From Wikipedia, the free encyclopedia
ଦେବୀ ନଦୀ କେଦ୍ର-ପୂର୍ବ ଭାରତୀୟ ରାଜ୍ୟ ସମୂହ ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟ ଦେଇ ପ୍ରବାହିତ ମୁଖ୍ୟ ନଦୀ ମହାନଦୀର ଏକ ମୁଖ୍ୟ ଉପନଦୀ । ଏହା ଓଡ଼ିଶାର ଜଗତସିଂହପୁର ଓ ପୁରୀ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପତିତ ହୋଇଛି ।
ଦେବୀ ନଦୀ | |
---|---|
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା, ଛତିଶଗଡ଼ |
ଜିଲ୍ଲା | ଜଗତସିଂହପୁର, ପୁରୀ |
ଏହି ନଦୀ ମହାନଦୀର ଉପନଦୀ ଜଳ ସମୂହର ଚୁଡାନ୍ତ ପର୍ଯ୍ୟାୟରେ ରହିଛି । [1]ପ୍ରଥମେ କାଠଯୋଡ଼ି କୁହା ଯାଉଥିବା ଏହି ନଦୀ କଟକଠାରେ ମହାନଦୀରୁ ବିଚ୍ଛିନ୍ନ ହେଇ ଆଳିପିଙ୍ଗଳ, ମାଛଗାଁ ଓ ନୂଆଗାଁ ଦେଇ ପୁରୀ ଜିଲ୍ଲାର ଅସ୍ତରଙ୍ଗ କଣାସ ବ୍ଲକ ଦେଇ ପ୍ରବାହିତ ହୁଏ ।[2] ଏହା ବଙ୍ଗୋପସାଗରରେ କଟକ ଓ ପୁରୀ ଜିଲ୍ଲାର ସୀମା ନିକଟରେ ମହାନଦୀର ମୁହାଁ ନିକଟରେ ୭୦ କିଲୋମିଟର ଦୂରରେ ପତିତ ହୁଏ । [3] ନଦୀର ମୁହାଣ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଓ ଜନବସତି ଶୂନ୍ୟ ।[4]
ଏହି ନଦୀ ମାଛଗାଁ ଯାଏଁ ସୁନବ୍ୟା । ଜୁଆର ଜଳ ଏଥିରେ ପ୍ରବେଶ କରେ, ମାତ୍ର ବହୁ ପରିମାଣରେ ବାଲୁକା ଯୋଗୁଁ ଏହା ମଧ୍ୟକୁ ବଡ଼ ଜାହାଜ ଆସି ପାରେ ନାହିଁ । ୧୯୮୮ରେ ଏଠାରେ ନୌକା ଦୁର୍ଘଟଣାରେ ଦୁଇଜଣ ନାବିକ ପ୍ରାଣ ହରେଇଥିଲେ ।[5]
ଏହି ନଦୀ ମୁହାଣ ନିକଟରେ ଉପଯୁକ୍ତ ସ୍ଥାନ ପାଉଥିବାରୁ ପ୍ରତିବର୍ଷ ଅନେକ ସଂଖ୍ୟାରେ ଅଲିଭ ରିଡ଼ଲେ ପ୍ରଜାତିର କଚ୍ଛପ ସମୁଦ୍ରରୁ ଆସି ନଦୀ ଶଯ୍ୟାରେ ବାଲୁକାରେ ଅଣ୍ଡା ଦେଇଥାନ୍ତି ।[6] ପ୍ରାୟ ବର୍ଷକୁ ଶୀତ କାଳରେ ୮ ଲକ୍ଷ କଚ୍ଛପ ଆସୁଥିବାର ଗଣନା କରାଯାଇଛି । କିନ୍ତୁ ବର୍ତ୍ତମାନ ବହୁଳ ମୋଟର ବୋଟଦ୍ୱାରା ମୁହାଣ ଅଞ୍ଚଳରେ ମାଛ ଧରା ପାଇଁ ଏମାନଙ୍କ ସଂଖ୍ୟା କମି ଯାଉଥିବାର ଲକ୍ଷ୍ୟ କରାଯାଉଛି ।[7][8] ଏହାକୁ କଚ୍ଛପ ଅଭୟାରଣ୍ୟ ଘୋଷଣା କରାଯିବାକୁ ସ୍ଥାନୀୟ ଲୋକ ବିରୋଧ କରନ୍ତି । [9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.