଶତାବ୍ଦୀ ପରେ ପାନ୍ନା ସହରକୁ ବୁନ୍ଦେଲାର ରାଜପୁତ ମୁଖ୍ୟ ଛତ୍ରସାଲଙ୍କଦ୍ୱାରା ରାଜଧାନୀ ଘୋଷିତ ହେଇ ପାନ୍ନା ରାଜ୍ୟର ଅନୁସ୍ଥାନିକ ସ୍ଥାପନ ହେଲା । ଏହା ପୂର୍ବରୁ ଛତ୍ରସାଲ ମୋଗଲ ସମ୍ବ୍ରାଜ୍ୟ ବିରୁଦ୍ଧରେ ବିଦ୍ରୋହ କରି ଚାଲିଆସିଥିଲେ । ସେ ମରଠା ପେଶୱାଙ୍କ ସହିତ ସନ୍ଧି ସ୍ଥାପନ କରି ଏହି ରାଜ୍ୟ ସ୍ଥାପନ କରିପାରିଥିଲେ । ସେ ଏହା ପରେ 1680 ମସିହାରେ ମହୋବା ରାଜ୍ୟ ବିଜୟ କରି ତାଙ୍କ ରାଜ୍ୟରେ ମିଶେଇ ଦେବା ପରେ ବୁନ୍ଦେଳଖଣ୍ଡ ଅଞ୍ଚଳର ସର୍ବାଧିକ ଅଞ୍ଚଳକୁ ଶାସନ କରିଥିଲେ । 1732 ମସିହାରେ ଛତ୍ରସାଲଙ୍କ ମୃତ୍ୟୁ ପରେ ରାଜ୍ୟ ତିନି ଭାଗ ହେଇ ଏକ ଭାଗ ତାଙ୍କର ଜାମାତା ପେଶୱା ବାଜି ରାଓଙ୍କୁ ମିଳିଥିଲା ।[3]
ଆଉ ଏକ ଭାଗ ପାନ୍ନାରେ ରାଜଧାନୀ ଥାଇ ତାଙ୍କର ଜେଷ୍ଠ ପୁତ୍ର ହାରଦେ ସାହଙ୍କୁ ମିଳିଲା । 19 ଶ ଶତାବ୍ଦୀର ପ୍ରାରମ୍ଭରେ ପାନ୍ନା ବ୍ରିଟିଶ ଅଧୀନ ରାଜକୀୟ ରାଜ୍ୟରେ ପରିଣତ ହେଲା । ଏହା ହାତରେ ନାଗଡ ଓ ସୋହାୱାଲ ରାଜ୍ୟ ମଧ୍ୟ ରହିଲା । ଏହାର ରାଜା ନିପତ ସିଂହ 1857 ସିପାହୀ ବିଦ୍ରୋହ ସମୟରେ ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିଲେ । ଏହାର ପ୍ରତିଦାନରେ ବ୍ରିଟିଶମାନେ ତାଙ୍କୁ ମହାରାଜା ଉପାଧି ପ୍ରଦାନ କରିଥିଲେ । .
1902 ମସିହାରେ ତତ୍କାଳୀନ ବ୍ରିଟିଶ ଭାଇସରାୟ ମହାରାଜା ମାଧୋ ସିଂହଙ୍କୁ ତାଙ୍କ କାକା ରାଓ ରାଜା ଖୁମାନ ସିଂହଙ୍କୁ ହତ୍ୟା କରିଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ପ୍ରାଣଦଣ୍ଡ ଦେଇଥିଲେ । [4]
1950 ମସିହା ଜାନୁଆରୀ 1 ତାରିଖ ଦିନ ମହାରାଜା ମହେନ୍ଦ୍ର ଯାଦୁବେନ୍ଦ୍ର ସିଂହ ଏହି ରାଜ୍ୟକୁ ସ୍ୱାଧୀନ ଭାରତୀୟ ରାଜ୍ୟ ସମୂହରେ ମିଶ୍ରଣ କରିଥିଲେ । ଏହା ପ୍ରଥମେ ତତ୍ କାଳୀନ ବିନ୍ଧ୍ୟ ପ୍ରଦେଶରେ ରହିବା ପରେ ନଭେମ୍ବର 1 , 1956ରୁ ପୁନର୍ଗଠନ ହେଇଥିବା ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲା ଭାବରେ ରହିଲା ।
ଶାସକମାନେ ବୁନ୍ଦେଲା ରାଜପୁତ ବଂଶର ଥିଲେ ଓ ବ୍ରିଟିଶ ଅଧୀନରେ 11 ତୋପ ସମ୍ମାନର ଅଧୀନତାରେ ଥିଲେ । .[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.