ଭାରତୀୟ ଅଭିନେତ୍ରୀ From Wikipedia, the free encyclopedia
ନେହା ଶର୍ମା (ଜନ୍ମ: ୨୧ ନଭେମ୍ବର ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ନେହା ୨୦୦୭ରେ ତେଲୁଗୁ କଥାଚିତ୍ର ଚିରୁତା ଜରିଆରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୦ରେ ମୋହିତ ସୁରୀଙ୍କ ଚଳଚ୍ଚିତ୍ର କ୍ରୁକ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । [2] ସେ କ୍ୟା ସୁପର କୁଲ୍ ହୈ ହମ୍, ଜୟନ୍ତ ଭାଇ କି ଲଭ୍ ଷ୍ଟୋରୀ, ୟମଲା ପାଗଲା ଦିୱାନା ୨, ୟଙ୍ଗିସ୍ତାନ, ତୁମ୍ ବିନ୍ ୨ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।
ନେହା ୨୧ ନଭେମ୍ବର ୧୯୮୭ରେ ବିହାରର ଭାଗଲପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅଜିତ ଶର୍ମା ଜଣେ ବ୍ୟବସାୟୀ, ଯିଏକି ପରେ ରାଜନିତୀରେ ଯୋଗଦେଇଥିଲେ ଏବଂ ଜାତୀୟ କଂଗ୍ରେସଦ୍ୱାରା ନିର୍ବାଚିତ ଭାଗଲପୁରର ବିଧାୟକ ହୋଇଥିଲେ । ନେହା ତାଙ୍କ ବାପାଙ୍କ ପାଇଁ ନିର୍ବାଚନରେ ପ୍ରଚାର କରିଥିଲେ ।[3][4] ନେହାଙ୍କର ତିନିଜଣ ଭାଇ ଭଉଣୀ ଅଛନ୍ତି । ସେ ଛୋଟବେଳେ ଆସ୍ତମା ରୋଗରେ ପିଡ଼ୀତ ଥିଲେ ।[5] ନେହା ଭାଗଲପୁରର ମାଉଣ୍ଟ କାର୍ମେଲ ସ୍କୁଲରେ ପଢ଼ିଥିଲେ ଏବଂ ଫ୍ୟାସନ ଡିଜାଇନିଂରେ ଯୋଗ ଦେଇଥିଲେ ।[6] ସେ ନ୍ୟାସନାଲ୍ ଇନିଷ୍ଟିଚିଉଟ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜି, ଦିଲ୍ଲୀରୁ ଫ୍ୟାସନ ଡିଜିଇନିଂ ପଢ଼ିଥିଲେ ।[7]
ନେହା ୨୦୦୭ ମସିହାରେ ତେଲୁଗୁ କଥାଚିତ୍ର ଚିରୁତା ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରରେ ରାମଚରଣ ମଧ୍ୟ ପ୍ରଥମ କରି ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ୨୦୦୯ରେ ଅନ୍ୟ ଏକ ତେଲୁଗୁ ଚଳଚ୍ଚିତ୍ର କୁରୁଡ଼ୁରେ ଅଭିନୟ କରିଥିଲେ ।
ସେ ୨୦୧୦ରେ ହିନ୍ଦୀ କଥାଚିତ୍ର ଜଗତରେ କ୍ରୁକ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କାଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୨ରେ ତେରି ମେରି କାହାଣୀ, କ୍ୟା ସୁପର୍ କୁଲ୍ ହୈ ହମ୍, ୨୦୧୩ରେ ଜୟନ୍ତ ଭାଇ କି ଲଭ୍ ଷ୍ଟୋରୀ, ୨୦୧୩: ୟମଲା ପାଗଲା ଦିୱାନା ୨, ୨୦୧୪ରେ ୟଙ୍ଗିସ୍ତାନ, ୨୦୧୬ରେ କ୍ରିତୀ, ୨୦୧୬: ଜୁଜାଙ୍ଗ୍, ୨୦୧୬: ତୁମ୍ ବିନ୍ ୨ ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।
ନେହା ରୋଷେଇ କରିବାକୁ, ବହି ପଢ଼ିବାକୁ ଏବଂ ନୃତ୍ୟ କରିବାକୁ ପସନ୍ଦ କରନ୍ତି ।[8] ସେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ କଥକରେ ପ୍ରଶିକ୍ଷଣ ନେଇଛନ୍ତି । ଏତଦ ବ୍ୟତୀତ ସେ ପାଇନ୍ଆପଲ୍ ଷ୍ଟୁଡ଼ିଓ, ଲଣ୍ଡନରୁ ହିପ୍ ହପ୍, ଲାଟିନ୍ ନୃତ୍ୟ ସାଲ୍ସା, ମେରେଙ୍ଗେ, ଜିଭ୍ ଏବଂ ଜାଜ୍ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ।[5][9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.