ମାନବ ରୋଗ ଯାହା ସିଆଟିକ ସ୍ନାୟୁକୁ ପ୍ରଭାବିତ କରେ । From Wikipedia, the free encyclopedia
ପାଇରିଫର୍ମିସ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Piriformis syndrome) ଏକ ବେମାରୀ ଯାହା ପାଇରିଫର୍ମିସ ମାଂସପେଶୀ (piriformis muscle) ଚାରିପାଖରେ ସିଆଟିକ ସ୍ନାୟୁ (sciatic nerve) ଚାପିହେବା ଫଳରେ ହେଉଥିବା ବିଶ୍ୱାସ କରାଯାଏ ।[2][5] ପିଚା ଯନ୍ତ୍ରଣା ଓ ପିଚାରୁ (buttock) ଗୋଡ଼ ପର୍ଯ୍ୟନ୍ତ କାଲୁଆ ଅନୁଭବ ହୋଇଯାଏ ।[2][3] ବସିଲେ ଓ ଦୌଡ଼ିଲେ ଯନ୍ତ୍ରଣା ଅସହ୍ୟ ହୋଇଯାଏ ।[3]
ପାଇରିଫର୍ମିସ ସିଣ୍ଡ୍ରୋମ (Piriformis syndrome) | |
---|---|
ଡିପ ଗ୍ଲୁଟିଆଲ ସିଣ୍ଡ୍ରୋମ (Deep gluteal syndrome)[1] | |
ବିଭାଗ | ଅସ୍ଥିଶଲ୍ୟ ବିଜ୍ଞାନ (Orthopedics), ସ୍ପୋର୍ଟ୍ସ ମେଡିସିନ (sports medicine) |
ଲକ୍ଷଣ | ପିଚା ଯନ୍ତ୍ରଣା ଯାହା ବସିଲେ ଅସହ୍ୟ ହୋଇଯାଏ ।[2] |
ଅବଧି | ଦୀର୍ଘକାଳୀନ[3] |
କାରଣ | ଆଘାତ, ସ୍ପାଜ୍ମ ଓ ଅତିବ୍ୟବହାର । [2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଉପରେ ପର୍ଯ୍ୟବସିତ[4] |
ସଠିକ ରୋଗ ନିର୍ଣ୍ଣୟ | ପିଆଇଡି (Herniated disc), ବୃକ୍କ ପଥର ରୋଗ, ଏସଆଇ ଗଣ୍ଠି ଅକର୍ମଣ୍ୟ (SI joint dysfunction)[3][2] |
ଔଷଧ | ଏନଏସଏଆଇଡି NSAIDs, କର୍ଟିକୋସ୍ଟିରଏଡ steroids, ବୋଟୁଲିନମ ଟକ୍ସିନ (botulinum toxin) ଇଞ୍ଜେକସନ [2] |
ଚିକିତ୍ସା | ଲକ୍ଷଣ ସୃଷ୍ଟି କରୁଥିବା କାମ ନକରିବା, ସ୍ଟ୍ରେଚିଙ୍ଗ (stretching) ଓ ଔଷଧ [3][5] |
ପୁନଃପୌନିକ | ଅଜ୍ଞାତ (୨୦୧୭)[4] |
ଗ୍ଲୁଟିଆଲ ମାଂସପେଶୀ (gluteal muscle) ଆଘାତପ୍ରାପ୍ତ ହେଲେ, ପାଇରିଫର୍ମିସ ପେଶୀ ସ୍ପାଜ୍ମ ହେଲେ ବା ଅତି ବ୍ୟବହାର (overuse injury) କଲେ ଓ ଗଠନ ବ୍ୟତିକ୍ରମ ଥିଲେ ଏହି ରୋଗ ହୋଇପାରେ । [2] କେତେକ ଖେଳାଳୀଙ୍କର ଏହି ରୋଗ ହେବା ମଧ୍ୟ ଜଣାଯାଏ ।[2] କୌଣସି ନିର୍ଣ୍ଣୟାତ୍ମକ ପରୀକ୍ଷା ନଥିବାରୁ ଏହି ରୋଗ ଚିହ୍ନିବା କଷ୍ଟକର ହୁଏ ।[5][4] କେତେକ ପରୀକ୍ଷା ନିର୍ଣ୍ଣୟରେ ସାହାଯ୍ୟକାରୀ ହୁଏ ।[3] ମେଡିକାଲ ଇମେଜିଙ୍ଗରେ (Medical imaging) ସାଧାରଣ ଦେଖାଯାଏ ।[2] ପିଆଇଡି (Herniated disc) ରୋଗ ଏହିଭଳି ଲକ୍ଷଣ ସୃଷ୍ଟିକରେ । [3]
ଲକ୍ଷଣ ସୃଷ୍ଟି କରୁଥିବା କାମ ନକରିବାକୁ ଉପଦେଶ ଦିଆଯିବା ସହିତ ସ୍ଟ୍ରେଚିଙ୍ଗ (stretching), ଫିଜିଓଥେରାପି (physiotherapy) ଓ ଏନଏସଏଆଇଡି NSAIDs ଦିଆଯାଏ ।[3][5] ଏଥିରେ ଉପଶମ ନହେଲେ କର୍ଟିକୋସ୍ଟିରଏଡ steroid ବା ବୋଟୁଲିନମ ଟକ୍ସିନ (botulinum toxin) ଇଞ୍ଜେକସନ ଦିଆଯାଇପାରେ ।[2] ସାଧାରଣତଃ ଅପରେଶନ ନିମନ୍ତେ ଉପଦେଶ ଦିଆଯାଏନାହିଁ । [3] ଏ ରୋଗ ସାଧାରଣ ବା ଅଳ୍ପ ସାଧାରଣ, ଏ ବିଷୟରେ ମତୈକ୍ୟ ନାହିଁ ।[4][2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.